ଫୁଲବାଣୀ : ଆଦିବାସୀ ପରିବାର ମାନଙ୍କର ଉନ୍ନତି ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦେକ୍ଷପ ନିଆଯାଉଥିବା ବେଳେ ଓଡିଶାରେ କାର୍ଯ୍ୟକାରୀ ହେଉଛି ମୁଖ୍ୟମନ୍ତ୍ରୀ ଜନଜାତୀ ଜିବିକା ମିଶନ । କନ୍ଧମାଳ ଜିଲ୍ଲାରେ ସମନ୍ବିତ ଆଦିବାସୀ ଉନ୍ନୟନ୍ନ ସଂସ୍ଥା ବାଲିଗୁଡା ତରଫରୁ ୦୯ ଗୋଟି ବ୍ଲକ ର ବିଭିନ୍ନ ଅଂଚଳରେ ଏହି ଯୋଜନା ସ୍ବେଛାସେବୀ ଅନୁଷ୍ଠାନ ସ୍ୱାତୀଙ୍କ ସହାୟତାରେ ପରିଚାଳିତ ହେଉଛି । ପ୍ରକଳ୍ପ ନିଦ୍ଦେର୍ଶକ କୃପାସିନ୍ଧୁ ବେହେରାଙ୍କ ତତ୍ବାବଧାନ ରେ କାର୍ଯ୍ୟକ୍ରମ ପରିଚାଳକ ସମିରନ ନାୟକ, ଏସ୍.ଏମ୍.ଏସ୍ ରାଜେଶ ପ୍ରଧାନ ଓ ଜଗମୋହନ ପୃଷ୍ଟି ଯୋଜନାକୁ ଗ୍ରାମ୍ୟ ସ୍ତରରେ ପହଂଚାଇବାକୁ ଚେଷ୍ଟିତ ଅଛନ୍ତି । ଏହି ପରିପ୍ରେକ୍ଷୀରେ ଆଦିବାସୀ ପରିବାର ଗୁଡିକର ଆର୍ଥୀକ ସ୍ଵଛଳତାକୁ ଆଖିଆଗରେ ରଖି କିଛି କିଛି ଗାଁରେ ଯୁବ ଉଦ୍ୟୋଗୀ ମାନଙ୍କୁ ଚିହ୍ନଟ କରି ବିଭିନ୍ନ କୃଷି ଓ ଅଣକୃଷି ଭିତ୍ତିକ ଉଦ୍ୟୋଗ ପାଇଁ ଏକ ଲକ୍ଷ ଲେଖାଏଁ ଟଙ୍କା ସହାୟତା ଯୋଗାଇବା ସହ ନିଜର ମଧ୍ୟ କୋଡିଏ ରୁ ପଚିଶ ହଜାର ଟଙ୍କା ବିନିଯୋଗ କରି ଆଗକୁ ବଢିବାର ପ୍ରୟାଶ ଜାରି ରଖିଛନ୍ତି । ସେହିପରି ଜଣେ ଉଦ୍ୟୋଗୀ ହେଉଛନ୍ତି ଟିକାବାଲି ବ୍ଲକ ଅର୍ନ୍ତଗତ ଗଦଗୁଡା ଗ୍ରାମପଂଚାୟତ ର ରୁଦାଙ୍ଗିଆ ଗ୍ରାମ ଅନ୍ତଗତ ବୃନ୍ଦାବତୀ ଜନଜାତି ପରିଷଦର ଅଶୋକ କୁମାର ପ୍ରଧାନ । ସେ ଅନୁଷ୍ଠାନଙ୍କ ଠାରୁ ଏକ ଲକ୍ଷ ଟଙ୍କା ସହାୟତା ନେଇ ସେଥିରେ ନିଜର ପଚାଶ ହଜାର ଟଙ୍କା ମିଶାଇ ଏକ ଅଟୋ ଚୋଲା ମଣ୍ଡଳ ଫାଇନାନ୍ସ ଅନୁଷ୍ଠାନ ଙ୍କ ଠାରୁ ତିନି ଲକ୍ଷ ପଂଚଷଠି ହଜାର ଟଙ୍କା ରେ କିଣି ନିଜର ପରିବାର ର ଆର୍ଥିକ ସ୍ଥିତିକୁ ସୁଧାରିବାକୁ ଅଂଟା ଭିଡିଛନ୍ତି । ସ୍ୱାତୀ ଅନୁଷ୍ଠାନ ତରଫରୁ ସଂପାଦକ ହରି ଶଙ୍କର ରାଉତ କାର୍ଯ୍ୟକ୍ରମ ର ସଠିକ୍ ପରିଚାଳନା ପାଇଁ ଉଦ୍ୟୋଗି ମାନଙ୍କ ସହ ସୁସଂପର୍କ ସ୍ଥାପନ କରି କାର୍ଯ୍ୟକ୍ରମକୁ ସଫଳ କରିବାକୁ ବ୍ଲକସ୍ତରୀୟ ଲାଇଭଲିହୁଡ ଏକ୍ସପୋର୍ଟ ମାନଙ୍କୁ ଅନୁରୋଧ କରିଥିଲେ ଏବଂ ନିଜେ ଆଗାମି ଦିନରେ ସମସ୍ତ ଉଦ୍ୟୋଗି ମାନଙ୍କୁ ଭେଟିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post