ବିଜେଡିରେ ସାମିଲ ହେଲେ ସମାଜସେବୀ ରାଧାମୋହନ

ଫୁଲବାଣୀ : ବିଜେଡ଼ିରେ ସାମିଲ୍ ହେଲେ କନ୍ଧମାଳ ଜିଲ୍ଲାର ବଶିଷ୍ଠ ସାମାଜିକ କର୍ମୀ, କନ୍ଧମାଳ ପିପୁଲ୍ସ ଫୋରମର ପ୍ରତିଷ୍ଠାତା ଓ ସଭାପତି ତଥା ସାମ୍ବାଦିକ ରାଧା ମୋହନ ମହାପାତ୍ର l ଶ୍ରୀ ମହାପାତ୍ର ଆଗରୁ ଦୁଃଖୀ ଦରିଦ୍ରର ସାହାଯ୍ଯ କାରୀ ବନ୍ଧୁ ଭାବେ ସମଗ୍ର କନ୍ଧମାଳ ଜିଲ୍ଲାରେ ସୁପରିଚିତ l ତାଙ୍କ ସଂଘରେ ଜିଲ୍ଲାରୁ ଶତାଧିକ ଲୋକ ସଦସ୍ୟତା ଗ୍ରହଣ କରିଛନ୍ତି l ସେ ସୁବିଧା ଅସୁବିଧାରେ ସେମାନଙ୍କୁ ସହଯୋଗର ହାତ ବଢେଇ ଆସିଛନ୍ତି l ଏଥି ସହିତ ଆଜକୁ ବହୁ ବର୍ଷଧରି ଫୁଲବାଣୀର ବିକାଶ ପାଇଁ ଯଥା ରେଳ ସଂଯୋଗ, ମେଡିକାଲ କଲେଜ ପ୍ରତିଷ୍ଠା, ଭେଣ୍ଡିଂ ଜୋନ୍, ପାର୍କ ନିର୍ମାଣ ଇତ୍ୟାଦି ପାଇଁ ରାଲି ଧାରଣା ଦେଇ ସାମାଜ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି l ସେ ଦଳରେ ସାମିଲ ହେବା ପରେ ତାଙ୍କ ସମର୍ଥକ ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l ଶ୍ରୀ ମହାପାତ୍ର
କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ଶଙ୍ଖ ଭବନରେ ବିଜେଡ଼ି ଦଳରେ ସାମିଲ୍ ହେଇଛନ୍ତି । ଦଳରେ ସାମିଲ ହେବା ପରେ ଦଳ କନ୍ଧମାଳରେ ଆହୁରି ଦୃଢ଼ ଓ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ l କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସବୁ କର୍ମୀ ଓ ନେତାଙ୍କୁ ଉତରିୟ ଦେଇ ବିଜେଡ଼ିକୁ ସ୍ବାଗତ କରି ଦଳ ପାଇଁ ସେମାନେ ଭଲ କାମ କରିବେ ବୋଲି କହିଥିଲେ।ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓ କନ୍ଧମାଳ ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି l ଯୋଗଦାନ ଫଳରେ କନ୍ଧମାଳରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ନେତାମାନେ ଆଶାପ୍ରକଟ କରିଥିଲେ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଥିଲେ l

nis-ad
Leave A Reply

Your email address will not be published.