ଵ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଆଜି ଇଦ -ଉଲ ଫିତର ମହା ସମାରୋହରେ ପାଳିତ ହୋଇଯାଇଛି। ଵ୍ରହ୍ମପୁର ଛତ୍ରପୁର,ଆସିକା,ଖଲ୍ଲିକୋଟ, ବୁଢ଼ାମ୍ବ , ସୋରଡ଼ା, ଭଞ୍ଜନଗର, କୋଟିନଡ଼ା ଆଦି ଅଞ୍ଚଳରେ ଆଜି ଭାଇଚାରା ର ପର୍ବ ଇଦ-ଉଲ ଫିତର ପାଳନ ହୋଇଯାଇଛି। ବିଭିନ୍ନ ଉଦଗା ଗୁଡିକରେ ନମାଜ ପାଠ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ମସଜିଦ ର ଇମାମ ମାନେ ଇଦ-ଉଲ ଫିତର ସମ୍ପର୍କ ରେ ଚର୍ଚ୍ଚା କରିଥିଲେ। ସାମୁହିକ ନମାଜ ପାଠ ପରେ ପ୍ରତେକ ମୁସଲମାନ ଭାଇମାନେ ଆଲିଙ୍ଗନ କରି ଇଦ-ମୁବାରକ ର ବଧେଇ ଦେଇଥିଲେ। ଆଜି ସାରା ରାଜ୍ୟରେ ଇଦ-ଉଲ ଫିତର ଅନୁଷ୍ଠିତ ହୋଇଯାଉଛି। ଦୀର୍ଘ ଏକ ମାସ ହେଲା ପବିତ୍ର ରାମଦାନ ମାସ ଅନୁଷ୍ଠିତ ହୋଇ ଆସିଥିଲା। ଏହି ମାସରେ ପ୍ରତେକ ମୁସଲମାନ ମାନେ ଏକ ମାସ ଧରି (ରୋଜା ) ବା ଉପବାସ ରହିବା ସହ ଗରିବ ଗୁରୁବା ମାନଙ୍କୁ ଜାକାତ ଆକାର ରେ ଦାନ ଧର୍ମ କରିଥାନ୍ତି। ଏହି ମାସକୁ ପବିତ୍ର ମାସ ରୂପେ ମୁସଲମାନ ସମ୍ପ୍ରଦାୟ ର ଲୋକେ ପାଳନ କରନ୍ତି। ଆଜି ଧନୀ ଗରିବ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ସମସ୍ତଙ୍କୁ ଇଦମୁବାରକ ବାଦ ଦିଅନ୍ତି।
Sign in
Sign in
Recover your password.
A password will be e-mailed to you.