ସଂସ୍କୃତି ଭବନ ପରିସରରେ କେରୀସ ଏଣ୍ଟରଟେନ୍ ମେଣ୍ଟ ଓ ଓଡ଼ିଶା ଫ୍ୟାସନ ଭିଲ୍ଲା ପକ୍ଷରୁ ମିଷ୍ଟର ଓ ମିସ ଅଭିଭକ୍ତ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା

ମାଲକାନଗିରି : ଆଜି ସ୍ଥାନୀୟ ମାଲକାନଗିରି ସଂସ୍କୃତି ଭବନ ପରିସରରେ କେରୀସ ଏଣ୍ଟରଟେନ୍ ମେଣ୍ଟ ଓ ଓଡ଼ିଶା ଫ୍ୟାସନ ଭିଲ୍ଲା ପକ୍ଷରୁ ମିଷ୍ଟର ଓ ମିସ ଅଭିବକ୍ତ କୋରାପୁଟ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପାଞ୍ଚଟି ବିଭାଗ ରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ୧୮ ରୁ ୩୫ ବର୍ଷ ଉଭୟ ପୁରୁଷ ଓ ମହିଳା ,୧୭ ରୁ ୨୫ ବର୍ଷ ପାଇଁ ,୧୪ରୁ ୧୬ ବର୍ଷ ପାଇଁ ତଥା ୧୦ରୁ ୧୩ ବର୍ଷ ଭିତରେ ଓ ୩ ରୁ ୯ ବର୍ଷ ଭିତରେ ଗ୍ରୁପ୍ ରହିଛି ବୋଲି କେରିସ ର ଗ୍ରୁପ୍ ର ନିର୍ଦେଶିକା ସୁମନ ଖିଲୋ ପ୍ରକାଶ କରିଛନ୍ତି ଏହି କାର୍ଯ୍ୟକ୍ରମ ରେ ଜୁରୀ ଭାବେ ନକୁଲ ନାଗ,ଆଦର୍ଶ ମାଝୀ, ଅରୁଣିମା ଗୌଡ଼ ଯୋଗ ଦେଇଛନ୍ତି। ମାଲକାନଗିରି ପାଇଁ ମୁଖ୍ୟ ପ୍ରଯୋଜକ ଭାବରେ ଗୋ କ୍ୟାମ୍ପଫାଇର ଚନ୍ଦନ ଚୌଧୁରୀ ଓ ଡେଭିଲ୍ସ ଟାଟୁର ଦୀପକ ଖୋସଲା ସହଯୋଗ କରିଛନ୍ତି ଅଭିବକ୍ତ କୋରାପୁଟ ଜିଲ୍ଲାରେ ନୂଆ ପ୍ରତିଭାକୁ ବଡ଼ ମଞ୍ଚ ରେ ସ୍ଥାନ ଦେବା ସହ କୋରାପୁଟର ଅଳଙ୍କାର,କଳା ସଂସ୍କୃତିକୁ ପୁନର୍ବାର ଦୁନିଆ ସାମନାରେ ରେ ଭିନ୍ନ ରୂପରେ ଉପସ୍ଥାପନା କରିବା ସହିତ ସ୍ଥାନୀୟ ଯୁବକ ଯୁବତୀ ମାନେ କିପରି ଉପକୃତ ହୋଇ ପାରିବେ ସେ ତାହା ଉପରେ ଗୁରୁତ୍ବ ଦେଇଥିଲେ। ସୁମନ ଏହା ସହିତ ଗଦବାର ପାରମ୍ପରିକ ବସ୍ତ୍ର କେରଙ୍ଗର ପୁନର ଉଦ୍ଧାର ପାଇଁ ବସୁନ୍ଧରା ଇନଫୋରମେସନ ମିଡିଆ ସହିତ ମିଳିତ ଭାବରେ କାମ କାର୍ଯ୍ୟରତ ଅଛନ୍ତି । କେରିଜରୁ ପିଲାମାନେ ବିଭିନ୍ନ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ସମ୍ମାନିତ ମଧ୍ୟ ହେଇଛନ୍ତି। ମାଲକାନଗିରି ରେ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ପ୍ରବଳ ସଂଖ୍ୟାରେ ପ୍ରତିଯୋଗୀ ଆସିଥିଲେ । କାର୍ଯକ୍ରମ କୁ ନିବେଦିତା ମିଶ୍ର ପରିଚାଳନା କରିଥିଲେ ଫୋଟୋଗ୍ରାଫି ଓ ଭିଡ଼ିଓ ରେ ଏମଆରଜେ ଫୋଟୋଗ୍ରାଫି ଟିମ୍ , ସ୍ଥାନୀୟ ସଂଯୋଜକ ଭାବରେ ସୁମନ୍ ବୈରାଗୀ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.