ବିଜେପି ର ସାଂସଦ ପ୍ରାର୍ଥୀ ଘୋଷଣା ପରେ ସ୍ଥାନୀୟ ନେତା ଓ କର୍ମୀ ନିରାଶ…

ଫୁଲବାଣୀ:କନ୍ଧମାଳ ଲୋକସଭା ଆସନ ପାଇଁ ସୁକାନ୍ତ ପାଣିଗ୍ରାହୀଙ୍କୁ ବିଜେପି ପ୍ରାର୍ଥୀ କରିଛି । ତାଙ୍କ ଉପରେ ଭରସା କରି ଦ୍ବିତୀୟ ଥର ଟିକେଟ୍ ଦେଇଛି । ଶନିବାର ଟିକେଟ୍ ଘୋଷଣା ପରେ ସୁକାନ୍ତଙ୍କ କିଛି  ଦଳୀୟ କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଛି । ସେମାନେ ଫୁଲବାଣୀଠାରେ ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ମନାଇଛନ୍ତି । ସେପଟେ ପୁଣିଥରେ ଦଳ ତାଙ୍କୁ ଭରସା କରିଥିବାରୁ ଏଥିପାଇଁ କନ୍ଧମାଳବାସୀଙ୍କ ସହିତ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁକାନ୍ତ ପାଣିଗ୍ରାହୀ । ସେ କହିଛନ୍ତି ଯେ,ଏ ଟିକେଟ ମତେ ଦିଆଯାଇନାହିଁ କନ୍ଧମାଳ ବାସୀଙ୍କର ବିକାଶ ପାଇଁ ଦିଆଯାଇଛି  । କନ୍ଧମାଳବାସୀ ଏହି ନିର୍ବାଚନ ଲଢିବେ ଓ ନରେନ୍ଦ୍ର ମୋଦିଙ୍କୁ ପୁନର୍ବାର ଦେଶର ପ୍ରଧାନମନ୍ତ୍ରୀ କରାଇବେ । ମୋଦି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ପାଇଁ ମୁଁ ଚେଷ୍ଟା କରିବି । ପ୍ରକାଶ ଥାଉ କି କନ୍ଧମାଳ ଜିଲ୍ଲାରେ ୨୦୨୪ ନିର୍ବାଚନରେ ସବୁ ଦଳ ସ୍ଥାନୀୟ ଲୋକଙ୍କୁ ସାଂସଦ ପ୍ରାର୍ଥୀ ଦିଆଯାଉ ବୋଲି ବିଭିନ୍ନ ସଭା ସମିତି ଏପରିକି ସୋସିଆଲ ମିଡିଆରେ ମଧ୍ଯ ପ୍ରଚାର ହୋଇଥିଲା l ଦୁଇ ପ୍ରମୁଖ ଦଳ କେହି ହେଲେ ସ୍ଥାନୀୟ ପ୍ରାର୍ଥୀ ଦେଇ ନଥିବାରୁ ବୁଦ୍ଧିଜିବୀ ମହଲରେ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ନିରାଶ ଭାବ ଦେଖିବାକୁ ମିଳିଛି l କନ୍ଧମାଳର ଅଧିକାଂଶ ଜନସାଧାରଣ ବର୍ତ୍ତମାନ କଂଗ୍ରେସ ଉପରେ ଆଶା ଭରସା କରି ଅପେକ୍ଷା କରି ରହିଛନ୍ତି ଯେ ଦଳ କଣ ଘୋଷଣା କରିବ ସେ ଅନୁଯାୟୀ କନ୍ଧମାଳର ସାଂସଦୀୟ କ୍ଷେତ୍ର ପାଇଁ ଭାଗ୍ୟ ପ୍ରସ୍ତୁତ ହେବ l

nis-ad
Leave A Reply

Your email address will not be published.