ଆଶାୟୀ ମାନଙ୍କ ମୁହଁରୁ ଗୋଟିଏ କଥା ସେଟିଙ୍ଗ ସରିଛି…!

ନହେଲେ ଲେଖା ଛିଣ୍ଡାଇବା ପାଇଁ ମଧ୍ୟ ପ୍ରସ୍ତୁତ..!!


ବ୍ରହ୍ମପୁର: ୧୬-୩ ନିର୍ବାଚନ ବିଗୁଲ ବାଜିବାର ସ୍ୱଳ୍ପ ସମୟ ରହିଛି। ହେଲେ ଗଞ୍ଜାମ ଜିଲ୍ଲାର ବହୁ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଶାସକ ଦଳ ଭିତରେ ଗୋଷ୍ଟି କନ୍ଦଳ ତୀବ୍ରତାର ହେବାରେ ଲାଗିଛି। ଆଶାୟୀ ଥିବା ନେତା ମାନେ ନିଜର କର୍ମୀ ମାନଙ୍କୁ ସିଧା କହୁଛନ୍ତି, ଆମ ଲେଖା ଛିଡି ଯାଇଛି, ସେଟିଙ୍ଗ ସରିଛି ବୋଲି। କାଳେ କର୍ମି ଅନ୍ୟ ଆଶାୟୀ ଙ୍କ ନିକଟକୁ କୁଆଡ଼େ ଚାଲିଯିବେ ବୋଲି। ଖଲ୍ଲିକୋଟ, ପୋଲସରା, କବିସୂର୍ଯ୍ୟନଗର, ଆସିକା ରେ ଶାସକ ଦଳରେ ମାଳ ମାଳ ଆଶାୟୀ ଓ ଗୋଷ୍ଟି କନ୍ଦଳ ହାଟରେ ଯାଇ ଦାଣ୍ଡରେ ଗଡିଛି। ଆସିକା, ଖଲ୍ଲିକୋଟ ଓ ପୋଲସରା ରେ ଦୁର୍ନୀତି, ହମବଡ଼ା ନୀତି, ଓ ମନ ମାନି ଯୋଗୁଁ ଗୋଷ୍ଟି କନ୍ଦଳ ର ସ୍ୱର ଜୋର ଉଠିଥିବା ଚର୍ଚ୍ଚା ହେଉଛି। ଏହି ସବୁ ନିର୍ବାଚନ ମଣ୍ଡଳୀ ର ଆଶାୟୀ କହୁଛନ୍ତି, ଆମେ ସେଟିଙ୍ଗ କରି ଆସିଛୁ। ହେଲେ ଟିକେଟ ପାଇଁ ବ୍ୟାକୁଳ ଥିବା ବ୍ୟକ୍ତିଙ୍କ ସେଟିଙ୍ଗ କେତେ କାମ କରୁଛି ତାହା ନାମ ଘୋଷଣା ହେଲେ ଜଣାପଡିବ। ବିଜେପି ବିଜେଡ଼ି ମେଣ୍ଟ ର ପେଞ୍ଚ ଦେଖି ଦଳ ଡିଆଁ ପୁଣି ଜୋର ଦାର ହେବ। ଆଶାୟୀ ଙ୍କ ଆଶା ରଖିଥିବା ଆସନ ଭାଗକୁ ପଡ଼ିବ ନା ଦଳରେ ରହି ଟିଜେଟ ରୁ ବଞ୍ଚିତ ହେଲେ ବିରୋଧି ଙ୍କ ଇଭିଏମ କୁ ହାତ ଯିବ ଫଳା ଫଳ ଘୋଷଣା ପରେ ଜଣାପଡିବ। ଗଞ୍ଜାମ ଜିଲ୍ଲାର ଗୋଷ୍ଟି କନ୍ଦଳ ର ଲାଭ କେଉଁ ଦଳକୁ ମହଙ୍ଗା ପଡ଼ିବ ଦେଖିବାକୁ ବାକି ରହିଲା। ସେଟିଙ୍ଗ କରି କୋଟି କୋଟି ଟଙ୍କା ଧରି ବସିଥିବା ଆଶାୟୀ ଙ୍କ ଭାଗ୍ୟ ଖୋଲିବ…? ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଲାଣି, ଯିଏ ଯାହାର ଗଳା ବାଟ ଖୋଜିବାରେ ବ୍ୟସ୍ତ ଟଙ୍କା ବସ୍ତା ଧରି ଟିକଟ ଟିଏ ହାତଇବା ପାଇଁ ବ୍ୟାକୁଳ l ନିର୍ବାଚନ ଯେତେ ପାଖେଇ ଆସୁଛି ତତ୍ପରତା ବୃଦ୍ଧି ପାଉଛି l ଏଠାରେ ସୂଚନା ଥାଉକି ଗଞ୍ଜାମ ଜିଲ୍ଲା ରେ ଆଇନ ଶୃଙ୍ଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ କହିଲେ କିଛିବି ଭୁଲ ହେବ ନାହିଁ l ଏହି ନିର୍ବାଚନ ରେ ଅନେକ ମୁଣ୍ଡ ଗଡି ପାରେ ପୋଲିସ ଯଦି ଆଜି ଠାରୁ ସାବଧାନ ନହୁଏ ତେବେ ଆଇନ ଶୃଙ୍ଖଳା ସମ୍ପୂର୍ଣ ବିଗିଡି ଯିବାର ସମ୍ଭାବନା ଅଧିକ l ମୁଖ୍ୟତଃ ଖଲ୍ଲିକୋଟ,ପୋଲସରା,କବିସୂର୍ଯ୍ୟନଗର, ଓ ଆସ୍କା ନିର୍ବାଚନ ମଣ୍ଡଳୀ ସ୍ପର୍ଶକାତରତା ପୁଣି ଲାଗି ରହିଛି ଗୋଷ୍ଠୀ କନ୍ଦଳ ତେଣୁ ଆଗାମୀ ନିର୍ବାଚନ ରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପାଇଁ ଅଗ୍ନି ପରୀକ୍ଷା l ଅସାମାଜିକ ଯୁବକ ମାନଙ୍କ ସୁଅ ଛୁଟିଲାଣି, ଜିଲ୍ଲା ର କିଛି ଆଶାଇ ପାର୍ଥି ବାହାର ରାଜ୍ୟରେ କାମ କରିବାକୁ ଯାଇଥିବା ଯୁବକ ମାନଙ୍କୁ ଡାକି ସଜ ବାଜ ହେଲେଣି l ଏଠାରେ ଗୋଟିଏ କଥା ସ୍ପଷ୍ଟ ଗଞ୍ଜାମ ଜିଲ୍ଲାର ସ୍ଥିତି ଭଲ ନାହିଁ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଲାଣି, ଲୋକେ ଏବେ ଠାରୁ କବାଟ କିଳି ଦେଇ ଚୁପ ରହିଲେଣି…

nis-ad
Leave A Reply

Your email address will not be published.