ଚିକିଟୀରେ ଜୋର ଧରିଲା କଂଗ୍ରେସର ପ୍ରସ୍ତୁତି ବୈଠକ


ଚିକିଟୀ : ଗଞ୍ଜାମ ଜିଲ୍ଲା ରେ ଚିକିଟୀ ନିର୍ବାଚନ ମଣ୍ଡଳୀ ହେଉଛି ଏକ ଭିନ୍ନତମ ଓ ପ୍ରମୁଖ ମଣ୍ଡଳୀ । ଆଗରୁ ଏକ ପ୍ରକାର କହିବାକୁ ଗଲେ ଏହି ନିର୍ବାଚନ ମଣ୍ଡଳୀ ରେ ରାଣୀ ଓ ମଣୀ ପରିବାରରେ ହିଁ ପ୍ରମୁଖ ଲଢେଇ ଜୋରଦାର ହେବାର ରେକର୍ଡ ରହିଆସିଛି କିନ୍ତୁ ଏହି ବର୍ଷ କିଛି ଅଲଗା ଦେଖାଦେଇଛି । ରାଣୀ ପରିବାର ସହ ମଣୀ ପରିବାରରୁ ଦୁଇ ଦୁଇଟି ରାଷ୍ଟ୍ରୀୟ ଚିହ୍ନ ସହ ଦୁଇ ଭାଇ ନିଜ ନିଜ ଭିତରେ ଲଢିବାକୁ ଯାଉଛନ୍ତି।ଆଜି କଳବାଡ଼ ପଞ୍ଚାୟତ ର ମା ବାରାହି ମନ୍ଦିର ଠାରେ କଂଗ୍ରେସ ର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ଦ୍ୟାନସାମନ୍ତରା ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଠାରେ କଂଗ୍ରେସ ର ମାର୍ଗଦଶର୍କ ତଥା ବରିଷ୍ଠ ନେତା ହିସାବରେ ଓଡିଶା ର ପୂର୍ବତନ ବାଚସ୍ପତି ଶ୍ରୀ ଯୁକ୍ତ ଚିନ୍ତାମଣି ଦ୍ୟାନସାମନ୍ତରା ଯୋଗଦାନ ଦେଇ ପୂର୍ବ କଂଗ୍ରେସ ର ଆଭିମୁଖ୍ୟ , ଜନନାଇକତା ବିଷୟ ରେ ଉଲ୍ଲେଖ କରିବାକୁ ଯାଇ ଦେଶର ଚାଷୀ ହିଁ ମେରୁଦଣ୍ଡ। ଚାଷ ଓ ଚାଷୀ ର ଉନ୍ନତି କରିବା ସକାଶେ କଂଗ୍ରେସ ହିଁ ଏକ ସରକାର। ଉକ୍ତ ବୈଠକ ରେ ଗଞ୍ଜାମ ଜିଲ୍ଲା ସଭାପତି ଦୀପକ ପଟ୍ଟନାୟକ, ସାଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଆର୍ ପି ସିଂ ଯୋଗ ଦାନ କରି ପ୍ରକାଶ କରି ଥିଲେ ଯେ ଦେଶ ଓ ସମ୍ବିଧାନ ବଞ୍ଚାଇ ବାକୁ ହେଲେ କଂଗ୍ରେସ ଏକ ମାତ୍ର ବିକଳ୍ପ ସରକାର ଅଟେ। ଉକ୍ତ ପ୍ରସ୍ତୁତି ବୈଠକ ରେ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଟାଇଗର ଷ୍ଟାର ପ୍ରଚାରକ ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗଦାନ କରି କଂଗ୍ରେସ ଅମଳ ରେ ହୋଇ ଥିବା ଚିକିଟୀ ଅଞ୍ଚଳ ର ବିକାଶ କଂଗ୍ରେସ ପରେ ଏକ ପାଦ ମଧ୍ୟ ଆଗକୁ ଯାଇନଥିବା ଦାବି କରିଥିଲେ ଏତତ୍ ବ୍ୟତୀତ ବର୍ତ୍ତମାନ ଚିକିଟୀ ରେ ଶାସକ ଦଳ ସାଧାରଣ ଜନତା ଓ ଭୋଟର କୁ କିଭଳି ଭାବେ ଭୟଭୀତ କରାଉଛନ୍ତି ତାର ଏକ ମାତ୍ର ଅସ୍ତ୍ର ହେଉଛି ବିକାଶର ତଥ୍ୟ ସେମାନଙ୍କୁ ମାଗିବା। ଉକ୍ତ ସଭାରେ ଆଇ ଏନ ଡି ଆଇ ଏ ମେଣ୍ଟ ର ସକ୍ରିୟ କର୍ମୀ ପ୍ରମୋଦ କୁମାର ସାବତ ଯୋଗଦାନ କରିଥିବା ବେଳେ ମୋହନ ରାଓ, କ୍ଷମା ସାଗର ମହାରଣା ଓ ପ୍ରଦୀପ ସାହୁ ପ୍ରମୁଖ ମଞ୍ଚାସିନ ହୋଇ ଦଳ ର ନିର୍ବାଚନ ସ୍ତରୀୟ ଆଭିମୁଖ୍ୟ ଓ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନର ରଣନୀତି କିପରି ଦୃଢ ରହିବ ତାହା ଉପରେ ଆଲୋକପାତ କରିଥିଲେ। ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର ନାଥ ଦ୍ୟାନସାମନ୍ତରା ନିଜ ବକ୍ତବ୍ୟ ରେ ଉଭୟ ବିଜେପି ଓ ବିଜେଡି କୁ କଡା ସମାଲୋଚନା କରିଥିଲେ ଏବଂ ନିଜ ନିଜ ଭିତରେ ବୁଝାମଣା ସହ ଉଭୟ ଦଳ ସାଧାରଣ ଜନତା ଓ ଭୋଟରଙ୍କୁ ବୋକା ବନାଉଥିବା କହି ଆଗାମୀ ନିର୍ବାଚନ ରେ ଭୋଟରଙ୍କୁ କଂଗ୍ରେସର ହାତ ମୁଠାକୁ ଟାଣ କରିବାକୁ କହିଥିଲେ। ପରେ ପରେ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

nis-ad
Leave A Reply

Your email address will not be published.