ଫରେଷ୍ଟର ପ୍ରଶାନ୍ତ ସିଂ ଓ ସତ୍ୟଜିତ୍ ପାଣିଙ୍କୁ ମିଳିଲା ଵନସେଵା ସମ୍ମାନ

ରାଜନଗର : କେନ୍ଦ୍ରପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଡାଙ୍ଗମାଳ ଫରେଷ୍ଟର ଶ୍ରୀ ପ୍ରଶାନ୍ତ କୁମାର ସିଂ ଓ ସତ୍ୟଜିତ ପାଣି ଙ୍କୁ ମିଳିଲା ବନ ସେବା ସମ୍ମାନ। ଗତକାଲି ବିଶ୍ଵ ବନ ଦିବସ ୨୦୨୪ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବନ ବିଭାଗ ପାଇଁ ଶ୍ରୀ ପ୍ରଶାନ୍ତ କୁମାର ସିଂ ଫରେଷ୍ଟର , ଡ଼ାଙ୍ଗମାଳ ଙ୍କୁ ଜଙ୍ଗଲ ଓ ଜୀବଜନ୍ତୁ ମାନଙ୍କ ସୁରକ୍ଷା, ଭିତରକନିକା ପର୍ଯଟନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ତଥା ଲୁଣା ଜଙ୍ଗଲ ବନୀକରଣ ରେ ଉଲ୍ଲେଖନୀୟ କାର୍ଯ ପାଇଁ ରାଜ୍ୟ ସ୍ତରୀୟ ସର୍ବୋଚ୍ଚ ବନ ସେବା ସମ୍ମାନରେ ସମ୍ମାନିତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାଵେ PCCF (WL)ଶ୍ରୀ ସୁଶାନ୍ତ ନନ୍ଦ IFS, ସମ୍ମାନିତ ଅତିଥି PCCF General ଶ୍ରୀ ଦେବିଦତ୍ତ ବିଶ୍ଵାଳ IFS, Addl Forest Secretary ଏବଂ PCCF Kendu leaf. ଏହି କାର୍ଯ୍ୟକ୍ରମ ଜୟଦେବ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା। ରାଜନଗର ଡିଭିଜନ ରୁ ମଧ୍ୟ ସତ୍ୟଜିତ ପାଣି ଫରେଷ୍ଟ ଗାର୍ଡ, ବତୀଘର ବିଟ୍ ରାଜ୍ୟସ୍ତରୀୟ ବନସେବା ପୁରସ୍କାର ପାଇଥିଲେ। ମେଡାଲ , ମାନପତ୍ର ସହ ୧୦,୦୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।

nis-ad
Leave A Reply

Your email address will not be published.