କୁସୁମପାଳ ଭଲିବଲ ପ୍ରତିଯୋଗିତା ଉଦଘାଟିତ

ଦେବଗଡ,୧୦ା୩:ରିଆମାଳ ବ୍ଲକ ଚଢେଇମରା ଗ୍ରାମ ପଂଚାୟତ ଅନ୍ତର୍ଗତ କୁସୁମପାଳ ଗ୍ରାମରେ କୁସୁମପାଳ ଭଲିବଲ କ୍ଲବ ଆନୁକୂଲ୍ୟରେ ଦିବାରାତ୍ର କୁସୁମପାଳ ଭଲିବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । କୁସୁମପାଳ ଭଲିବଲ କ୍ଲବର ସଭାପତି ତୁଷାର କାନ୍ତ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଦେବଗଡ ଜିଲା କଂଗ୍ରେସ କମିଟୀ ସଭାପତି ସେମ ହେମ୍ରମ, ସାମାଜିକ କର୍ମୀ ଅଜିତ କୁମାର ଗଡନାୟକ , ପ୍ରଶନ୍ନ କୁମାର ପ୍ରଧାନ ଓ ପୁରୁଷୋତମ ବେହେରା ଯୋଗଦେଇ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଆଜିର ଉଦଘାଟନୀ ମ୍ୟାଚ ଚଢେଇମରାର କେବିସି ଓ ଟାକୁଆର ଅଜିତ ଫାଇଟର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମ୍ୟାଚ ଗୁଡିକୁ ରେଫରୀ ଭାବେ ଅଶୋକ କୁମାର ପ୍ରଧାନ, ବିଜୟ କୁମାର ବାଘ, ଉଦୀତ କୁମାର ଗଡନାୟକ, ତପକେଶ୍ୱର ପ୍ରଧାନ ଓ ତୁଷାର କାନ୍ତ ପ୍ରଧାନ ପ୍ରମୁଖ ପରିଚାଳନା କରୁଥିବା ବେଳେ ପ୍ରତିଯୋଗିତା ଆୟୋଜନରେ କୁସୁମପାଳ ଭଲିବଲ କ୍ଲବର ସମସ୍ତ କାର୍ଯ୍ୟକର୍ତା ଓ ସଦସ୍ୟ ସକ୍ରୀୟ ସହଯୋଗ କରୁଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.