ଖରା ଦିନେ ବିଦ୍ୟୁତ ସମସ୍ୟା ଯୋଗୁ ଦୁର୍ଦ୍ଦଶା ଭୋଗୁଛନ୍ତି ଏମ ଭି-୧୦୮ ଗ୍ରାମବାସୀ

ମାଲକାନଗିରି (ବାଲିମେଳା) : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲଲ ଚିତାପାରି -୩ ପଞ୍ଚାୟତ ଅଧୀନସ୍ତ ଏମ ଭି ୧୦୮ ଗ୍ରାମରେ ଦୀର୍ଘ ବର୍ଷ ଧରି ବିଦ୍ୟୁତ ଯୋଗାଣ ସମସ୍ୟା ଲାଗିରହିଛି ।ଅସହ୍ୟ ଗରମରେ ସନ୍ତୁଳି ହେଉଛନ୍ତି ୭୫ ପରିବାରର ଲୋକେ। ଖବର ଅନୁସାରେ ୪୫୦ରୁ ଉର୍ଦ୍ଧ ଲୋକେ ଏହି ଗ୍ରାମରେ ବସବାସ କରି ଆସୁଛନ୍ତି ପ୍ରାୟ ୭୦ରୁ ଉର୍ଦ୍ଧ ବିଦ୍ୟୁତ ଉପଭୋକ୍ତା ରହିଛନ୍ତି ।ଆଜକୁ ପ୍ରାୟ ଦୁଇ ବର୍ଷ ହେବ ବିଦ୍ୟୁତ ଲୋ ଭୋଲ୍ଟେଜ ଯୋଗୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ୨୦ ବର୍ଷ ପୂର୍ବେ ଗ୍ରାମବାସୀଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବା ନିମନ୍ତେ ବିଭାଗ ପକ୍ଷରୁ ଗ୍ରାମରେ ଏକ ୨୫ କେଭିର ଟ୍ରାନ୍ସଫର୍ମର ଲଗାଯାଇ ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଥିଲା ।ଘର ଘରକୁ ସଂଯୋଗ କରାଯାଇଥିବା କେବୁଲ ଗୁଡିକ ୨୦ ବର୍ଷ ପୁରୁଣା ହୋଇଥିବାରୁ ସେଗୁଡିକ ନଷ୍ଟ ହୋଇ ଗଲାଣି । ସେଗୁଡିକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଯୋଡ଼ା ଯାଇଥିବାରୁ ବର୍ତ୍ତମାନ ତାହା ସମ୍ପୂର୍ଣ ଭାବେ ବିପଦଶଙ୍କୁଳ ଅବସ୍ଥାରେ ଝୁଲି ରହିଛି ।ନିୟମିତ ଲୋ ଭୋଲ୍ଟେଜ ରହିବା ଯୋଗୁ ବିଶେଷ କରି ଖରା ଦିନେ ଘରୋଇ ଉପକରଣ ତଥା ଲାଇଟ, ପଙ୍ଖା, ପାଣି ମୋଟର, କୁଲର ଆଦି ନିତ୍ୟ ବ୍ୟବହାରିକ ଜିନିଷ ଗୁଡିକ ଆଦୌ କାର୍ଯ୍ୟକାରୀ ହୋଇ ପାରୁନାହିଁ ।ଖାଲି ଏତିକିରେ ସରିନି ଲୋକଙ୍କ ସମସ୍ୟା ବିଦ୍ୟୁତ ସମସ୍ୟା ଲାଗି ରହିବା ଯୋଗୁ ମୁଖ୍ୟତଃ ପିଇବା ପାଣି ,ପିଲାଙ୍କ ପାଠ ପଢା ରେ ବଡ ସମସ୍ୟା ସୃଷ୍ଟି ହୋଇଛି ।ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଅସହ୍ୟ ଗରମ ଜାରୀ ରହିଥିବା ବେଳେ ବିଦ୍ୟୁତ ସମସ୍ୟରେ ଲୋକେ ବହୁ ଦୁର୍ଦଶା ଭୋଗୁଛନ୍ତି ବୋଲି ଗ୍ରାମବାସୀ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ।

