ଭାଜପା ଜନସମ୍ପର୍କ ବୈଠକ ଅନୁଷ୍ଠିତ

ଦେବଗଡ,୧୦ା୩ : ତିଲେଇବଣି ବ୍ଲକ ଝରାଗୋଗୁଆ ଗ୍ରାମ ପଂଚାୟତର ରାତାଳ ଗ୍ରାମର ଆମ୍ବ ତୋଟାରେ ଝରାଗୋଗୁଆ, ଲଇମୁରା, ପାରପୋଶି, ଗଣ୍ଡମ, ଝାରମୁଣ୍ଡା ଓ ଡିମିରିକୁଦା ଆଦି ୬ଟି ଗ୍ରାମ ପଂଚାୟତର ବରିଷ୍ଠ ବିଜେପି ନେତା ମାନଙ୍କୁ ନେଇ ଆଜି ଏକ ଜନ ସମ୍ପର୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାଜପା ଯୁବ ସଂଗଠକ ସୁଧିର କୁମାର ବ୍ରହ୍ମାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ଦଳ ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା ନାରୀ ଶକ୍ତି ବନ୍ଦନ, ଲାଭାର୍ଥୀ ସମ୍ପର୍କ ଅଭିଯାନ, ସେବା ହିଂ ସଂଗଠନ ଓ ବୁଥ ଚାଲ ଅଭିଯାନ ସମ୍ପର୍କରେ ସବିଶେଷ ଆଲୋଚନା କରାଯିବା ସହ ଅଧିକାରୁ ଅଧିକ ମହିଳା ଓ ବିଜେପି କାର୍ଯ୍ୟକର୍ତା ମାନଙ୍କୁ ସାମିଲ କରିବାକୁ ନିଷ୍ପତି ନିଆଯାଇଥିଲା । ଆଜିର ଏହିର ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପୃକ୍ତ ଅଂଚଳର ବରିଷ୍ଠ କାର୍ଯ୍ୟକର୍ତା ଯୁଧିଷ୍ଠିର ପ୍ରଧାନ,ଅଶୋକ ଗଉଡ, ଯଶୋବନ୍ତ ପ୍ରଧାନ, କ୍ଷମା ସାଗର ନାୟକ, ପିଂଟୁ କିସାନ,ଅମରେଶ ପ୍ରଧାନ, ସୁଜିତ ପ୍ରଧାନ, ଲିଙ୍ଗରାଜ ବାଗ ଓ ମନୋଜ କାଲୋଙ୍କ ସମେତ ସମ୍ପୃକ୍ତ ଅଂଚଳର ବହୁ ଭାଜପା କର୍ମୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.