ବାଲିଗୁଡା ପଞ୍ଚୁଦଣ୍ଡ ପରିଚାଳନା ସମିତିର ବୈଠକ : ଏପ୍ରିଲ ୭ରେ ୧୩ ଶମ୍ଭୁ ମିଳନ ପାଇଁ ନିଷ୍ପତି

ବାଲିଗୁଡା, ୧୦/୦୩: କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ସାତାଜାର୍ଗୀ ଠାରେ ପଞ୍ଚୁଦଣ୍ଡ ପରିଚାଳନା ସମିତିର ଏକ ବୈଠକ ରବିବାର ଦିନ ସଭାପତି କିଶୋର କୁମାର ପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ବିବରଣୀ ପଠନ କରିଥିଲେ l ଚଳିତ ବର୍ଷର ତେରଶମ୍ଭୁ ମିଳନ ଏପ୍ରିଲ ୭ ତାରିଖ ରବିବାର ଦିନ ସୁଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ସମସ୍ତ ସଭ୍ୟ ମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା l ସମିତିର ବରିଷ୍ଠ ସଭ୍ୟ ଶିବରାମ ପ୍ରଧାନୀଙ୍କୁ ପୁନର୍ବାର ଅଧିକାରୀ ରୂପେ ଦାୟିତ୍ୱ ଦିଆ ଯାଇଥିବା ବେଳେ ମନୋଜ କୁମାର ପାଳ ଙ୍କୁ ସହ ଦଣ୍ଡ ଅଧିକାରୀ ରୂପେ ଅବସ୍ଥାପିତ କରାଗଲା l ଏହି ଦଣ୍ଡଯାତ୍ରାକୁ ଶୁଦ୍ଧପୂତ ଭାବେ ଗ୍ରାମରେ ପାଳନ କରାଯିଵା ପାଇଁ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଏପ୍ରିଲ ୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ସହରରେ ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ କୁ ସମ୍ପୂର୍ଣ୍ଣ ଵାରଣ କରିବା ପାଇଁ ଜନସାଧାରଣଙ୍କ ସହଯୋଗ କରିବା ପାଇଁ ସମିତି ତରଫରୁ ନିବେଦନ କରାଯାଇଥିଲା l ସମିତିର ପୁନର୍ବାର ଏକ ବୈଠକ ଚଳିତ ମାସ ୧୭ ତାରିଖରେ ଆୟୋଜନ କରିବା ପାଇଁ ନିଷ୍ପତି ନିଆଯାଇଥିଲା l ଏହି ବୈଠକରେ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ସମ୍ପାଦକ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.