ଗଞ୍ଜାମ ପୋଲିସ ବାବୁ ମାନଙ୍କ ବଦଳି ହୋଇଥିଲେ ମଧ୍ୟ ଯିବାକୁ ନାରାଜ : ନିର୍ବାଚନ କମିଶନରଙ୍କ ଆଦେଶ ନାମାକୁ ଫୁ…!

ଚୌକି ମୋହ ନା ଆୟାସ ଆରାମ ନା ରହିଛି ସ୍ୱାର୍ଥ …..!


ବ୍ରହ୍ମପୁର: ୧୨-୩ ଗଞ୍ଜାମ ଜିଲ୍ଲାର ଦୁଇଟି ପୋଲିସ ଜିଲ୍ଲାର ବହୁ ଅଫିସର ମାନଙ୍କୁ କିଛି ମାସ ହେଲା ବଦଳି ହୋଇଛି। ନିର୍ବାଚନ କମିଶନର ଙ୍କ ନିର୍ଦ୍ଧେଶ କୁ ଉଲଘଂନ କରି ବହୁ ଅଫିସର ଙ୍କ ଅନ୍ୟ ଜିଲ୍ଲା କୁ ବଦଳି ହୋଇଥିଲେ ମଧ୍ୟ ଗଞ୍ଜାମ ପବନ ସହ ଖାପ ଖୁଆଇ ଥିବା ବାବୁ ମାନେ ଯିବାକୁ ନାରାଜ ଥିବା ଦେଖିବାକୁ ମୁଳିଛି।ଗଞ୍ଜାମ ଜିଲ୍ଲାକୁ ଥରେ ଆସିଲେ ଏଠାକାର ପାଣି ପବନ ସାଙ୍ଗକୁ ବାଲି ଓ ମଦ ରେ ଭଲ ଆଦାୟ ହେବା ସହ ଦୁର୍ନୀତି ନିବାରଣ ଅଧିକାରୀ ଙ୍କ ଛାଇ ପଡୁନ ଥିବା ବେଳେ ଏଠାରେ ନିରାପଦ ଯୋଗୁଁ ଚୌକି ଛାଡୁନଥିବା ନେଇ ଚର୍ଚ୍ଚା ହେଉଛି। ବ୍ରହ୍ମପୁର ଜିଲ୍ଲାରେ ଥିବା କେତେକ ବାବୁ ମାନେ ଏଠାକାର ଆଦାୟ ରେ ଭଲ ଖାଦ୍ୟ ସାଙ୍ଗକୁ ପେଟ୍ରୋଲିଙ୍ଗ ବାହାନା ରେ ଟିକେ ଗୋପାଳପୁର ପବନ ଖାଉଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।ନିର୍ବାଚନ କୁ ଅବାଧ ଆଳରେ ବଦଳି ଆଦେଶ ବିଭିନ୍ନ ଜିଲ୍ଲା କୁ ଅଫିସର ମାନଙ୍କୁ ଯିବାର ଲିଷ୍ଟ ବାହାରିଲା। ହେଲେ କୋଳିଖାଇ ମଞ୍ଜି ପୋତିବା ଭଳି ଏଠାରେ ଆଡ୍ଡା ଜମେଇ ଥିବା ବାବୁ ମାନେ ଦକ୍ଷିଣ ପବନ ସହ ତାଳ ମେଳ ଦେଇ କୁବେର ପାଲଟି ଥିବା ନେଇ ଚର୍ଚ୍ଚା ହେଲାଣି। ଦେଖାଯାଉ ନିର୍ବାଚନ କମିଶନ ଙ୍କ ନିର୍ଦ୍ଧେଶ କେବେ କାମ କରୁଛି ଦେଖିବାକୁ ବାକି ରହିଲା।ଓଡିଶା ର ଅନ୍ୟ ଜିଲ୍ଲାର ପୋଲିସ ବାବୁ ମାନେ ବଦଳି ହେବା ସଙ୍ଗେ ସଙ୍ଗେ ତାଙ୍କୁ ରିଲିଫ କରିଦିଆଯାଏ କିନ୍ତୁ ଉଭୟ ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲାରେ ଏହା ବ୍ୟତିକ୍ରମ ଦେଖିବାକୁ ମିଳୁଛି ଅନେକ ଅଫିସର ଙ୍କ ବଦଳି କେବେଳ କାଗଜ କଲମ ରେ ସୀମିତ କହିଲେ କିଛି ବି ଭୁଲ ହେବ ନାହିଁ l ଏହି ୨ ପୋଲିସ ଜିଲ୍ଲାର କର୍ତ୍ତବ୍ୟ ନିଷ୍ଠା ପୋଲିସ ବାବୁ ମାନଙ୍କୁ ବଦଳି ହେବା ସଙ୍ଗେ ସଙ୍ଗେ ରିଲିଫ କରି ଦିଆଯାଉଛି କିନ୍ତୁ ଅନ୍ୟ ମାନଙ୍କୁ କୋଳଇ ରଖାଯିବା କୁ ନେଇ ସନ୍ଦେହ ହେଉଛି ଅନେକ ଥାନାରେ ଥିବା ଏସ. ଆଇ ମାନଙ୍କ ବଦଳି ହୋଇଛି ସତ କିନ୍ତୁ ଆଜି ସୁଦ୍ଧା ରିଲିଫ କରାଯାଉ ନାହିଁ ଏବଂ କିଛି ଥାନା ଅଧିକାରୀ ଏଠାରେ ହିଁ ଅବସର ନେବେ ବୋଧେ ବୋଲି ସାଧାରଣ ରେ ଚର୍ଚ୍ଚା ହେଲାଣି ଏମାନେ ବୋଧେ ଜିଲ୍ଲା ଓ ରାଜ୍ୟ ପୋଲିସ ପ୍ରଶାସନ ର ଗେଲ୍ହା ପୁଅ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l

nis-ad
Leave A Reply

Your email address will not be published.