ନୂତନ ଜ଼ିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଭାର ଗ୍ରହଣ…

ଉମରକୋଟ ସ : ପ୍ର ( ୧୬/୦୩/୨୦୨୪) ନବରଙ୍ଗପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ୧୫/୦୩/୨୦୨୪ ରିଖରେ ନୂତନ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଛତ୍ରପତି ସାହୁ ଯୋଗ ଦେଇଛନ୍ତି।ଏହା ପୂର୍ବରେ ଶ୍ରୀ ସାହୁ ବଡଗଡ଼ ଜ଼ିଲ୍ଲା ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ପଦରେ କାର୍ଯ୍ୟରତ ଥାଇ ବର୍ତ୍ତମାନ ପ୍ରୋମଶନରେ ନବରଙ୍ଗପୁର ଜ଼ିଲ୍ଲା ଶିକ୍ଷା ଅଧିକାରୀ ପଦେ ଯୋଗଦାନ କରିଛନ୍ତି।ଏହି ଅବସରରେ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା )ନବରଙ୍ଗପୁର,ତରଫରୁ ଶିକ୍ଷକ / ଶିକ୍ଷୟିତ୍ରୀ ନୂଆ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ପୁଷ୍ପଗୁଛ ଉତ୍ତରୀୟ ସହ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବଂଶୀଧର ଭୂୟାଁ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମିହିର କାନ୍ତି ଢାଲି, ରାଜ୍ୟ କର୍ମକର୍ତ୍ତା ସନ୍ତୋଷ କୁମାର ସାହୁ, ଅରୁଣ କୁମାର ବଳ, ଦୁଲାଲ ବାରୋଇ,ଜିଲ୍ଲା ଓଷ୍ଟା କର୍ମକର୍ତ୍ତା ଦେବାଶିଷ ନନ୍ଦି, ରଞ୍ଜନ କୁମାର ଦାସ, ପ୍ରଭାତ ନାୟକ, ସୁବ୍ରତ ତ୍ରିପାଠୀ,ଶରତ କୁମାର ଗିରି,କମଳା କାନ୍ତ ପଣ୍ଡା, ନିରଞ୍ଜନ ଚକ୍ରବର୍ତ୍ତୀ ପ୍ରଭୁତି ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ନୂତନ ଜିଲ୍ଲା ଶିକ୍ଷାଧିକାରୀ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି ଓ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

nis-ad
Leave A Reply

Your email address will not be published.