ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୋଗ୍ରାପୋଷ ବିଦାୟ ସମ୍ବର୍ଦ୍ଧନା ସଭା

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାର ପୋଗ୍ରାପୋଷ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କର ବିଦାୟ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ରୂପେ ଶ୍ରୀ ବିଭୀଷଣ ତନ୍ତୀ ଓ ପ୍ରତାପପୁର କ୍ଲଷ୍ଟର ର ବରିଷ୍ଟ ଶିକ୍ଷକ ଶ୍ରୀ ଜନପିଟର କିରୋ ଉପସ୍ଥିତ ଥିଲେ | ଶ୍ରୀଯୁକ୍ତ ତନ୍ତୀ ସାର ” ବିଦ୍ୟା ଅଟଇ ମହାଧନ ” ଏହି ବିଷୟରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ | ବିଦ୍ୟାଳୟରେ ମନୁଷ୍ୟ ସବୁକିଛି ଜୟ କରିପାରିବ | ଏବଂ ଶ୍ରୀ କିରୋ ସାର ପିଲାମାନଙ୍କୁ ଶିକ୍ଷା ସହିତ ସଂସ୍କାର ବିଷୟରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ | ବିଦ୍ୟାଳୟର ସହ ଶିକ୍ଷକ ଶ୍ରୀ ପ୍ରଦୀପ କୁଜୁର, ଓ ଶ୍ରୀ ବିରେନ୍ଦ୍ର ଭୂମିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ! ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ |

nis-ad
Leave A Reply

Your email address will not be published.