ଓଡିଶା ମିଶନ ଶକ୍ତି ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ସ୍ମାରକ ପତ୍ର ପ୍ରଦାନ

ଫୁଲବାଣୀ : ଓଡିଶା ମିଶନ ଶକ୍ତି ବିଭାଗରେ କାର୍ଯ୍ୟରତ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକର ବିପିଏମ୍,ବିପିସି, ବିଏଲସି , ବିପିଏ, ଏସଡିସି ଓ ହିସାବ ରକ୍ଷକ ମାନେ (BPM,BPC ,BLC ,BPA -CA , SDC ଓ Accountant) ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ , ଓଡିଶା ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି I ଦୀର୍ଘ ଦଶ ବର୍ଷରୁ ଉର୍ଦ୍ଧ ସମୟ ଧରି ବିଭିନ୍ନ ସ୍ତରରେ କାର୍ଯ୍ୟରତ ଏହି କର୍ମଚାରୀ ମାନେ ନିଷ୍ଠାର ସହ କାର୍ଯ୍ୟ କରି ଗ୍ରାମାଞ୍ଚଳରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜୀବନ ଜୀବିକା ଅଭିବୃଦ୍ଧି କରିବା ଓ  ମିଶନ ଶକ୍ତି ବିଭାଗର ସମସ୍ତ କାର୍ଯ୍ୟ କୁ ସଫଳ ରୂପେ କାର୍ଯ୍ୟ କରି ଆସୁଛନ୍ତି I କିନ୍ତୁ ସେହି ବ୍ଲକ ସ୍ତରୀୟ ସମସ୍ତ କର୍ମଚାରୀ ସହ ଜିଲ୍ଲା ରେ କାର୍ଯ୍ୟରତ କର୍ମଚାରୀ କୁ ଅଣଦେଖା କରାଯାଉଛି I ଦୀର୍ଘ ଦଶ ବର୍ଷ ଧରି ଏହି ଦରମାରେ କୌଣସି ବୃଦ୍ଧି କରାଯାଇ ନାହିଁ I ବିଭିନ୍ନ ବିଭାଗର କାର୍ଯ୍ୟକର୍ତ୍ତା ଙ୍କ ଦରମା ବୃଦ୍ଧି ହେବା ମିଶନ ଶକ୍ତି ଵିଭାଗରେ କାର୍ଯ୍ୟ କରୁଥିବା ପଂଚାୟତ ସ୍ତରୀୟ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କର ୧୦ ଗୁଣାରୁ ଉର୍ଦ୍ଧ ଦରମା ବୁଦ୍ଧି କରାଯାଇଥିବା ସ୍ଵତ୍ତ୍ୱେ, ବ୍ଲକ ଓ ଜିଲ୍ଲା ସ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମାରେ କୌଣସି ଅଭିବୃଦ୍ଧି ହୋଇନାହିଁ I ଏଣୁ ସ୍ଥାୟୀ ନିଯୁକ୍ତି ସହ ଦରମା ବୃଦ୍ଧି ନିମନ୍ତେ ମିଶନ ଶକ୍ତି ବିଭାଗର ସମସ୍ତ କର୍ମକର୍ତ୍ତା ଆଜି (୧୨/୦୩/୨୦୨୪) ଠାରୁ ଅର୍ନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଲମ ଛାଡ ଆନ୍ଦୋଳନର ଆହ୍ୱାନ ଦେଇଛନ୍ତି I

nis-ad
Leave A Reply

Your email address will not be published.