ଗର୍ଭବତୀଙ୍କର ଆସ୍ଥାଭାଜନ ହୋଇପାରିଛି କଟ୍ରିଙ୍ଗିଆ ମାତୃଗୃହ

ଫୁଲବାଣୀ : ଶିଶୁ ଓ ମାତୃ ମୃତ୍ୟୁ ହାରକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ଆଗଧାଡିର ସ୍ବାସ୍ଥ୍ୟକର୍ମୀ ମାନଙ୍କ ଦ୍ଵାରା ସେବା ଯୋଗାଇ ଚେଷ୍ଟା ଜାରିରଖିଥିବା ବେଳେ ଓଡିଶାରେ ମାତୃଗୃହ ପ୍ରକଳ୍ପ ସେଥିରୁ ଗୋଟିଏ । କନ୍ଧମାଳ ଜିଲ୍ଲା ସ୍ଵାସ୍ଥ୍ୟସମିତି ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ମିଳିତ ସହଯୋରେ ବିଭିନ୍ନ ସ୍ଥାନରେ ମାଗୃହ ସ୍ଥାପନ କରି ସେଛାସେବି ଅନୁଷ୍ଠାନ ମାନଙ୍କ ଦ୍ବାରା ପରିଚାଳିତ କରିଆସୁଛନ୍ତି । ସେଥିରୁ ସ୍ବାତୀ ) ଅନୁଷ୍ଠାନ ଜିଲ୍ଲାର ତିନିଗୋଟି ବ୍ଲକରେ ଏହି କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଫୁଲବାଣୀ ବ୍ଳକର କଟ୍ରିଙ୍ଗୀଆ ହେଉଛି ଅନ୍ୟତମ । ଏହି ମାଗୃହ କୁ ୧୧ ଗୋଟି ଫଚାୟତର ଦୂର୍ଗମ ଅଂଚଳର ଗର୍ଭବତୀ ମାନେ ସେମାନଙ୍କର ସାମ୍ଭାବ୍ୟ ପ୍ରସବର ସାତରୁ ପନ୍ଦର ଦିନ ଆଗରୁ ଆସି ଅବସ୍ଥାପିତ ହୋଇଥାଆନ୍ତି ଏବଂ ଆନୁଷ୍ଠାନିକ ପ୍ରସବ ନିମନ୍ତେ ଅପେକ୍ଷା କରିଥାଆନ୍ତି । ଏହା ଫୁଲବାଣୀ ସଦର ମହକୁମା ଠାରୁ ୧୭ କି.ମି. ଅଟେ । ଏଠାରେ ଦୂର କଟ୍ରିଙ୍ଗିଆ ଠାରୁ ୫୦୦ ମିଟର ବିଶିପଡା ରାସ୍ତାର ଡାହାଣ ପାର୍ଶ୍ବରେ ଅବସ୍ଥାପିତ ଅଟେ ଏକକାଳିନ ୦୬ ଜଣ ମାଆ ଓ ତାଙ୍କର ସହାୟକ/ ସହାୟିକା ରହିବାର ବ୍ୟବସ୍ଥା ଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲା ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ପରିଚାଳକଙ୍କ ଦ୍ଵାରା ୧୦ ଗୋଟି ବେଡ୍ ଯୋଗାଇ ଦେଇଛନ୍ତି । ଗର୍ଭବତୀ ମାନଙ୍କର ଦେଖାଶୁଣା ନିମନ୍ତେ ଜଣେ ମହିଳା ସ୍ଵାସ୍ଥ୍ୟକର୍ମୀ, (ଗିତାଞ୍ଜଳୀ ମୁଖୀ), ତିନିଜଣ ମହିଳା ସ୍ବାସ୍ଥ୍ୟସେବିକା (ସସ୍ମିତା ବେହେରା, ସୁଲୋଚନା କହଁର ଓ ରାମେଶ୍ଵରୀ ଦିଗାଲ) ଓ ଜଣେ ରୋଷେୟାଙ୍କୁ ଏହି ମାଗୃହରେ ନିଯୁକ୍ତି ଦିଆଯାଇଛି ।

ଏମାନଙ୍କ ମାଧ୍ୟମରେ ଗର୍ଭବତୀ ମାନଙ୍କୁ ରହଣୀ ବ୍ୟବସ୍ଥା ସହିତ ନିୟମିତ ସ୍ବାସ୍ଥ୍ୟ ପରିକ୍ଷା, ସୁଷମ ଖାଦ୍ୟର ବ୍ୟବସ୍ଥା, ସଠିକ୍ ବିଶ୍ରାମ, ସାଥିରେ ଆସିଥିବା ଛୋଟ ପିଲାମାନଙ୍କୁ ପାଠପଢାର ବ୍ଯବସ୍ଥା ସହିତ ଅଭିଜ୍ଞ ସ୍ବାସ୍ଥ୍ୟକର୍ମୀଙ୍କ ଦ୍ଵାରା ସ୍ବାସ୍ଥ୍ୟଶିକ୍ଷା ନିୟମିତ ଭାବେ ଦିଆ ଯାଉଛି ।ଆନୁଷ୍ଠାନିକ ଓ ସୁରକ୍ଷିତ ପ୍ରସବ ନିମନ୍ତେ ପ୍ରସବ ବେଦନା ହେବାକ୍ଷଣୀ ଆମ୍ବୁଲାନସ୍ ମାଧ୍ୟମରେ ସ୍ଥାନୀୟ କଟ୍ରିଙ୍ଗିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଉଛି । ଏହିସବୁ ସେବା ସହ ସାରଣୀ ଅନୁଶାରେ ଉନ୍ନତ ମାନର ଖାଦ୍ୟ ଯୋଗାଇବା ନିମନ୍ତେ ମାଗୃହ ପରିସରରେ ବିଭିନ୍ନ ପନିପରିବା ଚାଷ ସହ କ୍ଷୀର ପାଇଁ ଗାଈ ଓ ମାଂଶ ଓ ଅଣ୍ଡା ପାଇଁ କୁକୁଡା ମଧ୍ୟ ପାଳନ କରାଯାଉଛି । ସଂମ୍ପାଦକ ହରି ଶଙ୍କର ରାଉତ ଙ୍କ କହିବା ପ୍ରକାରେ ଏହିପ୍ରକାର ସୁବିଧା ସୁଯୋଗକୁ ଭରଷା କରି ୨୦୨୦ ମସିହା ମଈ ମାସରେ ପ୍ରତିଷ୍ଠା ଏହି ମାଗୃହରେ ଆଜିପର୍ଯ୍ୟନ୍ତ ୧୨୬୧ ଜଣ ଗର୍ଭବତୀ ଉପସ୍ଥାନ ନେଇଥିବା ବେଳେ କେବଳ ମାର୍ଚ୍ଚ ମାସରେ ୪୪ ଜଣ ଆଡମିସନ ନେଇଛନ୍ତି ଏବଂ ଏହା ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ ଓ ଅନ୍ୟ କର୍ମୀ ମାନଙ୍କର ନିୟମିତ ତତ୍ବାବଧାନରେ ହୋଇ ପାରିଛି ବୋଲି କହିଥିଲେ । ସ୍ବାତୀ ଅନୁଷ୍ଠାନର ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯିବା ସହ ଏଥିରେ ଉପକୃତ ହୋଇଥିବା ପରିବାର ସଦସ୍ୟ ମାନେ ସାଧୁବାଦ ଜଣାଇଛନ୍ତି ।

nis-ad
Leave A Reply

Your email address will not be published.