ଜିଲ୍ଲା ସ୍ତରୀୟ ଆଇନ ସେବା ପ୍ରାଧିକରଣ ଓ ତାଲୁକ ଆଇନ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି : ରାଜ୍ୟ ଆଇନସେବା ପ୍ରାଧିକରଣ ନିର୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ତାଲୁକ ଆଇନ ସେବା ପ୍ରାଧିକରଣ, ମୋଟୁ ଏବଂ ଜେ.ଏମ୍‌.ଏଫ.ସି. ମାଥିଲି, କୁଡୁମୁଲୁଗୁମ୍ମା, କୋରୁକୋଣ୍ଡା ଗ୍ରାମ ନ୍ୟାୟାଳୟ ଦ୍ୱାରା ଆଜି ଜାତୀୟ ସ୍ତରୀୟ ଲୋକ ଅଦାଲତ ଜିଲ୍ଲାର ସମସ୍ତ ବିଚାରାଳୟରେ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି ।
ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ମୋଟ ୪୯୪୨ ଗୋଟି ମକଦ୍ଦମାର ଫଇସଲା କରାଯାଇ ୧୭,୫୦୬,୬୩୫ ଟଙ୍କା କ୍ଷତିପୂରଣ ଧାର୍ଯ୍ୟ କରା ଯାଇଥିଲ।। ଏହି ଲୋକ ଅଦାଲତରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଜର୍ଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ବିକ୍ରମ ପଟ୍ଟନାୟକ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସତ୍ୟ ପ୍ରିୟ ଦାସ, ବରିଷ୍ଠ ଦେବାନୀ ବିଚାରପତି ବିଜୟ କୁମାର ଦାସ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ଦେବାନୀ ବିଚାରପତି ରାକେଶ କୁମାର ମୁଦୁଲି, ବରିଷ୍ଠ ଦେବାନି ବିଚାରପତି (ମହିଳା କୋର୍ଟ) ବବିତା ଦାସ, ରେଜିଷ୍ଟ୍ରାର ସିଭିଲ କୋର୍ଟ ଅରୁପ ନାୟକ, ଉପଖଣ୍ଡ ଦଣ୍ଡାଧିକାରୀ ରୁଦ୍ର ପ୍ରକାଶ ନାୟକ, ଗ୍ରାମ ନ୍ୟାୟାଧିକାରୀ କୋରୁକୋଣ୍ଡା ମାଲକାନଗିରି ଦେବେନ୍ଦ୍ରନାଥ ବାଘ, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ମାଥିଲି ପଦ୍ମଲାଭ ମାଝି, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ ମୋଟୁ ପ୍ରବୀଣ କୁମାର ହୋତା ଓ କୁଡୁମୁଲୁଗୁମ୍ମାର ସୁମନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମକଦ୍ଦମାର ଫଇସଲା କରିଥିଲ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଲକାନଗିରି ଓ ତାଲୁକ ଆଇନ ସେବା ସମିତି ସମସ୍ତ କର୍ମଚାରୀ ଓ ମାଲକାନଗିରି ମୋଟୁର ଓକିଲ ସଂଘର ସଭ୍ୟ ଗଣ ଉପସ୍ଥିତ ରହି ଅଦାଲତ କାର୍ଯ୍ୟରେ ସମ୍ପୂର୍ଣ ସହ ଯୋଗ କରିଥିଲ ।

nis-ad
Leave A Reply

Your email address will not be published.