ବମ୍ପରଡା ସାପ୍ତାହୀକ ହାଟରେ ଜୈବିକ ଉତ୍ପାଦ ବିକ୍ରୟ କେନ୍ଦ୍ର ଶୁଭାରମ୍ଭ

ଦେବଗଡ଼ (୨୩ା୩) : ବାରକୋଟ ବ୍ଲକ ବମ୍ପରଡା ଗ୍ରାମ ପଂଚାୟତ ମହାସଂଘ ଆନୁକୂଲ୍ୟରେ ଜୈବିକ ପଦ୍ଧତିରେ ଚାଷ କରୁଥିବା ଚାଷୀ ମାନଙ୍କୁ ନେଇ ବମ୍ପରଡା ସାପ୍ତାହୀକ ହାଟରେ ଏକ ଜୈବିକ ଉତ୍ପାଦ ବିକ୍ରୟ କେନ୍ଦ୍ର ଶୁଭାରମ୍ଭ ହୋଇଯାଇଛି । ଏହି ବିକ୍ରୟ କେନ୍ଦ୍ରକୁ ମୂଖ୍ୟ ଅତିଥି ଭାବେ ବମ୍ପରଡା ଗ୍ରାମ ପଂଚାୟତର ସରପଂଚ ନମିତା ସାହୁ ଫିତାକାଟି ଉଦଘାଟନ କରିଥିଲେ । ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ଚାଷୀ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଏହି ଜୈବିକ ଉତ୍ପାଦ ବିକ୍ରୟ କେନ୍ଦ୍ରର ପରିକଳ୍ପନା କରାଯାଇଥିବା ବେଳେ ସେମାନଙ୍କୁ କିଭଳି ଉତ୍ପାଦ ଗୁଡିକର ଉଚିତ ମୂଲ୍ୟ ମିଳିପାରିବ ବୋଲି ଆଶା କରାଯାଉଛି । ସେହିପରି ଏହା ଦ୍ୱାରା ଜଳ ଓ ଜମିକୁ ମଧ୍ୟ ସୁରକ୍ଷା କରାଯାଇ ପାରିବ ବୋଲି ଗ୍ରାମ ପଂଚାୟତ ମହାସଂଘ ପକ୍ଷରୁ କୁହଯାଇଛି । କାର୍ଯ୍ୟକ୍ରମ ଆୟୋଜନରେ ବମ୍ପରଡା ଗ୍ରାମ ପଂଚାୟତ ମହାସଂଘର ସଭାନେତ୍ରୀ ସୁଲୋଚନା ନାୟକ, ସମ୍ପାଦିକା କୁନ୍ତଲା ନାୟକ , ଏଫ୍ ଇ ଏସ୍ ଅନୁଷ୍ଠାନର ପ୍ରଶିକ୍ଷିକା ହୀରାମଣି ଦାଶ ଓ ବମ୍ପରଡା ଗ୍ରାମ ପଂଚାୟତ ମହାସଂଘର ବହୁ ସଦସ୍ୟା ସକ୍ରୀୟ ସହଯୋଗ କରିଥିଲେ । ଏହି ଅବସରରେ ଏଫ୍ ଇ ଏସ୍ ଅନୁଷ୍ଠାନର ପ୍ରଶିକ୍ଷକ ବଂଶୀଧର ସାହୁ ଯୋଗଦେଇ ଗ୍ରାମ ପଂଚାୟତ ମହାସଂଘର ଏଭଖି ଉଦ୍ୟମର ପ୍ରଶଂସା କରିଥିଲେ ।

nis-ad
Leave A Reply

Your email address will not be published.