ଆର,ଉଦୟଗିରି : ଓଡିଶା ଦ୍ବିତୀୟ ବୃହତ୍ତମ ବ୍ଲକ ତଥା ଗଜପତି ଜିଲ୍ଲାର ସର୍ବବୃହତ୍ତମ ବ୍ଳକ ମୋହନାକୁ ଏନ ଏ ସି ମାନ୍ୟତା ଦାବିରେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି । ବ୍ଳକ ବିଭିନ୍ନ ସଂଗଠନ ଯୋଗଦେବେ । ଆଜି ମୋହନା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଗତ କିଛି ଦିନ ତଳେ ରାଜ୍ୟ ସରକାର ରାଜ୍ୟର ୩୫ଟି ସରରକୁ ଏନଏସି ଓ ୫ଟି ସହରକୁ ପୌର ପରିଷଦ ଭାବେ ଘୋଷଣା କରିଛନ୍ତି । କିନ୍ତୁ ଦୀର୍ଘ ବର୍ଷ ହେଲା ମୋହନାକୁ ଏନ ଏ ସିର ମାନ୍ୟତା ପାଇ ଉନ୍ନୟନ ପରିଷଦ, ଏମକେସିଜି ଯୁବକ ସଂଘ, ୨ଟି ବଣିବ ସଂଘ, ସାମ୍ବାଦିକ ସଂଘ, ଓକିଲ ସଂଘ, ମହିଳା ସଂଘ, ଜନପ୍ରତିନିଧି ଓ ବୃଦ୍ଧିଜୀବୀ , ଶିକ୍ଷାବିତ୍ ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର ମୋହନାବାସୀଙ୍କୁ ପ୍ରତାରଣା ଓ ବୈମାତୃକ ମନୋଭାବ ପୋଷଣ କରି ଆସୁଥିବା ପରିଷଦର କର୍ମକତ୍ତାମାନେ ଅଭିଯୋଗ କରିଛନ୍ତି । ବିଡମ୍ବନାର ଘୋଷଣା କରାଯାଇନଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେଣୁ ଆଗାମୀ ନିର୍ବାଚନ ପୂର୍ବରୁ ଯଦି ସରକାର ମୋହନାକୁ ଏନଏସିର ମାନ୍ୟତା ପ୍ରଦାନ ନ କଲେ ଆନ୍ଦୋଳନ ସହ ଭୋଟ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଉନ୍ନୟନ ପରିଷଦର ସଭାପତି ଦଣ୍ଡାସୀ ସାହୁ ଓ କର୍ମକତ୍ତାବୃନ୍ଦ। ଏଥିପାଇଁ ଆସନ୍ତା ୬ ତାରିଖ ଦିନ ମୋହନାରେ ଏକ ସମାବେଶ ସହ ଶାନ୍ତି ପୂଣ୍ଣ ଶୋଭାଯାତ୍ର କରାଯାଇ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତି ନିଆଯାଇଥିବା ଜଣାପଡିଛି । ଏହି ସାମ୍ବାଦିକ ସମିଳନୀରେ ଉନ୍ନୟନ ପରିଷଦ ସଭାପତି ଦଣ୍ଡାସୀ ସାହୁ, ସମ୍ପାଦକ ରସାନନ୍ଦ ପାଣି, ଉପଦେଷ୍ଟା ମଧୁସୂଦନ ପାଢୀ, ଭିକାରୀ ବେହେରା, ଲକ୍ଷ୍ମଣ ଚୌଧୁରୀ, ବିଭୂଚରଣ ମଳିକ, ଯୁବକ ସଂଘର ସମ୍ପାଦକ ଜିତେନ୍ଦ୍ର କୁଅ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.