କଂସ ଦରବାରରେ ବିଜେପି ବିଧାୟକ ପ୍ରାର୍ଥୀ ନରସିଂ ଭତରା

ଉମରକୋଟ : ବିରାଧୀ ବୀରବର, ମହା ପ୍ରତାପୀ, ତ୍ରିପୁରରା ବିଜୟୀ, ମଥୁରା ନରେଶ ମହାରାଜ କଂସଙ୍କ ଆଦେଶ ପାଇ ତଥା ଝରୀଗାଁ ଜନସାଧାରଣଙ୍କ ନିମନ୍ତ୍ରଣରେ ଆଜି କଂସ ଦରବାରରେ ହାଜର ହୋଇଛନ୍ତି ଝରୀଗାଁ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ନରସିଂ ଭତରା । ସେ କଂସ ଦରବାରକୁ ଆସି ଛାମୁଙ୍କ ସମ୍ମୁଖରେ ଝରୀଗାଁ ଅଞ୍ଚଳ ବାସୀଙ୍କ ସମସ୍ୟା ସବୁକୁ ଅତି ସୁନ୍ଦର ଭାବେ ଉପସ୍ଥାପନା କରି ଅଞ୍ଚଳର ମୌଳିକ ସମସ୍ୟା ଯଥା -ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ ଆଦି ବିଷୟରେ ମହାରାଜଙ୍କୁ ଜଣେଇଛନ୍ତି,ଝରୀଗାଁ ଅଞ୍ଚଳରେ ଏମିତି ଅନେକ ଗ୍ରାମ ରହିଛି ଯେଉଁଠିକୁ ସ୍ୱାଧୀନତାର ୭୬ବର୍ଷ ଭାରତ ସ୍ବର୍ଣ୍ଣ ଜୟନ୍ତି ପାଳନ କରୁଥିବା ପରେ ମଧ୍ୟ ଭଲ ରାସ୍ତା ଟିଏ ନାହିଁ, ସମୟରେ ଗାଁ ଗୁଡିକରେ ଆମ୍ବୁଲାନ୍ସ କିମ୍ବା କୌଣସି ଚାରି ଚକିଆ ଯାନ ଯାଇପାରୁ ନାହିଁ। ଅନେକ ସମୟରେ ଗର୍ଭବତୀ ଓ ଗୁରୁତର ରୋଗୀ ମାନଙ୍କୁ ଖଟିଆରେ ବୁହାହୋଇ ଡାକ୍ତରଖାନାକୁ ଅଣାଯାଉଥିବା ଦେଖିବାକୁ ମିଳୁଛି, ଏମିତି ଝରୀଗାଁ ବ୍ଲକରେ ଅନେକ ଗ୍ରାମ ଅଛି ବର୍ତ୍ତମାନ ସୁଦ୍ଧା ଗାଁ କୁ ବିଜୁଳି ପହଂଚି ପାରିନି। ସେହି ଗାଁ ଗୁଡିକ ଆଜିବି ଡିବିରୀ, ଟର୍ଚ୍ଚ, କ୍ୟାଣ୍ଡାଲ ଆଦି ଉପରେ ନିର୍ଭର କରି ବଂଚୁଛନ୍ତି। ଝରୀଗାଁ ଅଞ୍ଚଳରେ ଅନେକ ଗୁଡ଼ାଏ ବିଦ୍ୟାଳୟ ରହିଛି ହେଲେ ବିଦ୍ୟାଳୟ ଗୁଡିକରେ ଆବଶ୍ୟକ ମୁତାବକ ଶିକ୍ଷକ ନାହାନ୍ତି, ପିଲାମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇ ଛାତ୍ର ଛାତ୍ରୀ ମାନେ ପରିସାନ। ଝରୀଗାଁ ଅଞ୍ଚଳର ଅନେକ ଗ୍ରାମ ଏବେ ବି ମୋବାଇଲ ସେବାରୁ ବଞ୍ଚିତ ଏବଂ ମୁଖ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ମୁତାବକ ଡାକ୍ତର ନାହାନ୍ତି ତେଣୁ ଝରୀଗାଁ ଅଞ୍ଚଳବାସୀ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି, ଏମିତି ଅନେକ ଗ୍ରାମ ରହିଛି ଯେଉଁଠିକି ବିଶୁଦ୍ଧ ଜଳ ପାଇବା ସ୍ବପ୍ନ,ଝରଣା, ପୋଖରୀ, ନାଳ ଆଦିରେ ରହିଥିବା ଦୂଷିତ ଜଳ ପିଇ ଉକ୍ତ ଗ୍ରାମ ମାନଙ୍କରେ ବସବାସ କରୁଥିବା ଜନସାଧାରଣ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇ ପଡୁଛନ୍ତି।ଏସବୁ ସମସ୍ୟାର ସମାଧାନ ପାଇଁ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଭତରା ମହାରାଜ କଂସଙ୍କୁ ଗୁହାରୀ କରିଥିଲେ।ମହାରାଜ କଂସ ବିଧାୟକ ପ୍ରାର୍ଥୀଙ୍କ ସମସ୍ତ ଅଭିଯୋଗ ଧ୍ୟାନ ପୂର୍ବକ ଶୁଣିବା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ଡାକି ଝରୀଗାଁ ଅଞ୍ଚଳର ସବୁ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ।

