ନୟାଗଡ଼ରେ ପୁଣି ବ୍ରାଉନ ସୁଗାର ମାଫିଆ ସକ୍ରିୟ : ପୋଲିସ ଓ ଅବକାରୀ ବିଭାଗ ନୀରବଦ୍ରଷ୍ଟା…

ନୟାଗଡ଼: ଗତ କିଛିଦିନ ପୂର୍ବେ ଫତେଗଡରୁ ୨୦ଗ୍ରାମ, ନୟାଗଡ଼ ତ୍ରିନାଥ ଛକ ନିକଟରୁ ୧୮ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା । ମାତ୍ର ଏବେ ପୁଣି ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ବ୍ରାଉନ ସୁଗାର କାରବାର ଖୁଲମଖୁଲା ହେଉଥିଲେ ମଧ୍ୟ ପୁଲିସ୍ ଓ ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଛି ବୋଲି ଆଲୋଚନା ହେଉଛି । ଏହି ବ୍ରାଉନ ସୁଗାର ଯୋଗୁଁ ଯୁବଗୋଷ୍ଠୀ ନାନା ଅପରାଧ ସହ ପଥଭ୍ରଷ୍ଟ ହେଉଛନ୍ତି । ନୟାଗଡ଼ ଜିଲ୍ଲା ଦେଇ ପ୍ରତ୍ୟେକ ଦିନ କଲିକତା, ବାଲେଶ୍ଵର, କଟକ , ଭୁବନେଶ୍ୱର ଆଦି ସ୍ଥାନକୁ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଚାଲାଣ କରାଯାଉଛି । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଦେଇ ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ୯ ଗୋଟି ଥାନା ଦେଇ ବେଫିକର ଗଞ୍ଜେଇ ଚାଲାଣ ହେଉଛି । କେନ୍ଦ୍ର ଅବକାରୀ ଗୁଇନ୍ଦା ସଂସ୍ଥା କିଛି ଦିନ ପୂର୍ବେ ଏକ ଟ୍ରକ୍ ରେ ଯାଉଥିବା ବସ୍ତା ବସ୍ତା ଗଞ୍ଜେଇ ଜବତ କରିଥିଲା ବେଳେ ପୋଲିସ ଓ ଅବକାରୀ ବିଭାଗ ଅଳ୍ପ ଗଞ୍ଜେଇ ଜବତ କରିଛନ୍ତି ବୋଲି ମାମଲା ରୁଜ୍ଜୁ କରିଛନ୍ତି । ଅନେକ ଗଞ୍ଜେଇ ଜବତ ର ମାମଲା ରୁଜ୍ଜୁ କରାଯାଉନାହିଁ । ପୂର୍ବ ନୟାଗଡ଼ ଏସପି ସିଦ୍ଧାର୍ଥ କଟରୀୟା ଥିବା ସମୟରେ ଯେତିକି ଧରପଗଡ ହେବା କଥା ଏବେ ତାହା ଧିମା ପଡ଼ିଯାଇଛି । ନୟାଗଡ଼ ଜିଲ୍ଲାର ଅନେକ ଅପହଞ୍ଚ ଅଞ୍ଚଳରେ ଗଞ୍ଜେଇ ଚାଷ କରାଯାଉଛି। ସରକାର ଗଞ୍ଜେଇ ଚାଲାଣ ଓ ବ୍ୟବସାୟକୁ ସମ୍ପୂର୍ଣ ବ୍ୟାନ କରିଥିବା ବେଳେ ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ଦେଇ ପ୍ରତ୍ୟେକ ଦିନ ଗଞ୍ଜେଇ ଚାଲାଣ ପୋଲିସ ଓ ଅବକାରୀ ବିଭାଗ ପ୍ରତି ଅଟ୍ଟହାସ୍ୟ ସଦୃଶ୍ୟ । ତେଣୁ ଏହି ବେଫିକର ଗଞ୍ଜେଇ ଚାଲାଣ ଏବଂ ବ୍ରାଉନ ସୁଗାର ବିକ୍ରୀ ରେ ଲଗାମ ନ ଲାଗିଲେ ଆଗାମୀ ଦିନରେ ଏହା ସମସ୍ତଙ୍କୁ ଗ୍ରାସ କରିବ ଏବଂ ନାନା ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ।

nis-ad
Leave A Reply

Your email address will not be published.