ବ୍ରହ୍ମପୁର : ୧୬-୪ ସାରା ଗଞ୍ଜାମ ଜିଲ୍ଲାର ବିଭିନ୍ନ ସହରେ ତାତି ଏବେ ୪୦ ଡିଗ୍ରୀ ରୁ ଉର୍ଦ୍ଧରେ ରହିଛି। ଦିନ ଏଗାର ରୁ ରାସ୍ତା ଘାଟ ସୁନ ସାନ ଦେଖାଯାଉଛି। ବାହାରୁ ଆସୁଥିବା ବାଟୋଇ ମାନଙ୍କ ପାଇଁ ରାସ୍ତା କଡ଼ ରେ ଜିଲ୍ଲାର ଅଧିକାଂଶ ସ୍ଥାନରେ ଜଳ ଛତ୍ର ଖୋଲା ଯାଇନାହିଁ। ଜିଲ୍ଲା ପ୍ରଶାସନ କେବେଳ ଲୋକଙ୍କୁ ବାର୍ତ୍ତା ଦେଇ ଚୁପଚାପ ବସିରହି ଥିବା ଦେଖିବାକୁ ମୁଳିଛି। ଜଳଛତ୍ର କେବେଳ କାଗଜ କଲମରେ ସୀମିତ କହିଲେ କିଛି ଭୁଲ ହେବ ନାହିଁ, ଗଞ୍ଜାମ ଜିଲ୍ଲାର ବିଭିନ୍ନ ମୁନିସିପାଲିଟି, ଏନ ଏ ସି ଏହୁ କିମ୍ବା ବ୍ରହ୍ମପୁର ମହା ନଗର ନିଗମ ସବୁଠି ଏକା ଅବସ୍ଥା l ଅଧିକାଂଶ କରି ଗ୍ରମାଞ୍ଚଳ ରେ ଅନେକ ସ୍ଥାନରେ କେଉଁଠି ନଳକୂଳ ଅଚଳ ତ କେଉଁଠି ଷ୍ଟାଣ୍ଡ ପୋଷ୍ଟ ରେ ପାଣି ଆସୁନାହିଁ। ଗଞ୍ଜାମ ଜିଲ୍ଲାରେ ଜଳ ସମସ୍ୟା ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ରହିଛି। ହେଲେ ନିର୍ବାଚିତ ପ୍ରତିନିଧି ମାନେ ଥରେ ନିର୍ବାଚିତ ହୋଇ ଗଲେ ପୁଣି ନିର୍ବାଚନ ସମୟରେ ପାନୀୟ ଜଳ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁ ଥିବା ଦେଖିବାକୁ ମିଳିଛି। ତାତି ବଢ଼ି ଥିବା ବେଳେ ଟାଟା ପାୱାର ମଧ୍ୟ ଦାଉ ସାଜୁଛି ବିଲ ଆସିଲା ବେଳେ ସାଧାରଣ ଲୋକଙ୍କ ଅକଲ ଗୁଡ଼ୁମ ହୋଇଯାଉଛି। ଘରୋଇ କରଣ ହାତକୁ ସରକାର ବିଦ୍ୟୁତ ଟେକି ଦେବା ଫଳରେ ଗରିବ ଲୋକୋ ମାନେ ନା ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଥାଉକି ଗଞ୍ଜାମ ଜିଲ୍ଲାରେ ପାଣି ସମସ୍ୟା ଉତ୍କଟ ରୂପ ନେଲଣି ଜାହ୍ନି ବିଲ ପ୍ରୋଜେକ୍ଟ ଧର୍ମକୁ ଆଖି ଠାର ଏହି ପ୍ରକଳ୍ପ ନାମରେ ଏଲ ଏନ ଟି ଏଠାକାର ପ୍ରଶାସନ ଓ ନେତା ମାନଙ୍କୁ ପକେଟ ରେ ପୁରାଇ କୋଟି କୋଟି ଟଙ୍କା ଖାଇଯିବା କୁ ନେଇ ଅଭିଯୋଗ ହୋଇଛି l ରାଜ୍ୟ ସରକାର ସବୁ ଜାଣି ଚୁପ l ଏବେ ନିର୍ବାଚନ ନେତା ମାନେ ପୁଣି ପାଣି ସମସ୍ୟା କୁ ନେଇ ଆରମ୍ଭ କଲେଣି କୁମ୍ଭୀର କାନ୍ଦଣା l ସାମାନ୍ୟ ଜଳ ଛତ୍ର ଟିଏ ବାଟୋଇ ଓ ପଥିକ ମାନଙ୍କ ପାଇଁ ଖୋଲା ଯାଇ ପାରୁନି ପଶୁ ପାକ୍ଷୀ ମାନଙ୍କ କଥା ପଚାରେ କିଏ..? ପ୍ରଶାସନ ର ଏହି ପରି କାର୍ଯ୍ୟକୁ ଧର୍ମ ସହିଲେ ହେଲା ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଅଭିଯୋଗ ହେଉଛି
Sign in
Sign in
Recover your password.
A password will be e-mailed to you.