୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଉଦଯାପିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୦୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଶନିବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ାର ମେରୁ ଯାତ୍ରା ସ୍ଥାନୀୟ ମା’ ଦକ୍ଷିଣ କାଳୀ ମନ୍ଦିର ପରିସରରେ ହୋଇଥିବା ବେଳେ ବାଟାଗୁଡା, ବାରଖମା, ମୋହନଗିରୀ, କତେରୀଭଟ୍ଟା, ରେବିଙ୍ଗିଆ, ଡାକା, ବାଲିଗାଡା, ଦାଉଙ୍ଗିଆ, ଓ କିଲୁପଡା ଭଳି ବିଭିନ୍ନ ଅଞ୍ଚଳର ପ୍ରତ୍ୟେକ କାଳୀ ମନ୍ଦିରରେ ହଜାର ହଜାର ମାନସିକଧାରୀଙ୍କ ଉପସ୍ଥିତିରେ ଏହି ମେରୁଯାତ୍ରା ଅନୁଷ୍ଠିତ ହୋଇଥିଲା। ଧୂଳିଦଣ୍ଡ ସମାପ୍ତ ପରେ ଜଳ ଘାଟରେ କାଳୀଙ୍କ ପୂଜା ହୋଇଥିଲା। ଭୁକ୍ତା ଓ ଗୁହାରିଆ ମାନଙ୍କର ମାନସିକ ପୂରଣ ହୋଇଥିବାରୁ ସେମାନେ ମା’ଙ୍କୁ ଦାନ ଦେଇଥିଲେ । ମାନସିକ ଧାରୀମାନେ ନିଜର ମାନସିକ ପୂରଣ କରିବା ପାଇଁ ଜଳ ଲାଗି କରିବା ପରେ ପୂଜା କାର୍ଯ୍ୟ ସମାପ୍ତ ହୋଇଥିଲା।

ଏହା ପରେ ମେରୁ ଯଜ୍ଞସ୍ଥଳରେ ଦଣ୍ଡଯାତ୍ରାର ପୂଜକଙ୍କୁ ମେରୁ ଖୁଣ୍ଟରେ ଝୁଲେଇ ଦେଇ ଯଥାରିତି ସହକାରେ ପୂଜାର୍ଚ୍ଚନା କରାଯାଇଥିଲା । ଶେଷରେ ମନ୍ଦିର କମିଟି ଆନୁକୂଲ୍ୟରେ ଭୋଗ ଏବଂ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ପରିସରରେ ପ୍ରବଳ ଗହଳି କୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l

nis-ad
Leave A Reply

Your email address will not be published.