ସୁନ୍ଦରଗଡରେ ଜନତାଙ୍କ ଆଶୀର୍ବାଦ ନେଇ ଯୋଗେଶଙ୍କ ନିର୍ବାଚନ ଅଭିଯାନ ପ୍ରାରମ୍ଭ

ସୁନ୍ଦରଗଡ : ପୂର୍ବତନ ବିଧାୟକ ତଥା ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ ଯୋଗେଶ ସିଂ ଆଜି ସୁନ୍ଦରଗଡରେ ଆରମ୍ଭ କରିଛନ୍ତି ତାଙ୍କର ନିର୍ବାଚନ ପ୍ରଚାର ଅଭିଯାନ। ଆଜି ସକାଳ ୧୦.୩୦ ଘଟିକା ସମୟରେ ସେ ଦଳୀୟ କର୍ମୀ, ଶୁଭେଚ୍ଛୁ ଓ ସହଯୋଗୀମାନଙ୍କ ଗହଣରେ ପ୍ରଥମେ ପହଞ୍ଚିଥିଲେ ରାଜବାଟିସ୍ଥିତ ମାଁ ସମଲେଇ ମନ୍ଦିରରେ। ସେଠାରେ ପୂଜାର୍ଚ୍ଚନା ସାରି ଆସିଥିଲେ ଜଗନ୍ନାଥ ମନ୍ଦିରକୁ। ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଭେଟିଥିଲେ ତାଙ୍କୁ ଅପେକ୍ଷା କରିଥିବା ଶୁଭେଚ୍ଛୁ ମାନଙ୍କୁ। ଶହ ଶହ ସଂଖ୍ୟାରେ ମହିଳା ଶୁଭେଚ୍ଛୁ ତାଙ୍କୁ ଆସନ୍ତା ନିର୍ବାଚନ ପାଇଁ ଶୁଭକାମନା ଜଣାଇବା ସହିତ ଆଶୀର୍ବାଦ ଦେଇଥିଲେ। ସେହିପରି ସହରର ବିଭିନ୍ନ କୋଣ ଅନୁକୋଣରୁ ପହଞ୍ଚିଥିବା ଜନସାଧାରଣଙ୍କୁ ସେ ବ୍ୟକ୍ତିଗତ ଭାବରେ ଭେଟିଥିଲେ ।ସ୍ଵତଃସ୍ଫୁର୍ତ୍ତ ଭାବରେ ଆସିଥିବା ଏହି ଜନସମାଗମକୁ ଦେଖି ଭାବବିହ୍ୱଳ ହୋଇ ପଡ଼ିଥିଲେ ଯୋଗେଶ। ସଦାସର୍ବଦା ଜନସାଧାରଣ ତାଙ୍କୁ ଏହି ଭଳି ଭଲ ପାଇବା ପାଇଁ ସେ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ। ସମସ୍ତଙ୍କୁ ଭେଟିବା ସମୟରେ ନିର୍ବାଚନ ବୈତରଣୀ ପାରି ହେବା ପାଇଁ ସେ ସମସ୍ତଙ୍କର ସହଯୋଗ ଓ ଆଶୀର୍ବାଦ କାମନା କରିଥିଲେ ତଥା ସୁନ୍ଦରଗଡ ପ୍ରତି ତାଙ୍କର ଉତ୍ତରଦାୟିତ୍ୱ କଣ ରହିବ ତାହା ମଧ୍ୟ ଆଲୋଚନା କରିଥିଲେ। ଜନସାଧାରଣ ଏହି ସମୟରେ ସହରର ବିଭିନ୍ନ ସମସ୍ୟା ଉପରେ ଯୋଗେଶଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ସମସ୍ତ ପରିସ୍ଥିତିରେ ଯୋଗେଶଙ୍କ ସହଯୋଗ କାମନା କରିଥିଲେ। ଆଜିର ଏହି ବିଶାଳ ଜନସମାଗମ ଦଳୀୟ କର୍ମୀମାନଙ୍କ ମଧ୍ୟରେ ଭରିଦେଇଛି