ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ଆହତ…

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗାର କରୁଆବାହାଲ ସାପ୍ତାହିକ ହାଟରେ ଶୁକ୍ରବାର ଅପରାହ୍ନରେ ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛି ! ଯୁବକଙ୍କ ପିଠିରେ ଗୋଟିଏ ଗୁଳି ବାଜିଥିବାରୁ ! ତାଙ୍କ ଅବସ୍ଥା ଗୁରୁତର ସଙ୍ଗେ ସଙ୍ଗେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ! ଡାକ୍ତର ଅସ୍ତ୍ରୋପଚାର ପରେ ପିଠିରେ ପଶିଥିବା ଗୁଳିକୁ ବାହାର କରିଥିଲେ ! ଜମି ବିବାଦ କିମ୍ବା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ! ଫେରାର ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣକୁ ବ୍ରାହ୍ମଣୀତରଙ୍ଗ ଥାନା ଓ କୁଆଁରମୁଣ୍ଡା ଫାଣ୍ଡି ପୁଲିସ କୁଆଁରମୁଣ୍ଡା ବଜାରର ଏକ ମଦ ଦୋକାନ ନିକଟରୁ ଗିରଫ କରିବାରେ ସଫଳ ହୋଇଛି ! ସେମାନଙ୍କ ନିକଟରୁ ୨ଟି ପିସ୍ତଲ , ୭ ରାଉଣ୍ଡ ଜୀବନ୍ତ ଗୁଳି ପୋଲିସ ଜବତ କରିଛି ! ଅଭିଯୁକ୍ତ ମାନେ ହେଲେ ସୁନୀଲ ମାଝି , ବିନୟ ଲୋହାର ଓ ଝାଡ଼ଖଣ୍ଡର ବିଶାଳ ସିଂହ। ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ କଲୁଙ୍ଗା କରୁଆବାହାଲ ବଜାରଦାଣ୍ଡ ବସ୍ତିରେ ସୁରେଶ ସୁରିନ ବାସିନ୍ଦା ଭାବେ ରହନ୍ତି ! ଗତ ଦୁଇ ବର୍ଷ ଧରି ସୁନୀଲ ମାଝି ସହ ଜମିବାଡ଼ି କିଣାବିକାକୁ ନେଇ ତାଙ୍କର ବିବାଦ ଲାଗି ରହିଥିଲା ! ଗୁରୁବାର କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ! ଏହାପରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସୁରେଶ କରୁଆବାହାଲ ସାପ୍ତାହିକ ହାଟକୁ ଆସିଥିଲେ ! ହାଟରେ ଅନ୍ୟ ଜଣଙ୍କ ସହ କଥା ହେଉଥିଲାବା ବେଳେ ଏକ ବାଇକ୍‌ରେ ସୁନୀଲ, ବିନୟ ଓ ବିଶାଳ ପହଞ୍ଚି ପାଟିତୁଣ୍ଡ କରିଥିଲା ! ପ୍ରତିବାଦ କରିବାରୁ ସୁନୀଲ ପକେଟରୁ ଏକ ପିସ୍ତଲ ବାହାର କରି ସୁରେଶଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା ! ଗୁଳିଟି ତାଙ୍କ ପିଠିରେ ବାଜିବାରୁ ସେ ତଳେ ପଡିଯାଇଥିଲେ ! ଗୁଳିକାଣ୍ଡ ପରେ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ବାଇକରେ ‌ ଫେରାର ହୋଇଯାଇଥିଲା ! ସୁରେଶଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ସମ୍ପର୍କୀୟ ମାନେ ଉଦ୍ଧାର କରି ଆର୍‌ଜିଏଚ୍‌କୁ ଆଣିଥିଲେ ! ଖବର ପାଇ କଲୁଙ୍ଗା ଫାଣ୍ଡି ପୁଲିସ ସୁନୀଲ ଓତାର ଦୁଇ ସହଯୋଗୀଙ୍କ ପିଛା କରିଥିଲେ , ତାର ପତ୍ତା ମିଳିନଥିଲା ! ଫେରାର ତିନି ଯୁବକ କଲୁଙ୍ଗାରୁ ଫେରାର ହୋଇ କୁଆଁରମୁଣ୍ଡା ବଜାରରେ ପହଞ୍ଚି ଏକ ମଦ ଦୋକାନକୁ ଯାଇ ସେଠାରେ ମଦ ଦୋକାନୀକୁ ମଦ ମାଗିବା ସହ ବଟି ମାଗି ଥିଲେ ! ଧମକ ଚମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି ! ଏହାକୁ ନେଇ ମଦଦୋକାନର କର୍ମଚାରୀ ଏବଂ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପିଛା କରିଥିବା ବ୍ରାହ୍ମଣୀତରଙ୍ଗ ଥାନା ଓ କୁଆରମୁଣ୍ଡା ଫାଣ୍ଡି ପୁଲିସ ପହଞ୍ଚି ମଦଦୋକାନ ନିକଟରୁ ତିନିଜଣଙ୍କୁ ଗିରଫ କରିଥିଲା !

nis-ad
Leave A Reply

Your email address will not be published.