ନୀଳକଣ୍ଠେଶ୍ବର ୱଲଫର କ୍ଳବ ଓ ଜୟ ଜଗନ୍ନାଥ ମର୍ଣିଂ ୱାକର କ୍ଲବ୍ ତରଫରୁ ନୀଳକଣ୍ଠେଶ୍ଵର ମନ୍ଦିର ପରିସର ସଫେଇ

ବ୍ରହ୍ମପୁର : ଚଳିତ ମାସ ୮ ତାରିଖରେ ଶୁକ୍ରବାର ଦିନ ମହାଶିବରାତ୍ରି ପାଳନ ଅବସରରେ ନୀଳକଣ୍ଠେଶ୍ଵର ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପ୍ରବଳ ଭିଡ ସାଙ୍ଗକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାନୀୟ ଓ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା। ଏହି ଜାଗାର ଯାତ୍ରା ଅବସରରେ ମନ୍ଦିର ପରିସରରେ ଭକ୍ତ ମାନଙ୍କ ପୂଜା ଅର୍ଚ୍ଚନା ନିମନ୍ତେ ଆଣିଥିବା ପୂଜା ସାମଗ୍ରୀ ଏଣେ ତେଣେ ଗଦା ହୋଇ ଥିଲା। ଏନେଇ ନୀଳକଣ୍ଠେଶ୍ବର ୱଲଫର କ୍ଳବ ଓ ଜୟ ଜଗନ୍ନାଥ ମର୍ଣିଂ ୱାକର କ୍ଲବର ମିଳିତ ଅନୁକୂଲ୍ୟରେ ମନ୍ଦିର ପରିସରରେ ପଡ଼ିଥିବା ଆବର୍ଜନା ଗୁଡ଼ିକ ସଫେଇ କରାଯିବା ସହ ସ୍ବଚ୍ଛତା ନେ଼ଇ ସଚେତନ କରାଯାଇଥିଲା। ଏହି ସଫେଇ କାର୍ଯ୍ୟକ୍ରମରେ ନୀଳକଣ୍ଠେଶ୍ବର ୱଲଫର କ୍ଳବ ସଭାପତି ଦେବଦୁର୍ଲଭ ସାହୁ,ଉପ ସଭାପତି ଦିଲିପ ପାଢୀ,କୋଷାଧ୍ୟକ୍ଷ ବିଦ୍ୟା ଧର ପାଢୀ, ସଂଯୋଜକ ସନ୍ତୋଷ ବେହେରା, ଦ୍ବାରିକା ପ୍ରସାଦ ମହାନ୍ତି, ସନ୍ତୋଷ ସାହୁ, ଆଶୁତୋଷ ସାହୁ, ରାଜେଶ ମହାରଣା,
ମନୋରଞ୍ଜନ ବେହେରା, ବାବୁଲା ହୋତା, ସୁବାସ ନାୟକ , ତ୍ରିନାଥ ରାଓ,ରାକେଶ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ନାୟକ, ଚନ୍ଦ୍ରମଣି ବିଶୋଇ,ରାଜିଲ ସାହୁ ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ଜୟ ଜଗନ୍ନାଥ ମର୍ଣିଂ ୱାକର କ୍ଲବ ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ, କାର୍ଯକାରୀ ସଭାପତି କାମନା ପଢ଼ି, ବରିଷ୍ଟ ଉପଦେଷ୍ଟା ରବୀନ୍ଦ୍ର ପଣ୍ଡା, ଲଡ଼ୁ କିଶୋର ପତ୍ର, ସମ୍ପlଦକ ନାଗେଶ୍ବର ପୃଷ୍ଟି , କୋଷlଧକ୍ଷ ଡାକ୍ତର ସମିର କୁମାର ନାୟକ, ସହ ସମ୍ପାଦକ ଡାକ୍ତର କିରଣ କୁମାର ପାଣିଗ୍ରାହୀ, ବିଷ୍ଣୁ ପ୍ରଶାଦ ପଣ୍ଡା, ଆନନ୍ଦ ରlଓ, ବସନ୍ତ କର, ମଙ୍ଗୁଲୁ ପଣ୍ଡା, ସୁରଜିତ ଭୂୟାଁଙ୍କ ସମେତ ବହୁ କର୍ମକର୍ତା ଯୋଗ ଦେଇ ସଫେଇ କରିବା ସହ ଜନସାଧାରଣଙ୍କୁ ସଚେତନ କରିଥିଲେ।

nis-ad
Leave A Reply

Your email address will not be published.