ଗ୍ରୁପ ଡି ଚାକିରି ନିମନ୍ତେ ଆଶାୟୀଙ୍କ ଆଶା ନିରାଶ କରୁଛି ଅନ୍ୟ ଏଜେନ୍ସି

ଫୁଲବାଣୀ : ଶିକ୍ଷିତ ଯୁବକ ଯୁବତୀ ମାନେ ବର୍ତ୍ତମାନ ସମୟରେ ଚାକିରି ଖଣ୍ଡେ ପାଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଥିବା ବେଳେ ଯେ କୌଣସି ଜାଗାରେ ଯଥା ସରକାରୀ ହେଉ କିମ୍ବା ବେସରକାରୀ ସଂସ୍ଥା ହେଉ ବିଜ୍ଞପ୍ତି ବାହାରିବା ମାତ୍ରେ ଆବେଦନ କରିଥାନ୍ତି l ସରକାରୀ କାର୍ଯ୍ୟାଳୟ ଗୁଡିକରେ ଖାଲିଥିବା ଗ୍ରୁପ ଡି ପଦବୀ ଗୁଡିକ ପୂରଣ କରିବା ପାଇଁ ଏଜେନ୍ସି ମାନଙ୍କ ଜରିଆରେ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ବିଜ୍ଞପ୍ତି ବାହାର କରାଯାଇଥାଏ l ଏଜେନ୍ସି ମାନେ ଟେଣ୍ଡର ପାଇଲା ପରେ ସରକାରୀ ନୀତି ନିୟମ ଅନୁଯାୟୀ ପଦବୀ ଗୁଡିକୁ ପୂରଣ କରିଥାନ୍ତି ହେଲେ ଆବେଦନ କରିଥିବା ଟେଣ୍ଡରକାରୀ ମାନଙ୍କ ମଧ୍ୟରୁ ଯେଉଁ ସଂସ୍ଥା ଟେଣ୍ଡର ନପାଇଥାନ୍ତି ସେମାନେ ପାଇଥିବା ଟେଣ୍ଡର ସଂସ୍ଥା ନାମରେ ବିଭିନ୍ନ ଅଭିଯୋଗ କରି ବାହାରିଥିବା ପଦବୀ ଗୁଡିକୁ ରଦ କରିବା ପାଇଁ ଚେଷ୍ଟା କରୁଛନ୍ତି l ଫଳରେ ଆବେଦନ କାରୀ ଶିକ୍ଷିତ ଯୁବକ ଯୁବତୀ ମାନେ କାମ ନପାଇ ହଇରାଣ ହୋଇଥାନ୍ତି l ସୂଚନା ଥାଉକି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରୁପ ଡି ଚାକିରୀ ପାଇଁ ଟେଣ୍ଡର ବିଜ୍ଞପ୍ତି ବାହାରିଥିଲା । ବିଜ୍ଞପ୍ତି ପ୍ରକାଶ ପରେ କିଛି ଏଜେନ୍ସି ଟେଣ୍ଡର ଆବେଦନ କରିଥିଲେ l ସେଥି ମଧ୍ୟରୁ ପ୍ରତ୍ୟୁଷ ଏଜେନ୍ସି ଲଟେରୀରେ ପାଇଥିଲେ । ଗୃପ୍ ଡ଼ି ଚାକିରୀ ପାଇଁ ସର୍ବମୋଟ ୫୧ଟି ପୋଷ୍ଟର ନିଯୁକ୍ତି ପ୍ରତ୍ୟୁଷ ଏଜେନ୍ସି ଦ୍ଵାରା କରାଯିବା ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପତ୍ର ରହିଛି । ପ୍ରକାଶଥାଉକି ପ୍ରତ୍ୟୁଷ ଏଜେନ୍ସିର ସୁପରଭାଇଜର ଲିଙ୍ଗରାଜ ସାହୁ, ଗ୍ରା/ପୋ : ଓଡ଼ଗାଁ, ନୟାଗଡ଼ର ଅଟନ୍ତି । ସେ କନ୍ଧମାଳରେ ଆଜକୁ ଦୀର୍ଘ ୫ ବର୍ଷ ହେଲା ଆଉଟ୍ ସୋସିଂରେ ନିର୍ମଳ ଯୋଜନାରେ କାମକରି ଆସୁଛନ୍ତି । ଜିଲ୍ଲାର ବିଭିନ୍ନ ମେଡିକାଲ ଗୁଡିକରେ ଏହି ଏଜେନ୍ସି ଦ୍ଵାରା ନିଯୁକ୍ତି ଦେଇଅଛନ୍ତି । ପ୍ରତ୍ୟୁଷ ଏଜେନ୍ସି ଫୁଲବାଣୀରେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ମାସର ଠିକ୍ ସମୟରେ ଦରମା ପ୍ରଦାନ କରୁଥିବା ପାଇଥିବା କର୍ମଚାରୀମାନଙ୍କ ଠାରୁ ଶୁଣିବାକୁ ମିଳିଛି । ଚଳିତ ବର୍ଷ ପୁଣି ଥରେ ପ୍ରତ୍ୟୁଷ ଏଜେନ୍ସି ଟେଣ୍ଡର ପାଇଥିବା ଖବର ପ୍ରସାର ପରେ ଶିକ୍ଷିତ ବେକାର ଯୁବକ ଯୁବତୀ ମାନେ ଆବେଦନ ପାଇଁ ଶ୍ରୀ ସାହୁଙ୍କୁ ଯୋଗା ଯୋଗ କରିଛନ୍ତି l ହେଲେ କିଛି ଅସନ୍ତୁଷ୍ଟ ଏଜେନ୍ସି ପ୍ରତ୍ୟୁଷ ଏଜେନ୍ସି ନାମରେ ମିଥ୍ୟା ଗୁଜବ ପ୍ରଚାର ପ୍ରସାର କରି ରଦ୍ଦ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପ୍ରତ୍ୟୁଷ ଏଜେନ୍ସିର ସୁପରଭାଇଜର ଲିଙ୍ଗରାଜ ସାହୁ ଗଣମାଧ୍ୟମକୁ କହିଛନ୍ତି l ଫଳରେ କିଛି ଆବେଦନକାରୀ ମନରେ ନିରାଶ ଭାବ ପ୍ରକାଶ ପାଇଛି l

nis-ad
Leave A Reply

Your email address will not be published.