ଆସିକା ରେ ଯୋଜନା ନାମରେ ହରିଲୁଟ..!,ନେତା-ଅଧିକାରୀ-ଠିକାଦାର ମାଲେମାଲ…


ବ୍ରହ୍ମପୁର: ୭-୪ ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ସହର ଆସିକା ଏଠାରେ ଚାଲିଥିବା ବିଭିନ୍ନ ଯୋଜନା ନାମରେ ସରକାରୀ ଅର୍ଥ ଲୁଟ ହେଉଥିବା ଚର୍ଚ୍ଚା ହେଉଛି। ଏଠାକାର ପ୍ରଶାସନିକ ଅଧିକାରୀ ଠିକାଦାର ଓ ନିର୍ବାଚିତ ପ୍ରତିନିଧି ଙ୍କ ମିଲି ଭଗତ ଯୋଗୁଁ ଆଜି ଆସିକାରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି ବୋଲି ଚାରି ଆଡେ ଆଲୋଚନା ର ବିଷୟ ହୋଇଛି। ଆମେ ପୂର୍ବରୁ ନିସର୍ତ୍ତ ରେ ଖବର ପ୍ରକାଶ କରି ଆସୁଛୁ। ଆସିକା ରେ ସର୍ବ ବୃହତ ଘୋଟାଲା ଉପଖଣ୍ଡ ଚିକିତ୍ସାଳୟ ରେ ଫାଇବ- ଟି ମାଧ୍ୟମରେ ହୋଇଥିବା ରୂପାନ୍ତିକାରଣ କାର୍ଯ୍ୟ। ନିମ୍ନ ମାନର କାର୍ଯ୍ୟ ସମ୍ପର୍କ ରେ ରୀତିମତ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ହେଲେ ବି ଜିଲ୍ଲା ପ୍ରଶାସନ କଂସାରୀ ଘରର ପାରା ଭଳି ଜଳକା ଭାବେ ଚୁପଚାପ ବସିଥିବା ଚର୍ଚ୍ଚା ହେଲାଣି। ଉପଖଣ୍ଡ ଚିକିତ୍ସାଳୟ ରେ ବିଭିନ୍ନ କାର୍ଯ୍ୟରେ ପାଦେ ପାଦେ ଦୁର୍ନତିର ଗନ୍ଧ ଦେଖିବାକୁ ମିଳୁଛି। କିଛିଦିନ ପୂର୍ବେ ଜିଲ୍ଲାର ଜଣେ ଅଧିକାରୀ ଚାଲିଥିବା କାର୍ଯ୍ୟର ତଦାରଖ କରିବାକୁ ଆସିଥିବା ବେଳେ ବାବୁଙ୍କ ହାତ କାନ୍ଥର ଟାଇଲ ଉପରେ ବଡିବା ଫଳରେ ଟାଇଲ ଖସି ଯାଇଥିଲା। ସାମାନ୍ୟ ବର୍ଷା ହେଲେ ଛାତରୁ ବର୍ଷା ଜଳ ରଝ ରଝ ହୋଇ ବୋହିବା ସାଙ୍ଗକୁ ବିଭିନ୍ନ କକ୍ଷରେ ବର୍ଷା ଜଳ ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ ଜମା ହୋଇ ରହୁଛି। ଯାହା ଫଳରେ ରୋଗୀ ଡାକ୍ତର ଙ୍କ ଅବସ୍ଥା ବେହାଲ ହେଉଛି। ଆସିକା ରେ ଯେଉଁ ସବୁ ଯୋଜନା ନାମରେ ହରିଲୁଟ ହୋଇଛି। ଏହାର ତଦାରଖ କରି ଉକ୍ତ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷ ପ୍ରତି କାର୍ଯ୍ୟାନୁଷ୍ଠାନ କରିବାକୁ ଦାବୀ ହେଉଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ଏବେ ଘୋଷଣା ହୋଇଥିବା ପୌର ପରିଷଦ ରେ ଚାଲିଥିବା କଂକ୍ରିଟ ରାସ୍ତା ଉପରେ ଫେବର ରୋଡ଼ ନିର୍ମାଣ ନିଜେ ଜିଲ୍ଲା ପାଳ ଆସି ଦେଖିଲେ କେତେ ନିମ୍ନ ମାନର କାର୍ଯ୍ୟ ହୋଇଛି ସେ ନିଜେ ଜାଣିବେ। ଏପଟେ ନିର୍ମାଣ ସେପଟେ କେଉଁଠି ଧସି ଗଲାଣି ତ କେଉଁଠି ଭୁସୁଡ଼ିଗଲାଣି ବାବୁ ମାନଙ୍କୁ ପଚାରିଲେ ଠିକ ଠାକ ଚାଲିଥିବା ସଫେଇ ଦେଉଛନ୍ତି। ଆସିକା ବାସୀଙ୍କ ଭାଗ୍ୟ ସହ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଖେଳୁଥିବା ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.