ଆସିକା ସଂସଦୀୟ କ୍ଷେତ୍ରରେ ରାଜନେତା ଓ କର୍ମୀ ଙ୍କ ଆଗ ପଛରେ ମଦ ଓ ଟଙ୍କା ର ବନ୍ୟା……!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସଂସଦୀୟ କ୍ଷେତ୍ର ଏବେ ମଦ ମାଫିଆ ଙ୍କ କବ୍ଜା କୁ ଚାଲିଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ନାମାଙ୍କନ ପତ୍ର ଦାଖଲ ହୋଇନାହିଁ, ଏବେ ଠାରୁ ନେତା ଆଗେ ଆଗେ ମଦ ଟଙ୍କା ପଛେ ପଛେ ଚାଲିଥିବା ଚର୍ଚ୍ଚା ହେଉଛି। ଗୋଦି ମିଡ଼ିଆ କୁ ହାତ ବାରିଶି କରି ଏହି ନେତା ଜଣକ ନିର୍ବାଚନ ଆଚରଣ ବିରୋଧି କାର୍ଯ୍ୟ କରୁଥିବା ବିରୋଧୀ ଙ୍କ ମଧ୍ୟରେ ଆଲୋଚନା ହେଉଛି।ଏହି ନିର୍ବାଚନ କୁ କଳ ବଳ କୌଶଳ ଅଵଲମ୍ବନ କରି କଳା ଟଙ୍କା ଓ ମଦ ଦେଇ ଜିତିବା ପାଇଁ କୁଆଡ଼େ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ମାଳ ମାଳ ହୋଇ ଗାଡ଼ି ଆସିକା ଅଞ୍ଚଳ କୁ ବାହାରିଲେ ତା ପଛରେ ଅପରାଧ ତତ୍ତ୍ୱ ମାନେ ପେଟ୍ରୋଲିଙ୍ଗ କରିବା ଭଳି ଆଗ ପଛ ହେଉ ଆସୁଥିବା ଚର୍ଚ୍ଚା ହେଉଛି। ପ୍ରଚାର ବେଳେ ସମସ୍ତ ରାଜନୈତିକ ଦଳ ମାନଙ୍କ ଯାନବାହାନ ଯାଞ୍ଜ କରିବା ଫଳରେ ମାଫିଆ ମାନଙ୍କ ଭୋଟର ପ୍ରତି ଭୟ ନ ହୋଇ ସାଧାରଣ ନିର୍ବାଚନ ମୁକ୍ତ ଓ ଅବାଧ ହେବ ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି। ନ ହେଲେ ମଦ ଓ କଳା ଟଙ୍କା ବଳରେ ଏ ନିର୍ବାଚନ ରେ ମାଫିଆ ମାନଙ୍କ ରାଜ ବଢ଼ିଯିବା ନେଇ ସମ୍ଭାବନା ରହିଛି।ସୂଚନା ଥାଉକି ଗଞ୍ଜାମ ଜିଲ୍ଲା ରେ ଖରାର ତାତି ଠାରୁ ବଳି ଗଲାଣି ନିର୍ବାଚନ ତାତି, ଗତ କାଲି କବିସୂର୍ଯ୍ୟନଗର, ଏବଂ ହିଞ୍ଜିଳି ରେ ଦେଖା ଯାଇଛି ଗୋଷ୍ଠୀ କନ୍ଦଳ ଓ ହତ୍ୟା ପରି ହୃଦୟ ବିଦାରକ ଦୃଶ୍ୟ ଆଗାମୀ ଦିନରେ ଆସିକା ସାଂସଦୀୟ କ୍ଷେତ୍ର ଏହାଠାରୁ ବଳି ଯିବା ସମ୍ଭାବନା ଅଧିକ ବୋଲି ସାଧାରଣ ରେ ଚର୍ଚ୍ଚା ହେଲାଣି ଲୋକେ ଭୟ ର ବାତାବରଣ ରେ ରହୁଥିବା ଖବର ମିଳୁଛି l ଅଞ୍ଚଳ ର ପୋଲିସ ପ୍ରଶାସନ ଚେଇଁ ସୋଇଛି କହିଲେ କିଛି ଭୁଲ ହେବ ନାହିଁ, ବାରମ୍ବାର ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଉଛି ଖଲ୍ଲିକୋଟ, ପୋଲସରା, କବିସୂର୍ଯ୍ୟନଗର, ଆସିକା ନିର୍ବାଚନ କ୍ଷେତ୍ର ଅତି ସ୍ପର୍ଶ କାତର ଅଞ୍ଚଳ ତଥାପି ପୋଲିସ ର ନିଦ ଭାଙ୍ଗୁନି ଯାହାକି ଗତ କାଲି ଘଟିଥିବା ଘଟଣା ଏହାର ନଗ୍ନ ଚିତ୍ର l ଅଞ୍ଚଳ ରେ ଥିବା ମଦ ବ୍ୟବସାୟୀ ଙ୍କ ହାତରେ ନିର୍ବାଚନ ର ଡୋରି କିଛି ଗୋଦି ମିଡ଼ିଆ ଙ୍କୁ ହାତ ବାରିସୀ କରି ନିଜର କଳା କାରନାମା କୁ ଲୁଚାଇବାକୁ ଚେଷ୍ଟା ଚାଲେଇଥିବା ବି ଅଭିଯୋଗ ଆସୁଛି l ପୋଲିସ ଏବଂ ଜିଲ୍ଲା ପ୍ରଶାସନ ର ଟିକ ନିକ୍ଷ ଖବର ଏବଂ ଏମାନଙ୍କ ଗତି ଵିଧି ବିଷୟରେ ଜାଣିବା ପାଇଁ ଗୋଦି ମିଡ଼ିଆ ର ସହଯୋଗ ଏମାନଙ୍କ ଉଦେଶ୍ୟ ମାତ୍ର l ସେ ଯାହାବି ହେଉ ଏହି ମଦ ଓ ଟଙ୍କା କବଳରୁ ନିରୀହ ଭୋଟର ମାନଙ୍କୁ କେବଳ ପ୍ରଶାସନ ହିଁ ରକ୍ଷା କଲେ ଏକ ସୁନ୍ଦର ନିର୍ବାଚନ ହୋଇପାରିବ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି l

nis-ad
Leave A Reply

Your email address will not be published.