ଟଙ୍କା ହଡପ ପାଇଁ ବ୍ରହ୍ମପୁର ବି ଏମ ସି ସାଜିଛି ଧୃତରାଷ୍ଟ୍ର : ପିଲାଙ୍କ ଜୀବନ ନେଇ ବିପଦ କୁ ନିମନ୍ତ୍ରଣ..!


ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ବିପଦ କୁ ନିମନ୍ତ୍ରଣ ଦେଇ ପିଲା ମାନଙ୍କ ଜୀବନ କୁ ବାଜି ଲଗାଇଛି। ବ୍ରହ୍ମପୁର ର ଜନଗହଳି ପୂର୍ଣ୍ଣ ସ୍ଥାନରେ ଥିବା ଟ୍ରାନ୍ସଫରମର ନିକଟରେ ପିଲାଙ୍କୁ ଖେଳିବାର ଉପକରଣ ଲଗାଇଛି। ଏହି ଭୁଲ ପାଇଁ ବ୍ରହ୍ମପୁର ମେୟେର ଯେତିକି ଦାୟୀ ସେତିକି ଦାୟୀ କମିଶନର ବୋଲି ସେ ଅଞ୍ଚଳ ରେ ଚର୍ଚ୍ଚା ହେଲାଣି। ଅର୍ଥ ବାଟମାରଣା କରିବାକୁ ଯାଇ ସର୍ଭେ ନକରି ବ୍ରହ୍ମପୁର ରେ ବିଭିନ୍ନ କାର୍ଯ୍ୟ ଓ ଉନ୍ନତି କରଣ ନାମରେ ହରିଲୁଟ ଚାଲିଥିବା ଦେଖିବାକୁ ମିଳିଛି। ବିପଦ ନଥିବା ବିଭିନ୍ନ ସାହି ବସ୍ତି ରେ ଖେଳ ଉପକରଣ ଲଗାଇବା ପାଇଁ କଡା ନିର୍ଦ୍ଧେଶ ରହିଛି। ଏହାକୁ ଭୃକ୍ଷେପ ନ କରି ଟ୍ରାନ୍ସଫରମର ନିକଟରେ ଖେଳ ଉପକରଣ ଲଗା ଯାଇଛି।ଯଦି କୌଣସି ଅଘଟଣ ଘଟେ ତାହା ହେଲେ କିଏ ଦାୟୀ ରହିବ। ସୂଚନା ଥାଉକି ଦୁର୍ନୀତି ର ଚରମ ସୀମା ରେ ବ୍ରହ୍ମପୁର ମହାନଗର ନିଗମ ଯେଉଁଠି ହାତ ମାରିବ ସେଠାରେ ପାଇବ ଦୁର୍ନୀତି ର ଗନ୍ଧ l ଆଜିର ଏହି ଫୋଟୋ ଦୁର୍ନୀତି ର ସବୁ ସୀମା କୁ ପାର କରି ଦେଇଛି ଏହି ଦୃଶ୍ୟ ହେଉଛି ବ୍ରହ୍ମପୁର ସଵ ଟ୍ରେଜେରି ଦେଇ ବଡବଜାର କୁ ଯିବା ରାସ୍ତା କଡରେ ଗୋଟିଏ ହାଇ ପାୱାର ଟ୍ରାନ୍ସଫରମର କୁ ଲାଗି ପିଲା ମାନଙ୍କ ପାଇଁ ଏହି ସବୁ ଖେଳ ଉପକରଣ ମାନ ଲଗା ଯାଇଛି ଯେଉଁଠି ଅତି କୋମଳ ମତି ପିଲା ମାନେ ଖେଳୁ ଥିବା ବି ଦେଖିବାକୁ ମିଳୁଛି, ଯଦି କିଛିବି ଦୁର୍ଘଟଣା ଘଟେ ତେବେ ବି ଏମ ସି ଦାୟୀ ରହିବକି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି l ସାମାନ୍ୟ ଟଙ୍କା ଲୋଭ ରେ ପିଲା ମାନଙ୍କୁ ବିପଦ କୁ ଠେଲି ଦେବା କେତେ ଯୁକ୍ତି ଯୁକ୍ତ ବୋଲି ଲୋକ ଅଭିଯୋଗ କରୁଛନ୍ତି l ଯଥା ଶୀଘ୍ର ଏହାକୁ ନେଇ ସ୍ଥାନୀୟ ବି ଏମ ସି କମିଶନର ଓ ମେୟର ଚିନ୍ତା କରନ୍ତୁ ବୋଲି ସାଧାରଣ ରେ ଦାବୀ ହେଉଛି l

nis-ad
Leave A Reply

Your email address will not be published.