ମା ଠାକୁରାଣୀଙ୍କ ନବ ଦିନାତ୍ମକ କଳସୀ ଯାତ୍ରା ଉପଲକ୍ଷେ ଝରୀଗାଁ ମା ଠାକୁରାଣୀ କଳସୀ ଯାତ୍ରା ପରିଚାଳନା କମିଟି ତରଫରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଧନୁଯାତ୍ରାର ଆୟୋଜନ କରାଯାଇଛି।ଅଞ୍ଚଳରେ ପ୍ରଥମ ଥର ଏହି ଯାତ୍ରା ହେଉଥିବାରୁ ଧନୁଯାତ୍ରା ଦେଖିବା ପାଇଁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି।ମହାରାଜ କଂସଙ୍କ ରାଜ ଦରବାରର କାର୍ଯ୍ୟକ୍ରମ ଜନସାଧାରଣଙ୍କୁ ବେଶ ଉତ୍ସାହିତ କରୁଛି,ସ୍ଥାନୀୟ ସମସ୍ୟା ଗୁଡିକୁ ଉପସ୍ଥାପନା କରିବା ପାଇଁ ଏହା ଏକ ସର୍ବୋକୃଷ୍ଟ ମାଧ୍ୟମ ବୋଲି ଝରୀଗାଁ ବ୍ଲକର ବୁଦ୍ଧିଜୀବୀ ମହଲରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।ଆଜି ହେଉଛି ଧନୁଯାତ୍ରାର ଚତୁର୍ଥୀ ରଜନୀ ପ୍ରତ୍ୟେକ ରଜନୀରେ ଆସନ୍ୟ ଭୋଟ କୁ ନଜରରେ ରଖି ସ୍ଥାନୀୟ ରାଜନେତା, ଜନ ପ୍ରତିନିଧି, ବିଭିନ୍ନ ବିଭାଗୀୟ ଅଧିକାରୀ ଓ କଳାକାରମାନେ ମଞ୍ଚକୁ ଆସି ସ୍ଥାନୀୟ ଅଞ୍ଚଳର ସମସ୍ୟା ସବୁକୁ ଉପସ୍ଥାପନା କରିବା ସହିତ ଜନସାଧାରଣ ମାନଙ୍କ ମନୋରଞ୍ଜନ କରୁଛନ୍ତି।ଏଥର ପ୍ରତିବର୍ଷ ଧନୁଯାତ୍ରାର ଆୟୋଜନ କରାଯିବ ବୋଲି ଝରୀଗାଁ ମା ଠାକୁରାଣୀ କଳସୀ ଯାତ୍ରା ପରିଚାଳନା କମିଟିର ସଦସ୍ୟମାନେ ପ୍ରକାଶ କହିଛନ୍ତି।

nis-ad
Leave A Reply

Your email address will not be published.