ଫୁଲବାଣୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

ଫୁଲବାଣୀ : ନବୀନ ବିରୋଧୀ ଦଳ ମିଛ କହୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଵିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଛନ୍ତି। ଆଜି କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀରେ ଵିଜୁ ଜନତା ଦଳ (ବିଜେଡ଼ି) ପକ୍ଷରୁ ଏକ ବିଶାଳ ନିର୍ବାଚନୀ ସଭାରେ ଯୋଗଦେଇ ଉଦବୋଧନ ଦେବା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ କାଳିଆ ଯୋଜନା ଠାରୁ ଆରମ୍ଭ କରି ମମତା ଯୋଜନା,ଵିଏସକେଓ୍ବାଇ ଆଦି ଯୋଜନା ଭଲ କି ନାହିଁ ଉପସ୍ଥିତ ଜନସାଧାରଣଙ୍କୁ ପଚାରିଥିଲେ। ଏହାର ପ୍ରତ୍ୟୁତରେ ହଜାର ହଜାର ଜନସାଧାରଣ ହଁ ବୋଲି ଏକ ସ୍ଵରରେ କହିଥିଲେ। ପରେ ନବୀନ ପଟ୍ଟନାୟକଙ୍କ ଭଲ କି ନାହିଁ ବୋଲି ପଚାରିବାରୁ ଲୋକଙ୍କ ହଁ ଧ୍ବନିରେ ସଭାସ୍ଥଳ ପ୍ରକମ୍ପିତ ହୋଇଥିଲା।

ଶ୍ରୀ ପଟ୍ଟନାୟକ କହିଥିଲେ ବିରୋଧୀ ଦଳ ନେତାମାନେ ଓଡ଼ିଶାବାସୀଙ୍କୁ ଯାହା କହୁଛନ୍ତି ସବୁ ମିଛ କହୁଛନ୍ତି ଓ ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବରିଷ୍ଠ ବିଜେଡ଼ି ନେତା ତଥା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଲେ, ବିରୋଧୀ ଦଳ ୨୦୧୪ , ମସିହାରେ ବର୍ଷକୁ ୨ କୋଟି ହିସାବରେ ୫ ବର୍ଷରେ ୫ କୋଟି ଚାକିରୀ ଦେବାକୁ କହିଥିଲେ। ଓଡିଶା ଭାଗରେ ୮୫ ଲକ୍ଷ ଚାକିରି ପଡିଥାନ୍ତା। ଓଡିଶାକୁ ସେମାନେ ୮୫ଲକ୍ଷ ଚାକିରୀ ଦେଇଛନ୍ତି କି ବୋଲି ଲୋକଙ୍କୁ ପଚାରିବାରୁ ସମସ୍ତେ ନା ବୋଲି କହିଥିଲେ। ସେ କହିଥିଲେ ଏମାନେ ଖାଲି ମିଛ କହିଥାନ୍ତି। ଭୋଟ ଆସିଲେ ଏମାନେ ଲୋକଙ୍କ ପାଖକୁ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଏବଂ ଭୋଟ ସରିଗଲେ ଏମାନଙ୍କୁ ଖୋଜିଲେ ମିଳନ୍ତି ନାହିଁ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆର୍ଶୀବାଦ ପ୍ରଦାନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ। କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ କହିଲେ,ଗତ ୫ ବର୍ଷ ‌ମଧ୍ୟରେ କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଶୀବାଦ, ସାଂସଦଙ୍କ ମାର୍ଗଦର୍ଶନ ତଥା ବିଧାୟକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବହୁତ ଉନ୍ନୟନ କାମ ହୋଇଛି। ଆଗକୁ ଏହି ଧାରା ଆଗକୁ ଜାରି ରହିଵ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶା ଶ୍ରେଷ୍ଠ ରାଜ୍ୟରେ ପରିଣତ ହେବ ବୋଲି ଶ୍ରୀ ସାମନ୍ତ କହିଥିଲେ। ଏହି ସଭାରେ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକା ପ୍ରାର୍ଥୀ ଜୟଶ୍ରୀ କହଁର, ଜି.ଉଦୟଗିରି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ, ବାଲିଗୁଡ଼ା ବିଧାୟକ ପ୍ରାର୍ଥୀ ଚକ୍ରମଣୀ କହଁର, ଦଶପଲ୍ଲା ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା, ଭଞ୍ଜନଗର ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ, କଣ୍ଟାମାଳ ବିଧାୟକ ପ୍ରାର୍ଥୀ ମହୀଧର ରଣା, ବୌଦ୍ଧ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ, ଵିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା କନ୍ଧମାଳ ପର୍ଯ୍ୟବେକ୍ଷକ ବିଜୟ ନାୟକ, କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ଓ କନ୍ଧମାଳ ଜିଲ୍ଲା ଵିଜେଡି ସଭାପତି ଅଙ୍ଗଦ କହଁର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ହଜାର ହଜାର ସଂଖ୍ୟକ ଜନସାଧାରଣ ଯୋଗଦେଇଥିଲେ।

nis-ad
Leave A Reply

Your email address will not be published.