୧୪.୫ କିଲୋଗ୍ରାମ ଗଞ୍ଜେଇ ଜବତ, ଯାତ୍ରୀବାହୀ ଅଟୋ ସହ ୩ଗିରଫ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଠାରୁ ୧୦୦ମିଟର ବିଜୁପଟ୍ଟନାୟକ ଛକ ନିକଟରେ ସୋମବାର ରାତିରେ ପେଟ୍ରୋଲିଙ୍ଗ ସମୟରେ ଗୋଟିଏ ଅଟୋ ରୁ ୧୪.୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ହିଞ୍ଜିଳି ଥାନା ପୋଲିସ।ବେଆଇନ ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଅଟୋ ଚାଳକ ଜଗନ୍ନାଥ ପ୍ରସାଦ ଗ୍ରାମର ରବିନ୍ଦ୍ର ପ୍ରଧାନ( ୨୩)ଓ ସୋରଡା ଥାନା କେଶରା ଗ୍ରାମର ନାବାଳକ ରାହୁଲ ବିଷୋୟୀ।, ଗଞ୍ଜେଇ ବେପାରୀ ଜଗନ୍ନାଥ ପ୍ରସାଦ ଗ୍ରାମର ସୁବାସ ୟାଉତ(୨୪),। ଏନେଇ ହିଞ୍ଜିଳି ଥାନା ରେ ୪୪୪!୨୪ରେ ଏକ ମାମଲା ରୁଜୁ କରି ଗିରଫ ୨ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକ ଙ୍କୁ ସୁଧାର ଗୃହକୁ ପଠାଇ ଥିବା ତଦନ୍ତକାରୀ ଅଧିକାରୀ ଥାନା ଏସ ଆଇ ସିଦ୍ଧାର୍ଥ ଶଙ୍କର ଜେନା ଙ୍କ ସୁତ୍ରରୁ ପ୍ରକାଶ।ହିଞ୍ଜିଳିକାଟୁ ଗଞ୍ଜେଇ ମାଫିଆଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ।ପ୍ରତିଦିନ ଚଢାଉ କରାଯାଇ ବ୍ୟାପକ ମାତ୍ରାରେ ଗଞ୍ଜେଇ ଜବତ କରାଯାଉଥିଲେ ମଧ୍ୟ ଏହି ବେଆଇନ କାରବାର ଥମିବାର ନାମ ନେଉନାହିଁ । ଅପରପକ୍ଷେ ଗଞ୍ଜେଇ ମାଫିଆଙ୍କୁ ପରୋକ୍ଷ ସହଯୋଗ ଯୋଗାଇ ମାଲେମାଲ ହୋଇଥିବା କିଛି ପୁଲିସ କର୍ମଚାରୀ ‌ ।

ହିଞ୍ଜିଳିକାଟୁ ପୌରପରିଷଦ ର ସମସ୍ତ ପାନ ମସଲା ଦୋକାନୀ ଓ‌ ଚା ଦୋକାନ ରେ ଅବାଧ ଭାବେ ଗଞ୍ଜେଇ ସହ ଗଞ୍ଜା ସିଗାରେଟ ବିକ୍ରି ହେଉଥିବା ଦେଖୁବାକୁ ମିଳୁଛି। ଯୁବପିଢିଙ୍କୁ ଗ୍ରାସ କରୁଛି ନିଶା। ୧୫ ବର୍ଷ ବୟସରୁ ଆରମ୍ଭ ହେଉଛି ନିଶା ସେବନ। ସ୍କୁଲ ଯିବା ସମୟରେ ଅବାଟକୁ ଚାଲି ଯାଉଛନ୍ତି ପିଲା। ଆଉ ତା’ପରେ ମୁକୁଳି ନପାରି ଶେଷ ଠିକଣା ହେଉଛି ନିଶାସକ୍ତ ଅବସ୍ଥା। ଏହି ନିଶା ବୟସ ଦେଖୁନି। ସ୍କୁଲ ଯାଉଥିବା ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ଗ୍ରାସ କରୁଛି ନିଶା। ସ୍କୁଲରୁ ଟିକିଏ ଆରମ୍ଭ ହେଉଥିବା ଏହି ଅଭ୍ୟାସ ଯେ ଭବିଷ୍ୟତରେ ଅନ୍ଧକାରମୟ ପରିସ୍ଥିତି ସୃଷ୍ଟି କରିବ, ସେ ବିଷୟରେ ଅବଗତ ନାହାନ୍ତି ପିଲା ହିଞ୍ଜିଳିକାଟୁ ର ଯୁବ ପିଢୀ ନିଶାରେ ମସଗୁଲଅବାବାହାର ଜିଲ୍ଲା ରୁ ଆସି
ଜିଲ୍ଲାରୁ ପ୍ରତିଦିନ ଗଞ୍ଜେଇ ବାହାରକୁ ଚାଲାଣହେଉଥିବାବେଳେ ପୁଲିସ ହାତରେ ଧରାପଡୁଥିଲେ ମଧ୍ୟ ବେପାରି ମାନେ ଏହାକୁ ଆଦୌ ଖାତିର କରୁନାହାନ୍ତି । ତେବେ ଲଗାତାର ଭାବରେ ଏହିଭଳି ଚଢାଉ ଜାରି ରହିଲେ ଗଞ୍ଜେଇ ମାଫିଆମାନଙ୍କ ମଧ୍ୟରେ ହତାଶ ଭାବ ସୃଷ୍ଟି ହେବ ଏବଂ ଏହି ବେଆଇନ କାରବାର ଉପରେ ଅଙ୍କୁଶ ଲାଗି ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଅଛି ।

nis-ad
Leave A Reply

Your email address will not be published.