ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଅତିରିକ୍ତ ଜିଲ୍ଲା ତଥା ସ୍ଵତନ୍ତ୍ର ବିଚାରପତି ମାନ୍ୟବର ସୈକତ ପାତ୍ର ଅଭିଯୁକ୍ତ ସାରସ୍ଵତ ପାତ୍ରଙ୍କ ଗଞ୍ଜେଇ
ମକଦ୍ଦମା ଅଭିଯୋଗ ହୋଇଥିବା ମାମଲାର ବିଚାରଣା କରି ଘଟଣାର ୧୮ ଜଣଙ୍କର ସାକ୍ଷୀଙ୍କ ବୟାନକୁ ବିଚାର କରି ପ୍ରମାଣ ଗ୍ରହଣ ଆଧାରରେ ମାମଲାର ଅଭିଯୁକ୍ତ ସାରସ୍ୱତ ପାତ୍ରଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତାଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ ଆଇନଜୀବୀ ଶ୍ରୀମତୀ ନିହାରିକା ପାତ୍ର ଓ ଦିଲ୍ଲୀପ କୁମାର ବାନାର୍ଜୀ ଫୁଲବାଣୀର ପରିଚାଳନା କରୁଥିଲେ । ଘଟଣା ଅନୁସାରେ ମକଦ୍ଦମା ବିବରଣୀରୁ ପ୍ରକାଶ ଯେ ଗତ ତା ୨୬/୦୧/୨୦୧୪ ରିଖ ଫିରିଙ୍ଗିଆ ଥାନା କେଶ ନମ୍ବର ୦୫/୨୦୧୪ ଅନୁସାରେ ପୋଲିସ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଯାଯେସପାଙ୍ଗା ମୌଜାର ସାରସ୍ୱତ ପାତ୍ରଙ୍କଠୁ ୯୦ କେଜି ୬୦୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ୍ କରି ଏନଡ଼ି ପି ଏସ ଆକ୍ଟର ଧାରା ୨୦ (ବି) ଆଇ ଆଇ ବି ରେ ମକଦ୍ଦମା ଦାୟାର କରି କୋର୍ଟରେ ହାଜର କରାଇଥିଲେ।ପରବର୍ତ୍ତୀ ସମୟରେ ଅଭିଯୁକ୍ତ ସାରସ୍ଵତ ପାତ୍ର ବିଚାର ବିଭାଗୀୟ ଜାମିନରେ ଆସି ବିଚାର ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲେ l ସେହି ମାମଲାର ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.