ନିମ୍ନମାନର ସାମଗ୍ରୀରେ ଚାଲିଛି ରାସ୍ତା ନିର୍ମାଣ ଦୁର୍ଗମ ଅଞ୍ଚଳରେ ରାସ୍ତା କାମର ବିକଳ ଚିତ୍ର

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମ।ନ୍ୟମକୋଣ୍ଡl ପଂଚାୟତର ପୋଲୁର ଭଳି ଦୁର୍ଗମ ଗ୍ରାମାଞ୍ଚଳକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହସରକାରଙ୍କ ବିକାଶ ମୁଖୀ ଯୋଜନା ସାମିଲ କରିବା ପାଇଁ ସରକାରୀ କଳରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ମୁଖ୍ୟତଃ ବିଭିନ୍ନ ଗ୍ରାମକୁ ସଦରକୁ ଯୋଡ଼ିବାକୁ ନୂତନ ରାସ୍ତା ନିର୍ମାଣ କାମ ତୀବ୍ର ଗତିରେ ଚାଲିଥିବା ବେଳେ କିଛି ଲାଭ ଖୋର ଠିକାଦାର ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଯୋଗୁଁ କୋଟି କୋଟି ଟଙ୍କାର କାମ ପାଣିରେ ପଡିଲା ଭଳି ଲାଗୁଛି । ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ସମୁର୍ଣ୍ଣ କାମରେ ନିମ୍ନ ମାନର ସାମଗ୍ରୀ ବ୍ୟବହାର କରି ରାସ୍ତା ନିର୍ମାଣ ଜାରୀ ରହିଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । .

ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ପକ୍ଷରୁ ଏହି ପଞ୍ଚାୟତର ପୋଲୁର ଠାରୁ ନିଲାକଟା ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହି କାମରେ ବ୍ୟବହୃତ ମେଟାଲ କ୍ରସରୁ ଆଣିବା ବଦଳରେ ସେହି ରାସ୍ତା କଡରେ ରହିଥିବା ଧୂସର ରଙ୍ଗର ପଥରକୁ ଭାଙ୍ଗି ବ୍ୟବହାର କରାଯାଉଛି । କେତେକ ସ୍ଥାନରେ ଧଳା ରଙ୍ଗର ପଥର ସହ ଆଉ କେତେକ ସ୍ଥାନରେ ମରୁମ ଖାଦାନର ଅବଶେଷ ଭାବେ ମିଳୁଥିବା ପଥରକୁ ଭାଙ୍ଗି ମେଟାଲ ଭାବେ ବ୍ୟବହାର କରାଯାଉଛି। ସେହିପରି ଏହି ରାସ୍ତାର କଡରେ ଏକାଧିକ ସ୍ଥାନରେ ବେଆଇନ ଭାବେ ମାଟି ଓ ମୁରୁମ କଢ଼ାଯାଇ ରାସ୍ତାକାମରେ ବ୍ୟବହାର କରାଯିବା ସହ ବନବିଭାଗ ର ବିନା ଅନୁମତି ବହୁ ଗଛ କାଟି ଦିଆଯାଉଥିବା ଦେଖିବାକୁ ମିଳିଛି । ଯାହା ଦ୍ୱାରା ପରିବେଶର ସନ୍ତୁଳନରେ ବ୍ୟତିକ୍ରମ ଦେଖାଦେବା ସହ ଭୁସ୍ଖଳନ କୁ ସ୍ୱାଗତ କରୁଥିବା ଭଳି ମନେ ହେଉଛି । ଦୁର୍ଗମ ତଥା ଗ୍ରାମାଞ୍ଚଳ ହୋଇଥିବାରୁ ସରକାରୀ ବାବୁଙ୍କ ପାଦ ପଡୁ ନଥିବା ବେଳେ ବିଭିନ୍ନ ପ୍ରାକୃତିକ ସାମଗ୍ରୀ ଗୁଡିକୁ ଲୁଟ କରାଯାଇ ଏହି ଅଞ୍ଚଳର ରାସ୍ତାଘାଟ ନିର୍ମାଣ ଚାଲିଛି ଯାହା ମାଛ ତେଲରେ ମାଛ ଭାଜିବା ଭଳି ସାଧାରଣରେ କୁହାଯାଇଛି। ସେହିପରି ଦୁର୍ଗମ ତଥା ଅପହଞ୍ଚ ଇଲାକାର ସୁଯୋଗ ନେଇ ଉଭୟ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟମରେ ଉତ୍ତମ ବୁଝାମଣା ରଖି ଏଭଳି ନିମ୍ନ ମାନର ସାମଗ୍ରୀ ବ୍ୟବହାର କରାଯାଉଥିବା ବେଳେ ସରକାରୀ ବାବୁ ମାନେ ମଧ୍ୟ କେବେ ଆସୁ ନଥିବା ନେଇ ଆଖପାଖ ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି ।
ଏପରି ସ୍ଥିତିରେ ଦୁର୍ଗମ ଅଞ୍ଚଳରେ ବିକାଶ ନାମରେ ହେଉଥିବା ମହାଦୁର୍ନୀତିକୁ ରୋକାଯିବା ଦିଗରେ ସରକାର ତୁରନ୍ତ ଦୃଷ୍ଟି ଦେବା ସହ ବନ ବିଭାଗ, ରାଜସ୍ୱ ବିଭାଗ ପକ୍ଷ୍ୟରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଅନ୍ୟପଟେ ନିର୍ମାଣାଧିନ ଏହି ରାସ୍ତାକାମର ତଦାରଖ ପାଇଁ ଜିଲ୍ଲା ସ୍ତରୀୟ ଏକ କମିଟି ଗଠନ କରି ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାର ଅସଲ ମୁଖା ଖୋଲିବା ସହ ଦୁର୍ନୀତିର ପର୍ଦ୍ଦାଫାସ ହେବ ବୋଲି ଅଞ୍ଚଳବାସୀ କହିଛନ୍ତି।

nis-ad
Leave A Reply

Your email address will not be published.