ଟିକେଟ ଆଶାୟୀ ଏବେ ଗୋଦି ମିଡ଼ିଆ କୁ କରିଛନ୍ତି ଢାଲ …!

କିଛି ଅର୍ଥ ପାଇଁ ଅନାମଧେୟ ବ୍ୟକ୍ତିଙ୍କ ନାମ ଖବର ସିରନାମା ରେ ଚର୍ଚ୍ଚା…..


ବ୍ରହ୍ମପୁର: ୧୬-୩ ଆଜି ନିର୍ବାଚନ ତିଥି ବାହାରିବ ହେଲେ ବିଜେଡ଼ି ବିଜେପି ମେଣ୍ଟ ର ରହସ୍ୟ ଉନ୍ମୋଚନ ହୋଇନାହିଁ। ଏବେ ଗଞ୍ଜାମ ଜିଲ୍ଲାରେ କେତେକ ବାଲି, ମଦ, ଜମି, ମାଫିଆ ମାନେ ଗୋଦିମିଡ଼ିଆ କୁ ଢାଲ କରି ନିଜ ନିଜର ନାମକୁ ଆଶାୟୀ ଥିବା ଦର୍ଶାଇ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥିବା ଦେଖିବାକୁ ମିଳୁଛି। କିଛି ଅର୍ଥ ପାଇଁ ଏହି ଭଳି ବ୍ୟକ୍ତି ବିଶେଷ ଙ୍କୁ ବିଭିନ୍ନ ଆଖ୍ୟା ଦେଇ କିଏ ସମାଜ ସେବୀ ଲେଖୁ ଥିବା ବେଳେ କିଏ ବରିଷ୍ଟ ନେତା ବୋଲି ସମ୍ବୋଧନ କରୁଛନ୍ତି। ଏହାର ପ୍ରଭାବ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କର୍ମୀ ଓ ଦୀର୍ଘ ବର୍ଷ ହେଲା ଦଳ ସହ ସମ୍ପୃକ୍ତ ଥିବା ନେତାଙ୍କ ମଧ୍ୟରେ ନୌରାଶ୍ୟ ଦେଖା ଦେଇଛି। କିଛି ନୂଆ ଭାବେ ଆବିର୍ଭାବ ହୋଇଥିବା ଗୋଦି ମିଡ଼ିଆ କୁ ଏବେ ନିର୍ବାଚନ ସୁବର୍ଣ୍ଣ ସୁଯୋଗ ହୋଇଛି। କେବେଳ କିଛି ଅର୍ଥ ପାଇଁ ଅନାମଧେୟ ବ୍ୟକ୍ତିଙ୍କ ନାମ ଚର୍ଚ୍ଚା ହେବାକୁ ନେଇ ସଚେତନ ମୋହଲ ରେ ସମାଲୋଚନା ହେଉଛି। ହାତରେ ଗୋଟିଏ ବୁମ ଏବଂ ବେକରେ ଗୋଟିଏ ପରିଚୟ ପତ୍ର ପକାଇ ଘୁରି ବୁଲୁଛନ୍ତି ମାଳ ମାଳ ସାମ୍ବାଦିକ l ଯେମିତି ଏହି ମାନେ ଚାହିଁଲେ ନିର୍ବାଚନ ପାଇଁ ଟିକଟ କରାଇ ଦେବେ l ପୋଲିସ ସବୁ ଜାଣି ନିରବ, ଜିଲ୍ଲା ପ୍ରଶାସନ ପାଖରେ ଖବର ନାହିଁ ଜିଲ୍ଲା ରେ କେତେ ସାମ୍ବାଦିକ ଅଛନ୍ତି, ବାରମ୍ବାର ଅଭିଯୋଗ ହେଲେ ସୁଦ୍ଧା ଯାଞ୍ଚ ହୋଇ ପାରୁ ନାହିଁ l କାରଣ ଏହି ନକଲି ଓ ଗୋଦି ମିଡ଼ିଆ ବର ପାଇଛନ୍ତି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଠାରୁ ବୋଲି ଚର୍ଚ୍ଚା ହେଉଛି l କିଛି ସାମ୍ବାଦିକ ଜିଲ୍ଲା ରେ ଥିବା କିଛି ମାଫିଆ, ସରକାରୀ କର୍ମଚାରୀ ଙ୍କୁ ମଧ୍ୟ ବ୍ଲାକ ମେଲ କରୁଥିବାକୁ ନେଇ ନଜିର ଆସିଲାଣି ତଥାପି ଜିଲ୍ଲା ପ୍ରଶାସନ ଚୁପ ଯାହା ଫଳରେ ଅନେକ ସରକାରୀ ଅଧିକାରୀ, କଣ୍ଟ୍ରାକ୍ଟର, ବାଲି ମାଫିଆ, ମଦ ମାଫିଆ, ଜମି ମାଫିଆ ବଳି ପଡୁଛନ୍ତି l ତେଣୁ ନିର୍ବାଚନ ପୂର୍ବରୁ ଯଦି ପ୍ରଶାସନ ତରଫରୁ ନକଲି ସାମ୍ବାଦିକ ପ୍ରତି ଅଙ୍କୁଶ ନଲଗାଯାଏ ତେଵେ ଅପ୍ରୀତକର ପରିସ୍ଥିତି କୁ ଏଡାଇ ଦିଆନଯାଇ ପାରେ l ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସଚେତନ ନାଗରିକ ତରଫରୁ ଦାବୀ ହେଉଛି l ସାମ୍ବାଦିକ ନାମରେ ଜୁଆ ଆଡ୍ଡା, ମଦ ବେପାର ଚଲାଉଥିବା ମଧ୍ୟ ଅଭିଯୋଗ ହେଉଛି ତେଣୁ ଜିଲ୍ଲା ପୋଲିସ ପ୍ରଶାସନ କଠୋର ପଦକ୍ଷେପ ନେବାକୁ ଅନୁରୋଧ କରୁଛନ୍ତି ଜିଲ୍ଲାର ବୁଦ୍ଧିଜୀବୀ l

nis-ad
Leave A Reply

Your email address will not be published.