କନ୍ଧମାଳ ପ୍ରସିଦ୍ଧ ଶ୍ରୀଶ୍ରୀ ମା ନାରାୟଣୀ ଠାକୁରାଣୀଙ୍କ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ…

ଫୁଲବାଣୀ : ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ଶ୍ରୀଶ୍ରୀ ମା ନାରାୟଣୀ ଠାକୁରାଣୀଙ୍କ
ଷଷ୍ଠ ବିଂଶ ତମ ଯାତ୍ରାର ଶୁଭଖୁଣ୍ଟି ସ୍ଥାପନ ନିମନ୍ତେ ସ୍ଥାନୀୟ ପେଞ୍ଜି ସାହି ନିକଟସ୍ଥ ନବୀନ କଁହରଙ୍କ ବଗିଚା ଠାରେ ବୃକ୍ଷ ଛେଦନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସଭାପତି ପି. ସୁଧାଂଶୁ ସେନାପତିଙ୍କ ନେତୃତ୍ବରେ ଯାତ୍ରା ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସମେତ ପୂଜକ ମାନଙ୍କ ଉପସ୍ଥିତିରେ ସମସ୍ତ ରୀତି ନୀତି ପୁଜା ପଦ୍ଧତି ପ୍ରକ୍ରିୟା ପରେ ବୃକ୍ଷ ଛେଦନ କରାଯାଇଥିଲା। ବୃକ୍ଷ ଛେଦନ ପରେ ଉକ୍ତ ଶୁଭଖୁଣ୍ଟିକୁ ଆଣି ରାମ ମନ୍ଦିର ନିକଟସ୍ଥ ଯାତ୍ରା ପଡ଼ିଆ ଠାରେ ସ୍ଥାପନ କରାଯାଇଥିଲା ।ଏହି ପୂଜା କାର୍ଯ୍ୟରେ ଯାତ୍ରା ପରିଚାଳନା କମିଟିର ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ କର୍ତ୍ତା ଭାବରେ କାର୍ଯ୍ୟ ତୁଲାଇ ଥିଲେ । ଶୁଭ ଖୁଣ୍ଟି ଆଗମନ ବେଳେ ବାଦ୍ୟ, ନୃତ୍ୟ ବାଣ ଫୁଟାଇ ଯାତ୍ରା ପଡିଆକୁ ଅଣା ଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ବଣିକ ସଙ୍ଘ ସଭାପତି ଅଶୋକ ପଟ୍ଟନାୟକ, ହରିଶ୍ଚନ୍ଦ୍ର ମହାରଣା, ଲମ୍ବୋଦର କହଁର,ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି, ପୌରାଉପାଧ୍ୟକ୍ଷା ପାୟଲ ବେହେରା, ଉପ ସଭାପତି ସୁଜିତ କୁମାର ବେହେରା, ଓକିଲ ସଂଘ ସମ୍ପାଦକ କୁଞ୍ଜ ବିହାରୀ ଶତପଥୀ, ସ‌ହ ସମ୍ପାଦକ ପାର୍ଥ ସାରଥୀ ବିଶ୍ଵାଳ, ଅରୁଣ ପଣ୍ଡା, ସୁମନ ପଟ୍ଟନାୟକ, ସୀମାଞ୍ଚଳ ପ୍ରଧାନ,ଅର୍ଥ ସମ୍ପାଦକ କାବୁଲା ସେନାପତି, କୋଷାଧ୍ଯକ୍ଷ ରମେଶ ଚନ୍ଦ୍ର ମହାନ୍ତି,ସାଂସ୍କୃତିକ ସମ୍ପାଦକ ଭି ଲୋକନାଥ ରାଜୁ ପ୍ରମୁଖଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.