ବାଲ୍ୟ ବିବାହ ବନ୍ଦ କରାଇଲ ଶିଶୁ ପ୍ରକଳ୍ପର କାର୍ଯ୍ୟରତ ସୁପରଭାଇଜର

ଉମରକୋଟ : ସରକାର ବାଲ୍ୟ ବିବାହ ବନ୍ଦ କରିବା ପାଇଁ କୋଟିଏ କୋଟିଏ ଟଙ୍କା ଖର୍ଚ୍ଚା କରି ଗ୍ରାମ ଓ ସହର ଭିତରେ ବିଶାଳ ଜଣ ସମାଗମ କରି ଡାକ ଯନ୍ତ୍ର ଦ୍ଵାରା ଜଣ ସାଧାରଣଙ୍କ ବାର୍ତ୍ତା ଦେଇ ବାଲ୍ୟ ବିଭାହଠାରୁ ଦୁରେଇ ରହିବାକୁ ସଚେତନ କରି ଚାଲୁଛନ୍ତି କିନ୍ତୁ ଏହାକୁ ଅବମାନନା କରି କିଛି ସାମୁୟିକ ଗ୍ରାମର ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଖୁଲାମଖୁଲା ବାଲ୍ୟ ବିବାହ ଲୁଚିକି କରାଉଛନ୍ତି । ବିବାହ ନ କରାଇ ହାତରେ ସଂଖା ମୁଣ୍ଡରେ ସିନ୍ଦୁର ଲଗାଇ ଗ୍ରାମର ମୁଖ୍ୟ, ପ୍ରେସିଡେଣ୍ଟ ମହାଶୟ ନିଜ ଘରେ ରଖିଥିଲେ।

