ପୋଲସରା ରାଜନୀତି : ବଳି ପଡିବେ କି ଶ୍ରୀକାନ୍ତ..? ଇଷ୍ଟ ଖଣ୍ଡନ ପାଇଁ ପୂଜା ଅର୍ଚ୍ଚନା,ସେପଟେ ପଦ୍ମ ଧରିଲେ ସଂଯୁକ୍ତା …
ବ୍ରହ୍ମପୁର: ୩୧-୩ ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଶ୍ରୀକାନ୍ତ ସାହୁଙ୍କୁ ପୁଣି ବିଜେଡ଼ି ମଇଦାନ ରେ ଓହ୍ଲାଇଛି। ଶ୍ରୀକାନ୍ତ ଓ ସଂଯୁକ୍ତା ଙ୍କ ମଧ୍ୟରେ ଲାଗିରହିଥିବା ତିକ୍ତତା କୁ ଶାସକ ଦଳ ସମାଧନ କରିବାରେ ବିଫଳ ହେବା ଫଳରେ ଶେଷରେ ସଂଯୁକ୍ତା ବିଜେପି ରେ ସାମିଲ ହେଲେ। ପୋଲସରା ରେ ଦୀର୍ଘ ବର୍ଷ ହେଲା ଲୋକଙ୍କ ନିକଟତର ହୋଇ ଆଶାୟୀ ଥିବା ଆରତୀ ବି ଟିକେଟ ପାଇବାରୁ ବଞ୍ଚିତ ହେଲେ। ସଂଯୁକ୍ତା ଙ୍କ ବିଜେପି କୁ ଯିବା ଆରତୀ ଙ୍କୁ ଟିକେଟ ନ ମିଳିବା ଶ୍ରୀକାନ୍ତ ଙ୍କ ପାଇଁ ବୁମେରା ହେବ କି ବୋଲି ଚର୍ଚ୍ଚା ଜୋର ହେଲାଣି । ଶାସକ ଦଳର ଟିକେଟ ବଣ୍ଟନ ସର୍ବ ପ୍ରଥମେ ହେବା ପରେ ଦଳ ଡିଆଁ ପର୍ବ ଏବେ ଜୋର ଦାର ଦେଖିବାକୁ ମିଳୁଛି। ପୋଲସରା ରେ ବିଜେପି ଓ କଂଗ୍ରେସ ଦଳ ପ୍ରାର୍ଥୀ ଦେବା ପରେ ଏଠାକାର ସମୀକରଣ କଣ ହେବ ବୋଲି ଲୋକେ ଚାହିଁ ବସିଛନ୍ତି। ଆରତୀ ଓ ସଂଯୁକ୍ତା ଙ୍କ ଆଗରେ ଶ୍ରୀକାନ୍ତ ଙ୍କ ଯାଦୁ କିପରି କାମ କରିବ ବୋଲି ରାଜନୈତିକ ମୋହଲ ରେ ଆଲୋଚନା ହେଉଛି।ଟିକେଟ ମିଳିବା ପରେ ପୂଜା ଅର୍ଚ୍ଚନା କରି ଲୋକଙ୍କ ପାଖକୁ ଶ୍ରୀକାନ୍ତ ସାହୁ ଯାଉଥିବା ଦେଖିବାକୁ ମିଳୁଛି। ଶାସକ ଦଳର ଗୋଷ୍ଟି କନ୍ଦଳ ର ଫାଇଦା ବିଜେପି ନେଉଛି ନା କଂଗ୍ରେସ ନେଉଛି ଦେଖିବାକୁ ବାକି ରହିଲା। ବିଜେଡ଼ି ଛାଡ଼ି ବିଜେପି ରେ ବହୁ ପୁରୁଖା ବିଧାୟକ ସାଂସଦ ଓ ଷ୍ଟାର କେମ୍ପେନେର ମାନେ ଯୋଗ ଦେଉଥିବା ଜଣା ପଡ଼ିଛି। ତେଣୁ ପୋଲସରା ରାଜନୈତିକ ପାଣି ପାଗ ଶ୍ରୀକାନ୍ତ ଙ୍କ ପାଇଁ ଏତଟା ଭଲ ନାହିଁ l ଗୋଟିଏ ପଟେ ଆରତୀ ଟିକଟ ପାଇବାରୁ ବଞ୍ଚିତ ଅନ୍ୟ ପଟେ ସଂଯୁକ୍ତା ବିଜେଡି ଛାଡି ବିଜେପି ରେ ଯୋଗ ଦେବା ଶ୍ରୀକାନ୍ତ ଙ୍କ ପାଇଁ ଅଡୁଆ ହୋଇ ପାରେ l ଶ୍ରୀକାନ୍ତ ଙ୍କୁ ଟିକଟ ମିଳିବା କୁ ନେଇ ଅଞ୍ଚଳ ର ସାଧାରଣ ସ୍ତବ୍ଧ, ସେ ଯାହାବି ହେଉ ସବୁ କିଛି ବାଦ ବିବାଦ କୁ ପଛରେ ପକାଇ ଶ୍ରୀକାନ୍ତ ବିଜେଡି ଟିକଟ ପାଇଁଛନ୍ତି l ଦେଖିବାକୁ ମିଳୁଛି ଶ୍ରୀକାନ୍ତ ନିଜ ଇଷ୍ଟ ଖଣ୍ଡନ ପାଇଁ ପୂଜା ଅର୍ଚ୍ଚନା ରେ ବ୍ୟସ୍ତ l ବର୍ତ୍ତମାନ ବିଜେପି ଓ କଂଗ୍ରେସ ର ପ୍ରାଥୀ କୁ ନେଇ ଶ୍ରୀକାନ୍ତ ଙ୍କ ଭାଗ୍ୟ, ପୋଲସରା ଜନସାଧାରଣ, ଆରତୀ ଏବଂ ସଂଯୁକ୍ତା ଅପେକ୍ଷା କରିଛନ୍ତି ଶ୍ରୀକାନ୍ତ ଙ୍କ ବିରୋଧ ରେ ପ୍ରାର୍ଥୀ କିଏ..? ସମସ୍ତ ଦଳ ର ଟିକଟ ଫାଇନାଲ ପରେ ପ୍ରକୃତ ପଶା ଖେଳ ଆରମ୍ଭ ହେବ ବୋଲି ସମୀକ୍ଷକ ମାନେ ମତ ଦେଇଛନ୍ତି l