ଚାଉଳ ଚୋରି ଧରିଲେ ବିଧାୟକ : ଆକ୍ସନ ମୋଡ଼ରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ

ପଦ୍ମଗିରି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ବିଦ୍ୟାଳୟ କୁ ଅଚାନକ ଗସ୍ତ ।

ଅବ୍ୟବସ୍ଥା ଦେଖି ଖପ୍ପା ହେଲେ ବିଧାୟକ ।

ସ୍ଥିତି ନ ସୁଧାରିଲେ ହେବ ବଡ କାର୍ଯ୍ୟାନୁଷ୍ଠାନ ।

ମାଲକାନଗିରି : ଆଜି ମାଲକାନଗିରି ବିଧାୟକ ପଦ୍ମଗିରି ସ୍ଥିତ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ର ବିଦ୍ୟାଳୟ କୁ ଅଚାନକ ଗସ୍ତ କରିଛନ୍ତି । ଗସ୍ତ ସମୟରେ ସାଙ୍ଗରେ ଥିଲେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଓ ବିଧାୟକ ପ୍ରତିନିଧି ସତ୍ୟ ସରଣ ପାଲ । ଦିନ 2 ଟାରେ ସ୍କୁଲ ପରିସର ମଧ୍ୟରେ ପହଁଚିଲା ବେଳକୁ ପ୍ରଥମେ ପ୍ରତିଟି ଶ୍ରେଣୀ ଗୃହ ବୁଲିବା ସହ ଶ୍ରେଣୀ ଉପସ୍ଥାନ ଦେଖିଥିଲେ । ଉପସ୍ଥାନ ଓ ଛାତ୍ରଛାତ୍ରୀ ଙ୍କ ମେଳ ଖାଉନଥିବା ବେଳେ ଷଷ୍ଠ ଓ ସପ୍ତମ ଶ୍ରେଣୀ ରେ ନିଜେ ବିଧାୟକ ପାଠ ପଢ଼ାଇଥିଲେ । ଉପସ୍ଥାନ ଓ ଛାତ୍ରଛାତ୍ରୀ ଙ୍କ କାହିଁକି ମେଳ ନାହିଁ ବୋଲି ସ୍ଥାନୀୟ ପ୍ରଧାମ ଶିକ୍ଷକ ଲକ୍ଷ୍ମଣ ପଟଶାଣୀ ଙ୍କୁ ତାଗିତ କରିଥିଲେ ବିଧାୟକ । ପରେ ବିଦ୍ୟାଳୟ ରେ ଥିବା ଛାତ୍ରାବାସ ବୁଲି ଦେଖିଥିଲେ ବିଧାୟକ । ଛାତ୍ରାବାସ ର କୌଣସି ଶୌଚାଳୟ ସଫା ହେଉନାହିଁ ଓ ଅପ୍ରୀତିକର ପରିବେଶ ରେ ଛାତ୍ରଛାତ୍ରୀ ଙ୍କ ଶରୀର ଅସୁସ୍ଥ ହେବ ଆଉ ଯଥାଶୀଘ୍ର ପରିସ୍ଥିତି ରେ ସୁଧାର ଆଣିବାକୁ କହିଥିଲେ ବିଧାୟକ ନରସିଂହ ।

ପରେ ଛାତ୍ରଛାତ୍ରୀ ଙ୍କ ପାଇଁ ଭୋଜନ ବିଷୟରେ ତର୍ଜମା କରିଛନ୍ତି ବିଧାୟକ । ଛାତ୍ରଛାତ୍ରୀ ଙ୍କ ଭୋଜନ ପାଇଁ ଆସୁଥିବା ସାମଗ୍ରୀ ଚାଉଳ , ପନିପରିବା ଓ ସମସ୍ତ ସାମଗ୍ରୀ ର ମାନ ଦେଖିଥିଲେ ବିଧାୟକ । ଛାତ୍ରଛାତ୍ରୀ ଙ୍କ ପାଇଁ ଆସୁଥିବା ଚାଉଳ ରେ ବ୍ୟାପକ ପରିମାଣର ଅନିୟମିତତା ହେଉଥିବା ପ୍ରମାଣ ପାଇଥିଲେ ଏବଂ ଗୋଦାମ ରେ ସଂଗୃହିତ ଚାଉଳ ଓ ରେକର୍ଡ ତାଳମେଳ ଖାଉନଥିବାରୁ ଖପ୍ପା ହୋଇଛନ୍ତି ବିଧାୟକ । ବର୍ତ୍ତମାନ ବିଦ୍ୟାଳୟ ରୁ ୧୪୧ ବସ୍ତା ଚାଉଳ ଗାଏବ ହୋଇଥିବା ପ୍ରମାଣ ପାଇଛନ୍ତି ବିଧାୟକ । ପରିବେଶ ସୁଧାରିବା ପାଇଁ ଅଧିକାରୀ ଙ୍କୁ ନିର୍ଦେଶ ଦେବା ସହ ଭାଙ୍ଗିଯାଇଥିବା ସୁରକ୍ଷା ପାଚେରୀ ଓ ଅନ୍ୟନ କୋଠରୀ ର ମରାମତି ପାଇଁ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଧାୟକ କହିଛନ୍ତି । ଏହାସହ ଅତିରିକ୍ତ ଜିଲ୍ଲାପାଳ ଅବ୍ୟବସ୍ଥା କୁ ନେଇ ସ୍ଥାନୀୟ ପ୍ରଧାନ ଶିକ୍ଷକ ଲଷ୍ମଣ ପଟଶାଣୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.