ବି.ଏସ୍.ଏଲ୍ କମ୍ପାନୀ ଗେଟ୍ ସମ୍ମୁଖ ରେ ଜର୍ଜଙ୍କ ବିକ୍ଷୋଭ ପ୍ରଦର୍ଶନ…

ସମସ୍ୟାର ସମାଧାନ ନ ହେଲେ ସ୍ଥିତି ଭୟଭହ ହେବ :ଜର୍ଜ ତିର୍କୀ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ପୌରାଞ୍ଚଳ ସ୍ଥିତ ଵିଶ୍ରା ଷ୍ଟୋନ କମ୍ପାନୀ ଲିମିଟେଡ ବି ଏସ୍ଏଲ୍ କମ୍ପାନୀରେ କାର୍ଯ୍ୟରତ ଥିବା ଶ୍ରମିକଙ୍କ କମ୍ପାନୀ ଗେଟ୍ ସମ୍ମୁଖରେ ଆଜି ପୁନର୍ବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜର୍ଜ ତିର୍କି ! ଏହି ବିକ୍ଷୋଭ ପ୍ରଦର୍ଶନ ବୀରମିତ୍ରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଙ୍କ ନେତୃତ୍ଵରେ କରାଯାଇଥିଲା ! ଦୀର୍ଘ ବର୍ଷ ହେଲା କମ୍ପାନୀ ରେ ଲାଗି ରହିଥିବା ବିଭିନ୍ନ ସମସ୍ୟା କୁ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ! ୧୭ ମାସର ବକେୟା ଦରମା, କମ୍ପାନୀରେ ସ୍ଥାନୀୟ ବେକାରୀ ଙ୍କୁ ନିଯୁକ୍ତି, ମଜୁରୀ ଚୁକ୍ତିନାମା, ସ୍ଥାନୀୟ ବାସଚ୍ୟୁତ ଙ୍କୁ ନିଯୁକ୍ତି, ସୟାଚୁଟୋରୀ ପଦରେ ନିଯୁକ୍ତି, ଅଫିସର ମାନଙ୍କ ଥଇଥାନ ବନ୍ଦ କରାଯିବା ଭଳି ବିଭିନ୍ନ ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ! ଏହି ବିକ୍ଷୋଭ ପ୍ରଦର୍ଶନ ରେ କମ୍ପାନୀ ର ଶତାଧିକ ଶ୍ରମିକ ସହ ଅବସର ପ୍ରାପ୍ତ ଶ୍ରମିକ ସାମିଲ୍ ହୋଇଥିଲେ ! ଯଦି ଏହି ସବୁ ସମସ୍ୟା ର ସମାଧାନ ନ କରାଯାଏ ତା ହେଲେ ଆଗାମୀ ଦିନରେ ବ୍ୟାପକ ଭାବେ ଆନ୍ଦୋଳନ କରାଯିବ ଓ ହକ ନ ପାଇବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ଶ୍ରୀ ତିର୍କୀ ଚେତାବନୀ ଦେଇଛନ୍ତି ! ଆଜି କମ୍ପାନୀର ବାଣିଜ୍ୟ ମୁଖ୍ୟ ସଞ୍ଜୟ ପଟେଲ, ପର୍ସାନେଲ ଅଫିସର ସମୀର ନନ୍ଦ ଆନ୍ଦୋଳନ ସ୍ଥଳକୁ ଯିବା ସହ ଶ୍ରୀ ତିର୍କୀଙ୍କ ସହ ଆଲୋଚନା କରିଥିଲେ ! ପ୍ରକାଶ ଥାଉକି ଚଳିତ ମାସ ୬ ତାରିଖ ଦିନ ମଧ୍ୟ ଏହି ଭଳି ଆନ୍ଦଳନ କରି କମ୍ପାନୀ କତୃପକ୍ଷ ଙ୍କୁ ଅବଗତ କରାଯାଇଥିଲା କିନ୍ତୁ କୌଣସି ସୁଫଳ ନ ମିଳିବାରୁ ଆଜି ମଧ୍ୟ କମ୍ପାନୀ ଜେନେରାଲ ଅଫିସ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରାଜାଇଥିଲା ! ଆଗାମୀ ଦିନରେ ସମସ୍ୟାର ସମାଧାନ ନ ହେଲେ ସ୍ଥିତି ଭୟଭହ ହେବ ବୋଲି ଶ୍ରୀ ଜର୍ଜ ତିର୍କୀ ଚେତାବନି ଦେଇଛନ୍ତି !

nis-ad
Leave A Reply

Your email address will not be published.