ଗୋପାଳପୁର ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

କଟକ : କଟକ ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ଗୋପାଳପୁର ନିକଟ କାଠଯୋଡି ବ୍ରିଜ ଉପରେ ଆଜି ଦିନ ସାଢ଼େ ୩ଟା ସମୟରେ ଏକ ଆକଟିଭା ଚାଳକକୁ କୌଣସି ଅଜଣା ଗାଡ଼ି ପଛରୁ ଧକ୍କା ଦେବାରୁ , ଆକଟିଭା ଚାଳକ ରାସ୍ତା ଉପରେ ପଡିଯାଇଥିଲା । ଯାହା ଫଳରେ ଗାଡ଼ିର ଚକ ତା ମୁଣ୍ଡ ଉପରେ ଚଢ଼ି ଯିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଧକ୍କା କରି ପଳାଇଥିବା ଜଣା ପଡ଼ିଛି । ଖବର ପାଇ କଟକ ସଦର ପୋଲିସ ଏବଂ ଏନ୍ ଏଚ ଟ୍ରାଫିକ ଥାନା ପୋଲିସ ପହଞ୍ଚି ମୃତ ଦେହକୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇ , ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବା ପାଇଁ କଟକ ସଦର ପୋଲିସ ପକ୍ଷରୁ ତଦନ୍ତ ଚଳାଇଛି । ଏହି ରାସ୍ତାରେ ଅନେକ ଦୁର୍ଘଟଣା ଘଟୁଥିବାରୁ ଲାଗାତାର ଟ୍ରାଫିକ ପୋଲିସ ଡିୟୁଟି କରିବା ପାଇଁ ବ୍ୟବସ୍ଥା କରାଯିବାକୁ ସଧାରଣ ରେ ଦାବି ହେଉଛି । ଟ୍ରାଫିକ ପୋଲିସ ବସିବା ପାଇଁ ଅସ୍ଥାୟୀ ସେଡ଼ ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.