ଗଞ୍ଜାମ ଜିଲ୍ଲାରେ ଆଇ.ପି.ଏଲ ମାନିଆ,ସଟ୍ଟା ବଜାର ସର ଗରମ……!

ଲାଗୁଛି ଲକ୍ଷ ଲକ୍ଷ ଟଙ୍କା ବାଜି ……


ବ୍ରହ୍ମପୁର : ୧୪-୪ ଗଞ୍ଜାମ ଜିଲ୍ଲାରେ ଆଇ.ପି.ଏଲ ପାଇଁ ନିର୍ବାଚନ ମାହୋଲ ଥଣ୍ଡା ପଡିଯାଇଛି। ଆଇ ପି ଏ ଲ ଆରମ୍ଭ ହେଉ ହେଉ ଏହାର ପଛରେ ଯୁବପିଢ଼ି ମାତିଥିବା ଲକ୍ଷ କରାଯାଇଛି। ଆଇ ପି ଏ ଲ ରେ ବାଜିରେ ଟଙ୍କା ଲଗାଇ ସର୍ବସ୍ୱାନ୍ତ ହୋଇ କେତେକ ଯୁବକ ଭିଟା ମାଟି ଛାଡିଥିବାର ନଜିର ରହିଛି। ପୋଲିସ ଏବେ କେବଳ ନିର୍ବାଚନ ରେ ବ୍ୟସ୍ତ ଥିବା ଅନୁମାନ କରାଯାଉଛି। ଏପଟେ ବୁକି ମାନେ ଅର୍ଥର ଲୋଭ ଦେଖାଇ ଯୁବପିଢ଼ି ଙ୍କୁ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛନ୍ତି। ଆସିକା, ବ୍ରହ୍ମପୁର, ଚିକିଟି, କୁକୁଡାଖଣ୍ଡି, ହିଞ୍ଜିଳି, ପୁରୁଷୋତ୍ତମପୁର, ଭଞ୍ଜନଗର, ଓ ଦିଗପହଣ୍ଡି ଅଞ୍ଚଳ ଓ ଗଞ୍ଜାମ ଜିଲ୍ଲାର ଅନେକ ଜାଗାରେ ସଟ୍ଟା ବଜାର ର ହୋବ ହେବା ଫଳରେ ଏଠାରେ ଦୈନିକ ଲକ୍ଷ ଲକ୍ଷ ଟଙ୍କା ବାଜି ଲାଗୁଥିବା ଚର୍ଚ୍ଚା ହେଉଛି।ପୂର୍ବରୁ ପ୍ରତିବର୍ଷ ଆସିକା ଓ ବ୍ରହ୍ମପୁର ରେ ଆଇ ପି ଏ ଲ ରେ ବାଜି ଲଗାଇବା ଅଭିଯୋଗ ରେ ବୁକି ମାନେ ଗିରଫ ହେବାର ନଜିର ରହିଛି। ନୂଆଁ ନୂଆଁ ତରିକା ରେ ଏବର୍ଷ ଆଇ ପି ଏ ଲ ରେ ପ୍ରତେକ ବଲ ପ୍ରତେକ ରନ ଓ

ଆଉଟ ରେ ବାଜି ଲାଗୁଥିବା ନେଇ ଚର୍ଚ୍ଚା ହେଉଛି। ପୂର୍ବରୁ ଗିରଫ ହୋଇଥିବା ବୁକି ମାନଙ୍କୁ ଠାବ କଲେ ଏହି ଜୁଆ ଉପରେ ଅଙ୍କୁଶ ଲାଗିବ ବୋଲି ବୁଦ୍ଧିଜୀବୀ ମହଲ ରେ ଦାବୀ ହେଉଛି। କିଛି ବୁକି ପୋଲିସ କୁ ହାତ ବାରିସୀ କରି ସଟ୍ଟା ବାଜି ଚଲାଉ ଛନ୍ତି ବୋଲି ଅଭିଯୋଗ ଆସୁଛି ବ୍ରହ୍ମପୁର ସହର ରେ ଗଳି କନ୍ଦିରେ ଏହି ସଟ୍ଟା ଚାଲିଛି ପୋଲିସ ପାଖରେ ଖବର ବି ରହିଛି ମୁଖ୍ୟତଃ ବଡବଜାର, ଟାଉନ, ଗୋଶାଣୀ ନୂଆଗାଁ ଏବଂ ବି. ଏନ. ପୁର ପୋଲିସ ଥାନ ଅଞ୍ଚଳ ରେ ବ୍ୟାପକ ଭାବରେ ଏହି ଖେଳ ଚାଲିଛି ବୋଲି ଅଭିଯୋଗ ହେଉଛି l

nis-ad
Leave A Reply

Your email address will not be published.