ପୂଜ୍ୟ ପୂଜା ସମିତି ପକ୍ଷରୁ ବିଶ୍ୱରତ୍ନ ବାବାସାହେବ ଆମ୍ବେଦକର ଜୟନ୍ତି ପାଳନ…

ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଆହ୍ୱାନ…

ବ୍ରହ୍ମପୁର, ତା.୧୪.୪.୨୪ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ବିଶ୍ୱରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତି ପାଳନ ହୋଇଯାଇଛି l ଆଜି ସକାଳୁ ସମିତି ପକ୍ଷରୁ ଆମ୍ବେଦକରଙ୍କ ଫୋଟଚିତ୍ର ନେଇ ଏକ ପ୍ରଭାତଫେରୀ ମାଧ୍ୟମରେ ସହର ପରିକ୍ରମା କରାଯାଇଥିଲା l ସହରର ଲାଞ୍ଜିପଲ୍ଲୀ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଉକ୍ତ ସ୍ଥାନରେ ଏକ ସ୍ମୃତି ସଭା ଆୟୋଜନ କରାଯାଇଥିଲା l ସମିତି ସମ୍ପାଦକ ଏସ. ସାମ୍ବଶିବା ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ସହରର ବହୁ ବୁଦ୍ଧିଜୀବୀ ଜନ ସାଧାରଣ ଯୋଗ ଦେଇଥିଲେ l ଆମ୍ବେଦକର ଜଣେ ବିଶିଷ୍ଟ ରାଜନୀତିଜ୍ଞ, ଆଇନଜ୍ଞ, ସମ୍ବିଧାନ ବିଶାରଦ ଓ ଅର୍ଥନୀତିଜ୍ଞ ଥିଲେ l ସ୍ୱାଧୀନ ଭାରତର ସମ୍ବିଧାନକୁ ରୂପଦାନ କରିବାରେ ତାଙ୍କର ଅବଦାନ ଅତୁଳନୀୟ l ପିଲାଟି ବେଳୁ ସେ ବହୁ ଅପମାନ ଓ ନିର୍ଯ୍ୟାତନା ସହି ମଧ୍ୟ ସେ ବମ୍ବେର ଏଲଫିନଷ୍ଟୋନ କଲେଜରେ ବିଏ ପାସ କରି ଆମେରିକାର କଲମ୍ବିଆ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନର ସ୍କୁଲ ଅଫ ଇକନୋମିକ୍ସ ଆଣ୍ଡ ପଲିଟିକାଲ ସାଇନ୍ସ ରେ ଅର୍ଥ ଶାସ୍ତ୍ରରେ ଏମଏସସି ଡିଗ୍ରୀ ଅଧ୍ୟୟନ ପରେ ବିଭିନ୍ନ ବିଷୟରେ ପିଏଚଡି ଓ ଏଲ.ଏଲ.ଡି ଉପାଧି ପ୍ରାପ୍ତ କରିଥିଲେ l ଜଣେ ଅର୍ଥନୀତିଜ୍ଞ ଭାବେ ଆମ୍ବେଦକରଙ୍କ ମତରେ ଭାରତୀୟ ଅର୍ଥ ବ୍ୟବସ୍ଥାର ଦୁର୍ବଳତାର ମୁଖ୍ୟ କାରଣ ହେଲା ଭୂ -ସଂସ୍କାର କାର୍ଯ୍ୟରେ ବିଳମ୍ବ l ଏଥିସହ ଆର୍ଥିକ ଶୋଷଣ ଓ ସାମାଜିକ ଅନ୍ୟାୟର ବିଲୋପ ଏକାନ୍ତ ଆବଶ୍ୟକ , ଜମିଦାରୀ ପ୍ରଥାର ଉଛେଦ ହେବା ଦରକାର l ଭୂମିହୀନ ଶ୍ରମିକ ମାନଙ୍କୁ ଭୂମି ଯୋଗାଇବା ସହ କୃଷିର ଜାତୀୟକରଣ ପାଇଁ ଯୁକ୍ତି ବାଢିଥିଲେ l ସେ ସମାଜବାଦର ପ୍ରବର୍ତ୍ତନ ଦ୍ୱାରା ହିଁ ଦେଶରୁ ଦାରିଦ୍ର୍ୟ ଦୂର କରାଯାଇପାରିବ ବୋଲି କହିବାସହ ଜାତିପ୍ରଥା ଏବଂ ଅସ୍ପୃଶ୍ୟତା ହିନ୍ଦୁ ସମାଜର ପ୍ରଧାନ କଳଙ୍କ ଓ ଆଦର୍ଶ ସମାଜ ପାଇଁ ସମାନତା, ସ୍ୱାଧୀନତା ଓ ଭାତୃତ୍ୱ ହିଁ ଏକମାତ୍ର ମୂଳ ଆଧାର ବୋଲି କହିଥିଲେ l ସାମ୍ପ୍ରତିକ ପରିସ୍ଥିତିରେ ଦେଶର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ସମସ୍ତ ଜନ ସାଧାରଣ ଏକାଠି ହେବା ଆବଶ୍ୟକ ବୋଲି ଆଜିର ସଭାରେ ମତ ପ୍ରକାଶ ପାଇଛି l  ଆଜି ଅପରାହ୍ନରେ ବିଜିପୁର କମ୍ୟୁନିଟି ହଲଠାରେ ଆଜିର ଫାସିବାଦୀ ବ୍ୟବସ୍ଥାରେ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶଗତ ସଂଘର୍ଷର ଆବଶ୍ୟକତା ଶୀର୍ଷକ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ସମିତି ନେତା ଅଳକନାଥ ମିଶ୍ର,ବିକାଶ ସ୍ବେଛାସେବୀ ଅନୁଷ୍ଠାନର ଡା. ଗୋପବନ୍ଧୁ ବେହେରା, ,ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ତାଙ୍କ ସ୍ମୃତିରେ ଆଜି ଅପରାହ୍ନରେ ବିଜିପୁର କମ୍ୟୁନିଟି ହଲଠାରେ ଆଜିର ଫାସିବାଦୀ ବ୍ୟବସ୍ଥାରେ ବାବାସାହେବ ଆମ୍ବେଦକରଙ୍କ ଆଦର୍ଶଗତ ସଂଘର୍ଷର ଆବଶ୍ୟକତା ଶୀର୍ଷକ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଯାଇଛି l ସମିତି ନେତା ଅଳକନାଥ ମିଶ୍ର,ବିକାଶ ସ୍ବେଛାସେବୀ ଅନୁଷ୍ଠାନର ଡା. ଗୋପବନ୍ଧୁ ବେହେରା, ଟିମ କ୍ଲିନ ସିଟିର ଶକ୍ତିଧର ରାଜଗୁରୁ, ବରିଷ୍ଠ ସାମ୍ବାଦିକ ରବି ରଥ,ଏଚଆରଓ ର କେ. ନନ୍ଦେସୁ ସେନାପତି, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସୁବାଷ ଚନ୍ଦ୍ର ମିଶ୍ର, ପି. ଶଙ୍କର ରାଓ, ଅମୁଲ୍ୟଚନ୍ଦ୍ର ପଣ୍ଡା, ସୁରେନ୍ଦ୍ର ନାଥ ପଣ୍ଡା, ,ରାମ ବାବୁ,ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ

nis-ad
Leave A Reply

Your email address will not be published.