ସୂଚନା ପ୍ରକାରେ ରାଇଘର ବ୍ଲକ ମହଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣନଗର ଗ୍ରାମର ଶ୍ରୀ ଛିଦାମ ମଣ୍ଡଳଙ୍କ ଝିଅ ନିଜ ଗ୍ରାମରେ ଥିବା ନିଖିଳ ଢାଳି ( ପ୍ରେସିଡେଣ୍ଟ ) ଙ୍କ ପୁଅ ସ୍ୱରୂପକୁ ଭଲ ପାଇଁ ସ୍ୱରୂପର ଘରେ ଯାଇଥିଲେ । ଏହା ଜାଣିବା ପରେ କୃଷ୍ଣନଗର ଗ୍ରାମବାସୀ ବୃନ୍ଦ ଝିଅର ବୟସ ହୋଇ ନ ଥିବାରୁ ବିରୋଧ କରି ବିଭାହ ବନ୍ଦ କରାଇଥିଲେ। ହେଲେ ଝିଅର ପିତା ଶ୍ରୀ ଛିଦାମ ଝିଅକୁ ଘରେ ନ ନେଇ ପ୍ରେସିଡେଣ୍ଟ ଶ୍ରୀ ନିଖିଳ ଢାଳିଙ୍କ ଘରେ ଛାଡିଥିଲେ। ଏପଟେ ବୟସ ହେଲେ ବିଭାହ ହେବ କହି ଗ୍ରାମବାସୀ ଯିବା ପରେ ପ୍ରେସିଡେଣ୍ଟ ମହାଶୟ ଝିଅକୁ ହାତରେ ସଂଖା ପିନ୍ଧାଇ ମଥାରେ ସିନ୍ଦୁର ଲଗାଇ ନିଜ ଘରେ ରଖିବାକୁ ଲାଗିଲେ। ସେପଟେ ଶ୍ରୀ ଛିଦାମ ମଣ୍ଡଳଙ୍କ ପୁଅ ପ୍ରଶାନ୍ତ ମଣ୍ଡଳ ଉମରକୋଟ ସଙ୍କରଡ଼ା ଡିଏନକେ ଗ୍ରାମର ବିପୁଳ ମଣ୍ଡଳଙ୍କ ନାବାଳିକା ଝିଅକୁ ହାତରେ ସଂଖା ମଥାରେ ସିନ୍ଦୁର ଲଗାଇ ନିଜ ଘର କୃଷ୍ଣନଗର ଆଣି ରଖିଥିଲେ। ବିଶେଷ ସୂତ୍ରରୁ ଖବର ପାଇଁ ଆମ ନିସର୍ତ ପ୍ରତିନିଧି କୃଷ୍ଣନଗର ଶ୍ରୀ ଛିଦାମଙ୍କୁ ଘରେ ଓ ଅଙ୍ଗନବାଡି ସେଣ୍ଟରର ଦିଦିଙ୍କ ସହିତ ଆଲୋଚନା କରିବା ପରେ ପ୍ରକ୍ରୁତ ସତ୍ୟସତ୍ତ୍ଵା ସାମ୍ନାକୁ ଆସିଥିଲେ। ଏଠି ଆଖ ପାଖ ଗ୍ରାମ ଡୁମରିମୁଣ୍ଡା,ମହଣ୍ଡ ଓ ଗୁରୁସିଂହା ଓ ପଞ୍ଚାୟତର ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରୁଛନ୍ତି କି ? ବାଲ୍ୟ ବିବାହ କରାନ୍ତୁ ନାହିଁ କହି ଅଙ୍ଗନବାଡି କାନ୍ଥରେ ସ୍ପଷ୍ଟ ଲେଖା ଥିବାବେଳେ ଅଙ୍ଗନବାଡି ଦିଦି କାହିଁକି ଏହାର ରିପୋର୍ଟ ଶିଶୁ ପ୍ରକଳ୍ପ ଅଧିକାରୀଙ୍କ ଆନୁମାନିକ ଛଅ ମାସ ନ ଜାଣିଲା ପରି କି ପରି ଚୁପ ରହିଲେ।ଏହି ଘଟଣା ଶିଶୁ ପ୍ରକଳ୍ପ ଅଧିକାରୀ ମହାଶୟା ଓ ସୁପରଭାଇଜର ମହାଶୟାଙ୍କୁ ଅବଗତ କରାଇଲା ପରେ ଶିଶୁ ପ୍ରକଳ୍ପର କାର୍ଯ୍ୟରତ ସୁପରଭାଇଜର ଦିଦି କାଳ ବିଳମ୍ବ ନ କରି ସଦଳ ବଳେ କୃଷ୍ଣନଗର ଗ୍ରାମକୁ ଯାଇ ଶ୍ରୀ ନିଖିଳ ଡାଲି ଓ ଶ୍ରୀ ଛିଦାମ ମଣ୍ଡଳ ଘରକୁ ଯାଇ ଉଭୟ ନାବାଳିକା ଝିଅକୁ ଉଦ୍ଧାର କରି ନିଜ ନିଜ ପିତୃଲୋୟକୁ ପଠାଇଛନ୍ତି। ସୁପରଭାଇଜର ଦିଦିଙ୍କ ଏହିପରି ସ୍ଵଚ୍ଚ କାର୍ଯ୍ୟ ବାଲ୍ୟ ବିଭାହ ବନ୍ଦ କରିବାରୁ ମହଣ୍ଡ ପଞ୍ଚାୟତ ବାସୀ ଓ ଆଖ ପାଖ ଅଞ୍ଚଳବାସୀ ଭୁରି ଭୁରି ପ୍ରସଂଶା କରିଛନ୍ତି।ସବୁ ଜାଣି ଚୁପ ରହିବା କୃଷ୍ଣନଗର ଅଙ୍ଗନବାଡି ଦିଦିଙ୍କ ଏହି ପରି ଅପ୍ରୀତିକର କାର୍ଯ୍ୟକୁ ପ୍ରଶ୍ରୟ ଦେବା ପାଇଁ ଶିଶୁ ପ୍ରକଳ୍ପ ଅଧିକାରୀ ମହାଶୟା କଣ ପଦକ୍ଷେପ ନେଉଛନ୍ତି ତାହା ସମୟ ସାକ୍ଷେପ।

nis-ad
Leave A Reply

Your email address will not be published.