କନେଷ୍ଟବଲ ଓ ହାବିଲଦାର ସଂଘର ନିର୍ବାଚନ : ସଭାପତି ବିଶ୍ଵମ୍ବର ସମ୍ପାଦକ ପ୍ରଭାତ

ଫୁଲବାଣୀ: କନ୍ଧମାଳ ଏସପି ସୁଭେନ୍ଦୁ ପାତ୍ରଙ୍କ ଆଲୋଚନା ଏବଂ ତତ୍ବାବଧାନରେ କନ୍ଧମାଳ ଜିଲ୍ଲାର ପାଞ୍ଚ ଶହରୁ ଉର୍ଦ୍ଧ୍ବ କନେଷ୍ଟବଲ ଓ ହାବିଲଦାର କର୍ମଚାରୀ ମାନଙ୍କୁ ନେଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ଦିର୍ଘ ଛଅ ବର୍ଷ ପରେ ପୁଣି ଥରେ କନ୍ଧମାଳ ଜିଲ୍ଲାରେ କିଛି କନେଷ୍ଟବଲ ଓ ହାବିଲଦାର କର୍ମଚାରୀ ମାନଙ୍କ ଆଲୋଚନା ପ୍ରକାରେ ସଂଘ କର୍ମକର୍ତ୍ତା ଚୟନ କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ସେଥିମଧ୍ୟରୁ ସଭାପତି ତାଲିକାରେ, ବିଶ୍ବମ୍ବର ସାହୁ,ସୁଦର୍ଶନ କହଁର, ନୀଳାମ୍ବର ଦିଗାଲ ସେହିପରି ସମ୍ପାଦକ ଭାବେ ପ୍ରଭାତ କୁମାର ସାହୁ ଏବଂ ଅଭିଜିତ ଦିଗାଲ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିର୍ବାଚନ ରିଟନିଙ୍ଗ ଅଫିସର ଭାବେ ଡି,ଆଇ,ବି,ଡି,ଏସ, ପି, ଏସ୍, ଏନ୍,ଦାସ, ଏବଂ ପ୍ରିଜାଡିଂ ଅଫିସର ଭାବେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଜେନେରାଲ ଆର ଆଇ, ବୀରସେନ ଶବର ପ୍ରମୁଖ ଙ୍କୁ ଏସ୍ ପି କନ୍ଧମାଳ
ସୁଭେନ୍ଦୁ ପାତ୍ର ଦାୟିତ୍ଵ ଦେଇଥିଲେ। ଆଜି କନ୍ଧମାଳ ଜିଲ୍ଲା କନେଷ୍ଟବଳ ହାବିଲଦାର ସଂଘ ନିର୍ବାଚନ ଶେଷରେ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ସଭାପତି ଭାବେ ବିଶ୍ବମ୍ବର ସାହୁ,ଉପ ସଭାପତି, ଭାବଗ୍ରାହୀ ସାହାଣୀ, ସମ୍ପାଦକ, ପ୍ରଭାତ କୁମାର ସାହୁ,ସହ ସମ୍ପାଦକ, ସୁଶାନ୍ତ ରଣା, କାହ୍ନୁଚରଣ ଦିଗାଲ, କୋଷାଧ୍ୟକ୍ଷ, ବିଷ୍ଣୁ ନାୟକ, ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ସର୍ବଜ୍ଞ ବେହେରା, ସୁବ୍ରତ ନାୟକ (ନିଲୁ), ଭିକାରୀ ଚରଣ ଦଣ୍ଡିଆ,ଶୁଭସ୍ମିତା ପ୍ରଧାନ, ସୁଜ୍ଞାନୀ ଦିଗାଲ ଙ୍କୁ ମନୋନୀତ କରାଯାଇଛି l ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ପ୍ରକାର କନେଷ୍ଟବଲ ହାବିଲଦାର ମାନଙ୍କର ବିଭିନ୍ନ ସମସ୍ୟାର ସରଳ ସମାଧାନ କିପରି ଆଇନ୍ ଗତ ଭାବେ ସଂଘ ମାଧ୍ୟମରେ କରାଯାଇ ପାରିବ ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯିବ ବୋଲି ନବ ନିର୍ବାଚିତ ସଭାପତି ବିଶ୍ଵମ୍ବର ସାହୁ କହିଛନ୍ତି l ଦିର୍ଘ ବର୍ଷ ହେବ ଅବହେଳିତ ହୋଇ ରହିଥିବା କନ୍ଧମାଳ ଜିଲ୍ଲାର କନେଷ୍ଟବଳ ହାବିଲଦାର ସଂଘକୁ ପୁନଃ ଉଦ୍ଧାର କରାଯାଇ ଉପଯୁକ୍ତ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିଥିବାରୁ କନ୍ଧମାଳ ଜିଲ୍ଲାର ସମସ୍ତ ପୋଲିସ କର୍ମଚାରୀ ବେସ ଖୁସିଥିବା ଦେଖିବାକୁ ମିଳୁଛି।

nis-ad
Leave A Reply

Your email address will not be published.