ଏକ ନୂତନ ଉତ୍ସାହ ଓ ଉଦ୍ଦୀପନା। ଦଳୀୟ କର୍ମୀମାନଙ୍କ ଜୟଘୋଷରେ ପ୍ରକମ୍ପିତ ହୋଇ ପଡ଼ିଥିଲା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ। ଆଜିର ଏହି ଆଶୀର୍ବାଦ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ,ଉପନଗରପାଳ ଲଲାଟେନ୍ଦୁ ପରିଡ଼ା, ରାଜ୍ୟ ଟି.ଡି.ସି.ସି ଅଧ୍ୟକ୍ଷା ଚମେଲି ଓରାମ, ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଦେବାଶିଷ ମଲ୍ଲିକ, ପୂର୍ବତନ ପୌରାଧ୍ୟକ୍ଷ ତଥା କାଉନସିଲର ବେଣୁଧର ତାଣ୍ଡିଆ, ପୂର୍ବତନ ଉପପୌରାଧ୍ୟକ୍ଷା ରଞ୍ଜନା ପଣ୍ଡା, ପୂର୍ବତନ ଉପନଗରପାଳ ସୁମନ୍ତ ପଣ୍ଡା, କାଉନସିଲର ଚିରସ୍ମିତା ଯୋଷୀ, ସୁମନ୍ତ ସାହୁ, ଅନିଲ ମହାପାତ୍ର, ସୁଶୀଳା ଦଣ୍ଡସେନା, ଦୁଶିଳା ଦଣ୍ଡସେନା, କୈଳାଶ ତନ୍ତୀ, ଆଝାର ହୁସେନ୍, ହେମନ୍ତ ପାଢ଼ୀ, ରଜନୀ ରୋହିଦାସ, ପୂର୍ବତନ କାଉନସିଲର ହିମାଂଶୁ ଷଡ଼ଙ୍ଗୀ ତଥା ଜିଲ୍ଲା ଛାତ୍ର ସଭାପତି ଶାହାବାଜ ହୁସେନ, ଜିଲ୍ଲା ଛାତ୍ର ଉପସଭାପତି ଅନିରୁଦ୍ଧ ସାହୁ, ଋତୁରାଜ ପୁରୋହିତ, ଜାଗ୍ରତ ଯୋଷୀ, ଅମନ ହୁସେନ, ରାଜା ହୋତା, ନିଖିଲ ସାହୁ, ସୁଧାଂଶୁ ଦାସ, ବିକାଶ ରାଉତରାୟ, ବିଶ୍ୱ ରାଉତ, ସୁଶାନ୍ତ ଦେବ, ନରଦୀପ ସିଂ, ତ୍ରିଲୋଚନ କୋକ୍,ଦିନେଶ ଠାକୁର, ମେହତାବ ଶେଖ୍, ସୌମ୍ୟ ସାହୁ, ଜିତୁ ଶେଖର ଦେଓ ଏବଂ ବରିଷ୍ଠ ବିଜେଡି ନେତା ସୌମେନ ବାରିକ, ଜଗଦୀଶ ପ୍ରତାପ ଦେଓ, ଜାହିର ହୁସେନ, ଗୋପ ମହାନ୍ତି, ନିର୍ମଳ ବୋଷ,ସୁନିଲ ମହାପାତ୍ର,ପଞ୍ଚା ବାର୍ଲା, ଆଶିଷ ତ୍ରିପାଠୀ, ବୀଣା ସାହୁ,ବୈକୁଣ୍ଠ ବଞ୍ଛୋର୍ , ନିଲୁ ପଟେଲ, ଅବନୀ ମିଶ୍ର, ଅମିତାଭ ଯୋଷୀ, କୁନା ପୁରୋହିତ, ଆଶିଷ ପଶାୟତ,ଏମ. ଡି କଲିମ୍, ନିଲୁ ପଟେଲ, ଶେଖର ପଟେଲ, ସଞ୍ଜୀବ ପଟେଲ, ବଣ୍ଟି ପଟେଲ, ରଜତ ଅଢା ଓ ଦୀପକ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.