ଟ୍ରକ ଧକ୍କାରେ ବାରଟି ଗାଈଙ୍କ ଶୋଚନୀୟ ମୃତ୍ୟୁ, ଦୁଇ ଗୁରୁତର

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ତଳସରା ଅଂଚଳ ଦେଇ ଯାଇଥିବା 143 ନଂ ଜାତୀୟ ରାଜପଥର ରେ ଭୋର ସମୟ ରେ ଘଟିଛି ଏକ ଦୁଃଖଦ ଘଟଣା | ରାସ୍ତା କଡରେ ଶୋଇ ଥିବା ବାର ଟି ଗାଈ ଉପରେ କେହି ଜଣେ ଟ୍ରକ୍ ଚାଳକ ଗାଡି ଚଢେଇ ଫେରାର୍ ମାରିଛି | ସ୍ଥାନୀୟ ଅଞ୍ଚଳର ଲୋକେ ଦେଖିବା ପରେ ପୁଲିସ କୁ ସୂଚନା ଦେଇଛନ୍ତି | ଟ୍ରକ୍ ଚଢି ଯିବାରୁ ସମସ୍ତ ବାର ଟି ଗାଈ ର ଶୋଚନୀୟ ମୃତ୍ୟୁ ଘଟି ଥିବା ବେଳେ ଦୁଇ ଟି ଗାଈ ର ଅବସ୍ଥା ସଂକଟାପନ୍ନ ରହିଚି | ଏହାକୁ ନେଇ ସ୍ଥାନୀୟ ତଳସରା ଅଞ୍ଚଳରେ ଦୁଃଖ ର ବାତାବରଣ | ଘଟଣା ସ୍ଥଳରେ ବୀରମିତ୍ରପୁର ପୁଲିସ ପହଂଚି ଘଟଣା ର ତଦନ୍ତ ଚଳାଇଛି | ଜାତୀୟ ରାଜପଥ ରେ ଷ୍ଟ୍ରିଟ ଲାଇଟ ର ବ୍ୟବସ୍ଥା ନ ଥିବାରୁ ସ୍ଥାନୀୟ ବାସିନ୍ଦା ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି |ତେବେ ଟ୍ରକ୍ ଚାଳକ ଦୁର୍ଘଟଣା ଘଟାଇବା ପରେ କୁଆଡେ ଫେରାର୍ ମାରିଛି ତାକୁ ନେଇ ପୁଲିସ ତଦନ୍ତ କରୁଛି |

nis-ad
Leave A Reply

Your email address will not be published.