ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ପଲାରିପଦର ଗ୍ରାମର ବୁଦୁରା ମାଝିଙ୍କ ନାବାଳକ ପୁଅ ରମେଶ ମାଝି(୧୬) ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ମହୁଲ ସଂଗ୍ରହ ପାଇଁ ଯାଇଥିଲେ । ଏହି ସମୟରେ ଜଙ୍ଗଲ ମଧ୍ୟରେ ଏକ ଭାଲୁ ରମେଶଙ୍କ ଉପରକୁ ଆକ୍ରମଣ କରିଥିବା ବେଳେ ସେ ଚିତ୍କାର କରି ଉଠିଥିଲେ । ତାଙ୍କ ଚିତ୍କାର ଶୁଣି ଜଙ୍ଗଲ ମଧ୍ୟରେ ଥିବା କିଛି ଲୋକେ ଦଉଡି ଆସିବାରୁ ଭାଲୁତି ସେଠାରୁ ଚାଲି ଯାଇଥିଲା । କିନ୍ତୁ ଇତି ମଧ୍ୟରେ ଭାଲୁ ଆକ୍ରମଣରେ ରମେଶଙ୍କ ମୁଣ୍ଡ, ମୁହଁ ଏବଂ ଅନ୍ୟାନ୍ୟ ସ୍ଥାନରେ ଗଭୀର କ୍ଷତ ହୋଇଥିବା ବେଳେ ତାଙ୍କୁ ଗୁରୁତ୍ତର ଅବସ୍ତାରେ ସ୍ଥାନୀୟ ଲୋକେ ପ୍ରଥମେ ମାଥିଲି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଯେଉଁଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା ।
Sign in
Sign in
Recover your password.
A password will be e-mailed to you.