ବ୍ରହ୍ମପୁର: ୩୦-୩ ଗଞ୍ଜାମ ଜିଲ୍ଲାର ଅଧିକାଂଶ ନିର୍ବାଚନ ମଣ୍ଡଳୀ ରେ ଶାସକ ଦଳର ପ୍ରାର୍ଥୀ ଙ୍କ ନାମ ଘୋଷଣା ହେଉ ହେଉ ମଦ ମାଫିଆ ମାନେ ସକ୍ରିୟ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଗଞ୍ଜାମ ଜିଲ୍ଲାର ବହୁ ମଦ ମାଫିଆ ରାଜନୈତକ ଛତ୍ର ଛାୟା ତଳେ ଆଶ୍ରୟ ନେଇଛନ୍ତି। ବିଭିନ୍ନ ସଭା ସମିତି ରେ ପାଣି ଭଳି ଟଙ୍କା ଖର୍ଚ୍ଚ କରି ନେତା ମାନଙ୍କ ନିକଟତର ହୋଇଥିବା ନଜିର ରହିଛି। ନେତା ମାନଙ୍କ ବାହୁ ଛାୟା ତଳେ ରହିବା ଯୋଗୁଁ ପୋଲିସ ସେମାନଙ୍କୁ ହାତ ମାରିବାକୁ ସାହସ କରୁନାହିଁ। ଗଞ୍ଜାମ ଜିଲ୍ଲାରେ ମଦ ମାଫିଆ ମାନଙ୍କ ଏବେ ପୁଷ ମାସ ହୋଇଛି କହିଲେ କିଛି ଭୁଲ ହେବ ନାହିଁ । ନିଜର ଦୃଢ଼ ସମର୍ଥକ ମାନଙ୍କୁ ପୁଣି ଟିକେଟ ମିଳିବା ଆଉ କିଛି ଜଣଙ୍କୁ ନୂଆଁ ମୁହଁ ଭାବେ ଟିକେଟ ମିଳିବା ପରେ ରାଜନୈତିକ ସରଗରମ ହୋଇଛି। ବହୁ ଆଶାୟୀ ଙ୍କ ମଧ୍ୟରେ ଟିକେଟ ନ ମିଳିବାରୁ ନିରାଶ ଦେଖା ଦେଇଛି। ଏହା ଆଗାମୀ ନିର୍ବାଚନ ରେ ବିସ୍ଫୋରକ ନେଇ ପାରେ,ଦଳରେ ରହି ବିଦ୍ରୋହୀ ମାନେ ବିରୋଧିଙ୍କୁ ସମର୍ଥନ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ପ୍ରଥମ ପର୍ଯ୍ୟାୟ ରେ ଟିକେଟ ବଣ୍ଟନ ପରେ ଅଧିକ ଲାଭବାନ ମଦ ମାଫିଆ ହୋଇଥିବା ଚର୍ଚ୍ଚା ହେଉଛି। ନିର୍ବାଚନ କୁ ଆଖି ଆଗରେ ରଖି ବହୁ ସୁରକ୍ଷିତ ଜାଗା ମାନଙ୍କ ରେ ମଦ ଗଛିତ ରଖୁଥିବା ସୂଚନା ମିଳୁଛି, ତଳ ଦିନେ ବ୍ରହ୍ମପୁର ଏସ. ପି ଡାକ୍ତର ଶ୍ରାବଣ ବିବେକ ଏହି ପରି ଗଛିତ ରଖିଥିବା ମଦ ଗୋଦାମ ଉପରେ ଚଢ଼ାଉ କରି ଅନେକ ମଦ ଜବତ କରିଥିଲେ ଅବକାରୀ ବିଭାଗ ସବୁ ଜାଣି ମାଲ ଖାଇ ଚୁପ ବସିଛି ଏପରିକି କିଛି ଅବକାରୀ ବିଭାଗ କର୍ମଚାରୀ ମାନଙ୍କ ଘରକୁ ମଧ୍ୟ ମଦ ମାଫିଆ ମାନେ ମଦ ଗଛିତ ରଖିବାକୁ ସୁରକ୍ଷିତ ମନେ କରୁଛନ୍ତି ବୋଲି ଅଭିଯୋଗ ଆସୁଛି l ଗଞ୍ଜାମ ଜିଲ୍ଲା ରେ ଅନ୍ୟ ନିର୍ବାଚନ ମଣ୍ଡଳୀ ଉପରେ ମଦ ଓ ବାଲି ମାଫିଆ ପୁଣି ସେମାନଙ୍କ ରାଜୁତି ଚଳେଇବା ପାଇଁ ଚାତକ ପରି ଚାହିଁ ବସିଛନ୍ତି। ବିଭିନ୍ନ ରାଜନୈତିକ ଦଳରେ ଆଉ ପୁରୁଣା ନେତା ମାନଙ୍କ ଦବଦବା ରହୁନାହିଁ। କେବଳ ବାଲି ମଦ ମାଫିଆ ମାନଙ୍କ ହାତକୁ ଦଳ ଟିକେଟ ଦେଉଥିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲାରେ ପୁଣି ମଦ ବାଲି ମାଫିଆ ମାନଙ୍କ ରାଜ ଆରମ୍ଭ ହେବ ବୋଲି ଲୋକେ ଏବେଠାରୁ ଚର୍ଚ୍ଚା କରିଥିବା ଦେଖିବାକୁ ମିଳୁଛି। ଆଗାମୀ ନିର୍ବାଚନ ରେ ଜିଲ୍ଲା ରେ ମଦ ର ବନ୍ୟା ହେବ ଖାସ କରି ଆସିକା ଲୋକସଭା ଅଞ୍ଚଳ ରେ ମଦ ଓ ଟଙ୍କା ର ବନ୍ୟା ହେବ ବୋଲି ଲୋକ ମତ ଦେଲେଣି l ଜିଲ୍ଲାର ଅବକାରୀ ବିଭାଗ ପାଇଁ ଏହା ପୁଷ ମାସ କାରଣ ସିଙ୍ଗ ଧରିବ ପୋଲିସ ଆଉ କ୍ଷୀର ପିଇବ ଅବକାରୀ ବିଭାଗ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି l ତେଣୁ ରାଜ୍ୟ ପ୍ରଶାସନ କଳ ଏହାକୁ ଦୃଷ୍ଟି ରେ ରଖି କେବଳ ମଦ ମାଫିଆ ନୁହଁ ଅବକାରୀ ବିଭାଗ କର୍ମଚାରୀ ମାନଙ୍କ ପ୍ରତି ଦୃଷ୍ଟି ଦିୟନ୍ତୁ ବୋଲି ସଚେତନ ନାଗରିକ ମାନେ ଅଭିଯୋଗ କରୁଛନ୍ତି l
Sign in
Sign in
Recover your password.
A password will be e-mailed to you.