ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହଳଦୀ ପଞ୍ଚାଏତରେ ଦେଖିବାକୁ ମିଳିଛି ଏକ ମା ଜନନୀର ହୃଦୟ ବିଦାରକ ମର୍ମାନ୍ତୀକ କରୁଣ କାହାଣୀ । ସୂଚନା ପ୍ରକାରେ ହଳଦୀ ପଞ୍ଚାଏତର ଅଙ୍ଗନବାଡ଼ି ଠାରୁ ମାତ୍ର ପାଞ୍ଚ ସହ ମିଟର ଦୂରରେ ଥିବା ପୂଜାରୀପାରା ଗ୍ରାମର ଭୁବନ ମାଝିଙ୍କ ସ୍ତ୍ରୀ ବିଳାସ ମାଝୀ ସାତ ମାସ ଗର୍ଭବତୀ ଅଛନ୍ତି। କିନ୍ତୁ ଦୁଃଖର ବିଷୟ ତାଙ୍କ ପାଖରେ ନା ଅଛି ମମତା କାର୍ଡ ନା ଅଛି କୌଣସି ଗର୍ବବତୀର ପ୍ରମାଣ ପତ୍ର। ସରକାର ମମତା ଯୋଜନା ଜନନୀ ସୁରକ୍ଷା ଉପରେ ଗୁରୁତ୍ବ ଦେଇ ଯଥେଷ୍ଟ ଟଙ୍କା ଦେଉଛନ୍ତି କିନ୍ତୁ ଏହି ସବୁ ଯୋଜନାର ଟଙ୍କା ଆଧିବାସୀ ଅଧ୍ୟୁଷିତ ଗ୍ରାମ ଗୁଡିକରେ ଅଙ୍ଗନବାଡ଼ି, ଏ,ଏନ ଏମ, ଏଲ, ହେଛ, ବି, ଦିଦି ମାନଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ପହଁଞ୍ଚି ପାରୁ ନାହିଁ।
ହଳଦୀ ପଞ୍ଚାୟତ ଏକ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଇଲାକା ହୋଇଥିବାରୁ ଯୋଉଁ ଗ୍ରାମ ଗୁଡିକ ସୀମାନ୍ତବର୍ତ୍ତୀ ଇଲାକାରେ ଅଛି ତାହାର ଅବସ୍ଥା କଣ ହୋଇପାରେ କହି ହଳଦୀ ପଞ୍ଚାୟତ ବାସୀ ପ୍ରଶ୍ନବାଚୀ କରୁଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ଠାରୁ ମାତ୍ର ପାଞ୍ଚ ସହ ମିଟର ଦୂରରେ ଥିବା ବିଳାସ ମାଝିକୁ ଯଦି ଏହି ପରି ହୋଇ ପାରେ ତେବେ ଏକ କିଲୋମିଟର ଦୁଇ, ତିନି, ଚାରି କିଲୋମିଟରର ଅବସ୍ଥା କଣ ହୋଇ ପାରେ କହି ବିଳାସ ମାଝିଙ୍କ ସ୍ୱାମୀ ଭୁବନ ମାଝୀ ଦୁଃଖ ପ୍ରକାଶ କରି ଆମ ନିସର୍ତ ପ୍ରତିନିଧି ଆଗରେ କହିଛନ୍ତି। ଆଜି ଦିନରେ ବିଳାସ ମାଝୀ ଗର୍ଭରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ସ୍ୱାମୀ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୋନାରେ ଆଣିଥିଲେ କିନ୍ତୁ ଡାକ୍ତରଖାନାରେ ଆସିବା ପରେ ଷ୍ଟାପ ନର୍ସ ଗର୍ଭବତୀ କାର୍ଡ ବା ମମତା କାର୍ଡ ମାଗିବାରୁ ସେମାନେ କିଛି ଦେଖେଇ ପାରିଲେ ନାହିଁ। ଏଥିରେ ଭୟଭୀତ ହୋଇ ଷ୍ଟାପ ନର୍ସ ଜଣକ ହାତ ଲଗାଇବାକୁ ଡରି କୌଣସି ଚିକିତ୍ସା ନ କରି ଉମରକୋଟ ଜୋନାଲ ହସ୍ପିଟାଲରେ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ସ୍ଥାନ୍ତରିତ କରିଛନ୍ତି। ଏହି ସବୁ ଭୁଲ ପାଇଁ ଦାୟୀ କିଏ ?
ଏହାର ତଦନ୍ତ କରିବା ଦରକାର | ଆଜି ସାମାନ୍ୟ ଗୋଟିଏ ଛୋଟ ଭୁଲ ପାଇଁ ଜଣେ ମାଆଙ୍କ ଜୀବନ ବିପଦରେ କହି ହଳଦୀ ପଞ୍ଚାୟତର ଜଣସାଧାରଣ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଏହି ଭୁଲ ପାଇଁ ତାଙ୍କ ବିରଦ୍ଧରେ ବିହିତ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଜଣାଯାଇଛି ଅଙ୍ଗନବାଡ଼ି ଦିଦି ଠିକ ସମୟରେ ଟିଟି, ଓ ଚେକଅପ କରି ଏ,ଏନ, ଏମ, ଦିଦିଙ୍କ ଦେଇଥିଲେ କିନ୍ତୁ ଏ, ଏନ, ଏମ ଦିଦି ମମତା କାର୍ଡ ସରି ଯାଇଛନ୍ତି କହି ଆଉ ଦେଲେ ନାହିଁ, ଏବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ଅଧକାରୀ ମାନେ କଣ ପଦକ୍ଷେପ ନେଉଛନ୍ତି। ଉଲ୍ଲେଖ ଥାଉ ବିଗତ କିଛି ମାସ ତଳେ ହଳଦୀ ପଞ୍ଚାୟତର ଏଏନଏମ ଦିଦିଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ହଳଦୀ ଗ୍ରାମ ପଞ୍ଚାୟତର ଜନ ସାଧାରଣ ଆନ୍ଦୋଳନ କରିଥିଲେ।