ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ଗୁମାଗଡ଼ର ପ୍ରସିଦ୍ଧ ଦଣ୍ଡ ନୃତ୍ୟ ଓଁ ଶ୍ରୀ ଶ୍ରୀ ଶ୍ରୀ ବାବା ମହାକାଳ ମା ଭୈରବୀ (ଅଗ୍ନି) ଗୁହାରିଆ ଦଣ୍ଡ ଫୁଲବାଣୀ ସ୍ଥିତ ପିଅନପଡା ଅଞ୍ଚଳର ଭଞ୍ଜସାହିରେ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି l ଏହି ଦଣ୍ଡ ର ମୁଖ୍ୟ ବିଶେଷତ୍ଵ ହେଲା
ଏଥିରେ ଅଂଶଗ୍ରହଣ କରିଥିବା ସେବାୟତ ଦଣ୍ଡୁଆମାନେ ଅଗ୍ନିରେ ଚାଲନ୍ତି l ଏହି ପାରମ୍ପରିକ ଦଣ୍ଡ ଯାତ୍ରା ଗତ ଗୁରୁବାର ରାତିରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୧୩ ଦିନ ମାଁ ଭୈରବୀ ଓ ଦେବଦେବ ମହାକାଳ ୧୩ ଭୁକୁତା ଓ ମାନସିକ ପୂରଣ ନିମନ୍ତେ ପଇତା ଧାରି ସେବାୟତଙ୍କ ସହ ଭକ୍ତ ମାନଙ୍କ ଘରକୁ ଯାତ୍ରା କରିଥାନ୍ତି। ସମସ୍ତ ଦଣ୍ଡୁଆ ପ୍ରତ୍ୟେକ ଦିନ ଏକ ଓଳା ଭୋଜନ ଗ୍ରହଣ କରିଥାନ୍ତି । ଦିନ ୧୨ ଘଣ୍ଟିକା ପରେ ଭକ୍ତଙ୍କ ଘର ସମ୍ମୁଖରେ ଧୂଳି ଦଣ୍ଡ ଅନୁଷ୍ଠିତ ହୁଏ ସେହି ସମୟରେ ପଇତା ଧାରିକୁ ମାନସିକ ଭକ୍ତ ମାନେ ବିଭିନ୍ନ ଦଣ୍ଡ ଗ୍ରହଣ କରି ସେବା କରିବା ସହ କଳାକାର ବହୁତ୍ ସୁନ୍ଦର ଅଭିନୟ ସହ ନୃତ୍ୟ କରିଥାନ୍ତି। ମାଁଙ୍କୁ ବରଣ କରିଥିବା ଭକ୍ତ ଦାଣ୍ଡରେ ମାଁଙ୍କ ଦଣ୍ଡ ନାଚ ଅନୁଷ୍ଠିତ ହୋଇଥାଏ ।
ପୁରାଣ ଶାସ୍ତ୍ର ଅନୁସାରେ ପୁରାତନ ଲୋକ ପରମ୍ପରାକୁ ନାଚ ଗୀତ ମାଧ୍ୟମରେ ପରିବେଷଣ କରାଯାଇଥାଏ। ସନ୍ଧ୍ୟା ସମୟରେ ପାଣି ଦଣ୍ଡ ଅନୁଷ୍ଠିତ ହୁଏ ଅର୍ଥାତ୍ ସମସ୍ତେ ନଦୀ, ବନ୍ଧ ତୋଠରେ ନିଜେ ସ୍ନାନ ହେବା ସହ ଦେବା ଦେବୀଙ୍କୁ ସ୍ନାନ କରାଇଥାନ୍ତି ସେଠାରେ ରୀତି ନୀତି ଅନୁଯାୟୀ ପୂଜା ପାଠ କରାଯିବା ପରେ ପୂଜାରୁ ଆସିଥିବା ପାଦୁକା ସାହାଯ୍ୟରେ ପଣା ପ୍ରସ୍ତୁତ କରାଯାଇ ପଣା ପିଇଥାନ୍ତି । ସନ୍ଧ୍ୟା ଆଳତି ପରେ ଶବ୍ଦ ଭୋଜନ ପ୍ରସ୍ତୁତ ହୁଏ ଓ ବିଳମ୍ବିତ ରାତିରେ ସମସ୍ତ ଦଣ୍ଡୁଆ ଭୋଜନ କରିଥାନ୍ତି । ଯାହା ସହରର ସାହି ସାହିରେ ଢୋଲ ମହୁରି ଶବ୍ଦର ତାଳେ ତାଳେ ଦଣ୍ଡ ନାଚ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଛି। ଦଣ୍ଡ ଯାତ୍ରାର ଢୋଲ, ତୁରୀ, ବାଜା ସହିତ ଝୁଣା ବାସ୍ନାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜନସାଧାରଣ ଯାତ୍ରା ଉପଭୋଗ କରୁଥିବା ଦେଖିବାକୁ ମିଳୁଛି। ଦିନ ଓ ରାତିରେ ପାରମ୍ପରିକ ଦଣ୍ଡ ଯାତ୍ରାର ବିଭିନ୍ନ ଚରିତ୍ର ସହ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ଏହି ଯାତ୍ରା ସମୟରେ ପ୍ରାୟ ସମସ୍ତ ହିନ୍ଦୁ ପରିବାରରେ ଆମିଷ ବର୍ଜନ କରୁଥବା ବେଳେ ଶାକାହାରୀ ଖାଦ୍ୟ ଖାଇଥାନ୍ତି ।ଚଳିତ ବର୍ଷର ଆଜି ପ୍ରଥମ ଦଣ୍ଡ ଫୁଲବାଣୀ ସହରର ଭଞ୍ଜ ସାହିରେ ଅନୁଷ୍ଠିତ ହୋଇଛି। ସୂଚନା ଅନୁସାରେ ଏହି ଯାତ୍ରା ଚଳିତ ମାସ ମାସନ୍ତ ତିଥ୍ ୧୩ ତାରିଖ ଦିନ ମେରୁ ଯାତ୍ରା ସହ ଏହି ଦଣ୍ଡ ଯାତ୍ରା ଶେଷ ହେବ।