ଏ ସମ୍ବନ୍ଧରେ ଗ୍ରାମବାସୀ ବହୁବାର ବାଲିମେଳା ସ୍ଥିତ ଟିପିଏସଓଡି ଏଲ କାର୍ଯ୍ୟାଳୟରେ ପହଞ୍ଚି କନିଷ୍ଠଯନ୍ତ୍ରୀ, ଏସଡ଼ିଓ ଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।କିନ୍ତୁ ଦୁଃଖର ବିଷୟ ପ୍ରାୟ ୨ମାସ ପୂର୍ବେ ବିଭାଗ ପକ୍ଷରୁ ଏକ ୨୫ କେଭିର ୩ ଫେଜର ଟ୍ରାନ୍ସଫର୍ମର ଯୋଗାଇ ଦେଇଛନ୍ତି ।ହେଲେ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଇଦେବା ପାଇଁ ୩ ଫେଜର କେବୁଲ ଯୋଗାଇ ଦିଆଯାଇ ନାହିଁ । ବିଡ଼ମ୍ବନାର ବିଷୟ ଗତ ୨୮-୩-୨୪ତାରିଖରେ ବିଭାଗୀୟ ଏସ ଡ଼ି ଓ ଦେବାଶିଷ ପଣ୍ଡା ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇ କହିଥିଲେ ଯେ ୧୦ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ମଧ୍ୟ ଦେଇଥିଲେ ।କିନ୍ତୁ ଦେଇଥିବା ପ୍ରତିଶୃତି ପାଣିର ଗାର ପାଲଟିଛି । ଏହାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ବାରମ୍ବାର ବିଭାଗୀୟ କତ୍ତୃପକ୍ଷ ଓ ନିର୍ବାଚିତ ଜନ ପ୍ରତିନିଧିଙ୍କ ନିକଟରେ ଗୁହାରି କଲେବି କେହିବି କର୍ଣ୍ଣପାତ କରୁନଥିବା ଗ୍ରାମର ସଭାପତି ରଞ୍ଜିତ ସାନା,ସମ୍ପାଦକ କମଲେଶ ସର୍ଦାର, ବଳରାମ ଅଧିକାରୀ, ରଘୁନାଥ ସର୍ଦାର, ଜୟଦେବ ଘୋଷ, ତପନ ଗାଏନ,ଜଗନ୍ନାଥ କର୍ମକାର, ତାରକ ଵାଲା, ପ୍ରହ୍ଲାଦ ବୈରାଗୀଙ୍କ ସମେତ ସମସ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ଗ୍ରାମରେ ଲାଗି ରହିଥିବା ବିଦ୍ୟୁତ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଗ୍ରାମବାସୀ ବିଦ୍ୟୁତ ବିଭାଗର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଗ୍ରାମବାସୀ ଚେତାବନୀ ମଧ୍ୟ ଦେଇଛନ୍ତି ।ଏ ସମ୍ପର୍କରେ ବିଦ୍ୟୁତ ବିଭାଗର ଏସଡ଼ିଓ ଦେବାଶିଷ ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ଯେ ନୂଆ କେବୁଲ ପାଇଁ ଏମଆରପ୍ରୋଜେକ୍ଟ ସ୍କିମରେ ପ୍ରୋପୋଜାଲ ପଠା ଯାଇଛି । ଅତି ଶୀଘ୍ର କେବୁଲ ଆଣିବା ପାଇଁ ଉଦ୍ୟମ କରାଯାଉଛି ।ଗ୍ରାମରେ ଥିବା ଏ ଲ ଆଇ ପଇଣ୍ଟ ରେ ଲଗାଯାଥିବା ୬୩କେଭିର ଟ୍ରାନ୍ସଫର୍ମରରୁ ୩ଫେଜ କେବୁଲ ଟାଣି ଲୋକଙ୍କୁ ବିଦ୍ୟୁତ ଯୋଗାଇ ଦିଆଯିବ । ନୂଆ କେବୁଲ ଆସିବା ପରେ ଗାଁରେ ଆଉ ଦୁଇଟି ଖୁଣ୍ଟ ପୋତି ଲୋକଙ୍କୁ ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.